ଓଡିଶା

odisha

ETV Bharat / state

କୀର୍ତ୍ତନ ସାରି ଫେରୁଥିଲେ, କୁହୁଡିରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ, ୭ ମୃତ - SEVERAL DEAD IN ACCIDENT

ସୁନ୍ଦରଗଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁହୁଡ଼ିରେ ଦେଖାଗଲାନି ରାସ୍ତା । କୀର୍ତ୍ତନ ମଣ୍ଡଳୀ ସଦସ୍ୟଙ୍କୁ ନେଇ ଫେରୁଥିବା ଭ୍ୟାନ ଟ୍ରକକୁ ପଛପଟୁ ଧକ୍କା ଦେଲା ।

କୁହୁଡିରେ ଭ୍ୟାନକୁ ପିଟିଲା ଟ୍ରକ: 6 ମୃତ, 5 ଗୁରୁତର
କୁହୁଡିରେ ଭ୍ୟାନକୁ ପିଟିଲା ଟ୍ରକ: 6 ମୃତ, 5 ଗୁରୁତର (ETV Bharat Odisha)

By ETV Bharat Odisha Team

Published : Nov 2, 2024, 11:18 AM IST

Updated : Nov 2, 2024, 1:23 PM IST

ରାଉରକେଲା (ସୁନ୍ଦରଗଡ): ଘନକୁହୁଡି କାରଣରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଭ୍ୟାନ । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗାଇକାନାପାଲି ଅଞ୍ଚଳରେ ଆଜି (ଶନିବାର) ରାତି 2ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତାହତମାନେ ଏକ କୀର୍ତ୍ତନ ମଣ୍ଡଳୀର ସଦସ୍ୟ ଓ ସେମାନେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉକ୍ତ ଭ୍ୟାନରେ ଫେରୁଥିବା ଜଣାପଡିଛି ।

  • ମୃତାହତମାନେ କୀର୍ତ୍ତନ ମଣ୍ଡଳୀ ସଦସ୍ୟ !

ସ୍ଥାନୀୟ ଜଣେ ପୋଲିସ ଅଧିକାରୀ ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ ଦେଇଥିବା ସୂଚନା ଅନୁସାରେ, ହେମଗିରି ଥାନା ଅଧୀନସ୍ଥ ଗାଇକାନାପାଲି ଅଞ୍ଚଳରେ ଆଜି (ଶନିବାର) ରାତିରେ ସମୟରେ ଏହି ଭ୍ୟାନକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ସୂଚନା ପାଇ ମୃତାହତଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ଅବଗତ କରିଥିଲେ । ପୋଲିସ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

କୀର୍ତ୍ତନ ସାରି ଫେରୁଥିଲେ, କୁହୁଡିରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ, ୭ ମୃତ (ETV Bharat Odisha)
କୀର୍ତ୍ତନ ସାରି ଫେରୁଥିଲେ, କୁହୁଡିରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ, ୭ ମୃତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଦୀପାବଳିରେ ଲିଭିଗଲା ଜୀବନ ଦୀପ, ଦୁର୍ଘଟଣାରେ ଜଣେ ମୃତ

ଏହା ମଧ୍ୟ ପଢନ୍ତୁ ;- ବସ-ପିକଅପକୁ ଧକ୍କା ଦେଇ 20 ଫୁଟ ତଳକୁ ଖସିଲା ବସ, 20ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

  • ଘନକୁହୁଡି କାରଣରୁ ଦୁର୍ଘଟଣା ସନ୍ଦେହ !

ସୂଚନା ଅନୁସାରେ, ହେମଗିରି ଥାନା କଣ୍ଡାଧୁଡ଼ା ଅନ୍ତର୍ଗତ ସମରପିଣ୍ଡା ଅଞ୍ଚଳରୁ ଛତିଶଗଡ଼ ଚକାବାହାଲକୁ ୧୦ ଜଣିଆ କୀର୍ତ୍ତନ ମଣ୍ଡଳୀ ଏକ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ । ଗତକାଲି ରାତିରେ ସେମାନେ ଏକ ଭ୍ୟାନରେ ଫେରୁଥିଲେ । ରାତି ପ୍ରାୟ ୨ଟା ରୁ ୨ଟା ୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟରୁ ଏହି ଭ୍ୟାନଟି ଦ୍ରୁତଗତିରେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ଭ୍ୟାନ ଡ୍ରାଇଭରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୫ଜଣଙ୍କୁ ଗୁରୁତର ଉଦ୍ଧାର କରି ହେମଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

କୀର୍ତ୍ତନ ସାରି ଫେରୁଥିଲେ, କୁହୁଡିରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ, ୭ ମୃତ (ETV Bharat Odisha)

ତେବେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଘନ କୁହୁଡି ସ୍ଥିତିକୁ ଦାୟୀ କରାଯାଉଛି । କୁହୁଡି କାରଣରୁ ଦୃଶ୍ୟମାନତା କମ ରହିଥିବାରୁ ଟ୍ରକ ଓ ଭ୍ୟାନ ମୁହାଁମୁହିଁ ପିଟି ହୋଇଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଦୁଇଟି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2024, 1:23 PM IST

ABOUT THE AUTHOR

...view details