ବରଗଡ଼:ବିଶ୍ଵ ପ୍ରସିଦ୍ଧବରଗଡ଼ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖଣ୍ଟି । ଗତକାଲି (ବୁଧବାର) ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଧନୁଯାତ୍ରା କମିଟି ତରଫରୁ ପୂଜାର୍ଚ୍ଚନା କରାଯାଇ ବିରାଟ ଶୋଭାଯାତ୍ରାରେ ଆଜ୍ଞାମାଳ ନେଇ ହାଟପଦା ସ୍ଥିତ ସଞ୍ଚାର ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଥିଲା । ଏହି ଶୋଭାଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ଏବଂ ସମସ୍ତ ସାଥି କଳାକାର ସାମିଲ ହୋଇଥିଲେ ।
ମା' ସମଲେଶ୍ୱରୀଙ୍କ ନିକଟରୁ ଆସିଲ ଆଜ୍ଞାମାଳ ?
ଚଳିତ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଜାନୁଆରୀ 3ରୁ ଆରମ୍ଭ ହୋଇ 13 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାକୁ ଦେଖିବା ପାଇଁ ବରଗଡ଼ବାସୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହାର ଲଗ୍ନଧାର୍ଯ୍ୟ କରାଯାଇଥାଏ । ଯାତ୍ରା ସୁରୁଖୁରୁରେ ସମାପନ ହେବ ପାଇଁ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଥାଏ । ପାରମ୍ପାରିକ ରିତୀନିତୀରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ବାହାରି ହାଟପଦା ସ୍ଥିତ ସଞ୍ଚାର ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି ।
ରାଜ୍ୟ ବାହାରୁ ଆସିବେ ସାଂସ୍କୃତିକ ଦଳ !
ଚଳିତ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଭୟ ଯାତ୍ରାକମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳମାନଙ୍କୁ ଆଣିବା ପାଇଁ ଯୋଜନା ହୋଇଥିବା ଜଣାପଡ଼ିଛି । ସେପଟେ ଚଳିତ ଥର ମହାରାଜ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ବର ପ୍ରଧାନ ।
ଏମିତି କହିଲେ ଜିଲ୍ଲାପାଳ..