ଓଡିଶା

odisha

୨୪ ଘଣ୍ଟାରେ ୩୫ ଅସ୍ବାଭାବିକ ମୃତ୍ୟୁ ! ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, 9 ଜିଲ୍ଲାକୁ ହିଟ୍‌ୱେଭ୍ ଓ୍ୱାର୍ଣ୍ଣିଂ - Suspected heat wave death

By ETV Bharat Odisha Team

Published : May 31, 2024, 11:37 AM IST

Updated : May 31, 2024, 2:12 PM IST

Public Health Director On Heat Wave: ରାଜ୍ୟରେ ବଢିଲା ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ୩୫ ଅସ୍ବାଭାବିକ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

୨୪ ଘଣ୍ଟାରେ ୩୫ ଅସ୍ବାଭାବିକ ମୃତ୍ୟୁ
୨୪ ଘଣ୍ଟାରେ ୩୫ ଅସ୍ବାଭାବିକ ମୃତ୍ୟୁ (ETV Bharat Odisha)

ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମପ୍ରବାହରେ ଆଉଟୁଆଉଟୁ ହେଉଛି ଜନଜୀବନ । ଏହାରି ସହିତ ରାଜ୍ୟରେ ବଢିବାରେ ଲାଗିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରେ ୮, ଝାରସୁଗୁଡାରେ ୮, ବଲାଙ୍ଗୀରରେ ୩ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି, ହେଲେ ଏନେଇ କିଛି ସ୍ପଷ୍ଟ ହୋଇନି ।

୨୪ ଘଣ୍ଟାରେ ୩୫ ଅସ୍ବାଭାବିକ ମୃତ୍ୟୁ ! (ETV Bharat Odisha)

ଏହି ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ଅସ୍ବାଭାବିକ ପ୍ରାଣ ହରାଇଥିବା ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଏଥିସହ ରାଜ୍ୟରେ ହିଟ୍‌ୱେଟ ଜାରି ରହିଥିବାରୁ ଲୋକଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଲୋକମାନେ SRC ଓ ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ଜାରି ଅଂଶୁଘାତ ଗାଇଡଲାଇନକୁ ମାନିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।"

୨୪ ଘଣ୍ଟାରେ ୩୫ ଅସ୍ବାଭାବିକ ମୃତ୍ୟୁ (ETV Bharat Odisha)

ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୧୯ଟି ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ୧୨ ସ୍ଥାନରେ ସର୍ବାଧିକ ଦିନର ତାପମାତ୍ରା 44 ଡିଗ୍ରୀ ରେକର୍ଡ ହୋଇଛି । ବିଶେଷକରି ଝାରସୁଗୁଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ମାଲକାନଗିରି, ସୁନ୍ଦରଗଡ, ନୂଆପଡା, କନ୍ଧମାଳ ଜିଲ୍ଲାରେ ଉତ୍ତାପ ତରଙ୍ଗ ବୃଦ୍ଧି ପାଉଛି। ବର୍ତ୍ତମାନର ଉତ୍ତାପ ତରଙ୍ଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରେ କାମ କରିବାକୁ ବାରଣ କରାଯାଇଛି । କେହି ଗାଇଡଲାଇନ ଅନୁପାଳନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ରାଉରକେଲାରେ ୧୬ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ସନ୍ଦେହ - Unnatural Deaths In Rourkela

ପ୍ରତ୍ୟେକ ଦିନ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କୁ ଉତ୍ତମ ଚିକିତ୍ସା ସହ ଓଆରଏସ ଯୋଗାଇ ଦିଆଯାଉଛି । ତେବେ ଅଂଶୁଘାତର ଶିକାର ଲୋକଙ୍କୁ ହସ୍ପିଟାଲ ଆଣିବା ପୂର୍ବରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟକ୍ତିଙ୍କ ଶରୀରକୁ ଓଦା କପଡ଼ାରେ ଗୁଡ଼ାଇ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟ ନେଇଯିବା ଆବଶ୍ୟକ ।

ଅଂଶୁଘାତ ପାଇଁ ସତର୍କ ରହିବାକୁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ହସ୍ପିଟାଲ, CHC, PHCଗୁଡିକରେ ବେଡ୍ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହୋଇଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ରହିଛନ୍ତି ହସ୍ପିଟାଲ । ଅଂଶୁଘାତ ହେଲେ ଜିଭ ଶୁଖିଯିବା, ବାନ୍ତି ଲାଗିବା, ବ୍ଲଡ ପ୍ରେସର କମିବା, ଦେହ ହାତ ଘୋଳା ବିନ୍ଧା ହେବା, ଗମଗମ ଝାଳ ବୋହିବା ଭଳି ଲକ୍ଷଣ ଦେଖାଯାଏ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 31, 2024, 2:12 PM IST

ABOUT THE AUTHOR

...view details