ଓଡିଶା

odisha

ETV Bharat / state

ଶିକ୍ଷକଙ୍କ ନିସ୍ତୁକ ମାଡରେ ଲହୁଲୁହାଣ ନର୍ସରୀ ଛାତ୍ର, ଥାନାରେ ଏତଲା - Teacher brutally beats student

Teacher booked for beating student: ନବରଙ୍ଗପୁରରେ ନର୍ସରୀ ଛାତ୍ରଙ୍କୁ ଶିକ୍ଷକଙ୍କ ନିସ୍ତୁକ ମାଡ ଅଭିଯୋଗ । ଥାନାରେ ଏତଲା ଦେଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଶିକ୍ଷକଙ୍କ ନିସ୍ତୁକ ମାଡରେ ନର୍ସରୀ ଛାତ୍ର ଲହୁଲୁହାଣ
ଶିକ୍ଷକଙ୍କ ନିସ୍ତୁକ ମାଡରେ ନର୍ସରୀ ଛାତ୍ର ଲହୁଲୁହାଣ

By ETV Bharat Odisha Team

Published : Mar 22, 2024, 10:36 AM IST

ଶିକ୍ଷକଙ୍କ ନିସ୍ତୁକ ମାଡରେ ଲହୁଲୁହାଣ ନର୍ସରୀ ଛାତ୍ର

ନବରଙ୍ଗପୁର: ସ୍କୁଲ ଶିକ୍ଷକଙ୍କ ଅମାନବୀୟ କାଣ୍ଡ । ମାଡ ମାରି ନର୍ସରୀ ଛାତ୍ରଙ୍କ ପିଠି ଫଟାଇଦେଲେ ସାର୍ । ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଅନ୍ତର୍ଗତ ହାଟଭରଣ୍ଡି ଗ୍ରାମର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ । ଶିକ୍ଷକଙ୍କ ନିସ୍ତୁକ ମାଡରେ କୁନି ପିଲାଟିର ଦେହ ସାରା କ୍ଷତ ଚିହ୍ନ ପଡିଛି । ପୁରା ପିଠିରେ ନୋଳା ଫାଟି ଯାଇଥିବା ଦେଖିବାକୁ ମିଳିଛି । ଏନେଇ ସମ୍ପୃକ୍ତ ଛାତ୍ରଙ୍କ ପରିବାର ପକ୍ଷରୁ କୁନ୍ଦେଇ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିବା ସହ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

କୁନ୍ଦେଇ ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, କାନାଡିହି ଗ୍ରାମର ଲଗନୁ ସତନାମୀଙ୍କ ପୁଅ ଧନରାଜ ସତନାମୀ ହାଟଭରଣ୍ଡି ସ୍ଥିତ ଏକ ଘରୋଇ ସ୍କୁଲରେ ନର୍ସରୀରେ ପାଠ ପଢୁଥିଲେ । ପ୍ରତିଦିନ ପରି ଗୁରୁବାର ସକାଳ ୮ଟା ସମୟରେ ସେ ଅଟୋରେ ସ୍କୁଲ ଯାଇଥିଲେ । ଦିନ ଗୋଟାଏ ବେଳେ ଅଟୋବାଲା ଘରେ ପିଲାକୁ ଛାଡିବା ସମୟରେ କହିଥିଲା ଆଜି ଲଗନୁଙ୍କୁ ସ୍କୁଲରେ ମାଡ଼ ହୋଇଛି । ଏହାପରେ ପୁଅର ସାର୍ଟ ଖୋଲି ଦେଖିଲା ବେଳକୁ ପିଠି ସାରା ନୋଳା ଫାଟି ଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ପୁଅକୁ ପଚାରିବାରୁ ସ୍କୁଲରେ ସାର୍ ବାଡ଼ିରେ ପ୍ରବଳ ମାଡ ମାରିଥିବା କଥା ସେ କହିଥିଲା ।

ଏହା ମଧ୍ୟ ପଢନ୍ତୁ:ସରକାରୀ ସ୍କୁଲରେ ଉର୍ଦ୍ଦୁ ନପଢିଥିବାରୁ ଛାତ୍ରଙ୍କୁ ମାଡ ଅଭିଯୋଗ, ଶିକ୍ଷା ବିଭାଗର ତଦନ୍ତ ଆରମ୍ଭ


ଏହା ମଧ୍ୟ ପଢନ୍ତୁ: ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ! ମୃତଦେହ ରଖି ସ୍କୁଲ ଆଗରେ ଧାରଣା

ଏହାପରେ ପରିବାର ଲୋକେ ସମ୍ପୃକ୍ତ ଶିକ୍ଷକ ଜୟରାମ ଗଣ୍ଡଙ୍କ ବିରୋଧରେ କୁନ୍ଦେଇ ଥାନାରେ ଏତଲା ଦେଇଥିଲେ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଅଭିଯୋଗ କ୍ରମେ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ଶିକ୍ଷକ ଜୟରାମଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ । ଏହି ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି । ତେବେ ଏତେ କୁନି ପିଲାଟିକୁ ଏଭଳି ଭାବେ ନିର୍ଦ୍ଦୟ ଭାବେ ନିସ୍ତୁକ ମାଡ଼ ମରାଯିବାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details