ଓଡିଶା

odisha

ETV Bharat / state

ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ, ଉପକୃତ ହେବେ ୧୦ ହଜାରରୁ ଊର୍ଦ୍ଧ୍ୱ - Kendrapara

State Govt Give Land Patta To End Sikkim Ryot Problem: କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୧୦ ହଜାରରୁ ଊର୍ଦ୍ଧ୍ବ ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବା ସହ ସାରା ରାଜ୍ୟରେ ମୋଟ ୨୬ଟି ଜିଲ୍ଲାର ସତ୍ତ୍ଵାଧିକାରୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଯାଇଛି । ଦୀର୍ଘବର୍ଷ ଧରି ରାଜାଙ୍କ ଜମିରେ ଭାଗଚାଷ କରୁଥିବା ବେଳେ ସେମାନଙ୍କ ନିଜସ୍ବ କିଛି ନଥିଲା । ଅଧିକ ପଢନ୍ତୁ

ସିକିମ ପଟ୍ଟାଧାରୀଙ୍କୁ ମିଳିଲା ସ୍ଥାୟୀ ଜମିପଟ୍ଟା, ଉପକୃତ ହେବେ ୧୦ ହଜାରରୁ ଅଧିକ ହିତାଧିକାରୀ
ସିକିମ ପଟ୍ଟାଧାରୀଙ୍କୁ ମିଳିଲା ସ୍ଥାୟୀ ଜମିପଟ୍ଟା, ଉପକୃତ ହେବେ ୧୦ ହଜାରରୁ ଅଧିକ ହିତାଧିକାରୀ

By ETV Bharat Odisha Team

Published : Feb 21, 2024, 10:41 AM IST

ସିକିମ ପଟ୍ଟାଧାରୀଙ୍କୁ ମିଳିଲା ସ୍ଥାୟୀ ଜମିପଟ୍ଟା, ଉପକୃତ ହେବେ ୧୦ ହଜାରରୁ ଅଧିକ ହିତାଧିକାରୀ

କେନ୍ଦ୍ରାପଡା:ବର୍ଷ ବର୍ଷ ଧରି ଲାଗି ରହିଥିବା ଜମି ସମସ୍ୟାର ହୋଇଛି ସମାଧାନ । ସାରା ରାଜ୍ୟରେ ମାଲିକକୁ ଖଜଣା ଦେଇ ଆସୁଥିବା ସିକିମ୍ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଛି ନିଜସ୍ବ ଜମି ପଟ୍ଟା । ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୧୦ ହଜାରରୁ ଊର୍ଦ୍ଧ୍ୱ ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବା ସହ ସାରା ରାଜ୍ୟରେ ମୋଟ ୨୬ଟି ଜିଲ୍ଲାର ଚାଷୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଯାଇଛି । ସୂଚନାନୁଯାୟୀ, 5T ଓ ନୂଆ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦ୍ରାପଡା ସମେତ ଡେରାବିଶ ଅଞ୍ଚଳର ଏକାଧିକ ସିକିମ ପଟ୍ଟାଧାରୀ ସ୍ଥାୟୀ ଜମିପଟ୍ଟା ନଥିବା କାରଣରୁ ରେସିଡେଣ୍ଟ ସାର୍ଟିଫିକେଟ, ଜାତି ପ୍ରମାଣପତ୍ର, ବିଦ୍ୟୁତ ସଂଯୋଗ ପାଇବାରେ ଅସୁବିଧା ହେଉଥିବା ସହ ବିଭିନ୍ନ ପ୍ରକାର ଋଣ ପାଇବାରୁ ବଞ୍ଚିତ ହେଉଥିବା ନେଇ ସମସ୍ୟା ଜଣାଇଥିଲେ ।

ପରେ 5T ଅଧ୍ୟକ୍ଷ ତତ୍କାଳୀନ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କଠାରୁ ସବିଶେଷ ତଥ୍ୟ ମଗାଇବା ସହ ଏନେଇ ଏକ ଟିମ୍ ତିଆରି କରି ଜିଲ୍ଲାରେ ସିକିମ ରୟତଙ୍କ ସଂଖ୍ୟା ଚିହ୍ନଟ କରିଥିଲେ । ଏହି ଅନୁଯାୟୀ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ମୋଟ ୧୦ ହଜାର ୪୮ ଜଣ ସିକିମ ସ୍ୱତ୍ୱ ରୟତ ଚାଷୀ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୧୧୮ ଜଣଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଏହି ପଟ୍ଟା ବଣ୍ଟନ ଉତ୍ସବ ଆୟୋଜିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ...ଜମି ପଟ୍ଟା ପାଇବେ ୨୬ଜିଲ୍ଲାର ୨ଲକ୍ଷ ୫୦ହଜାର ଚାଷୀ, ଲୋକଙ୍କ ଖୁସି ସବୁଠାରୁ ବଡ ପୁରସ୍କାର କହିଲେ ନବୀନ

କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇଥିଲେ । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ସିକିମ ସ୍ୱତ୍ୱ ରୟତ ଚାଷୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦୀର୍ଘ ବର୍ଷ ଧରି ରାଜାଙ୍କ ଜମିରେ ଭାଗଚାଷ କରୁଥିବା ବେଳେ ଏହି ଚାଷୀମାନଙ୍କ ନିଜସ୍ବ କିଛି ନଥିଲା । ତେବେ ଏବେ ସ୍ଥାୟୀ ଜମିପଟ୍ଟା ପାଇବା ପରେ ନିଜର ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ହିତାଧିକାରୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details