ସମ୍ବଲପୁର:ହୋଲି ଖେଳରୁ ମହାଭାରତ । ଛୁରା ମାଡ଼ରେ ଜଣେ ମୃତ ଜଣେ ଗୁରୁତର ।ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କେଛୁପାଣି ଗ୍ରାମରେ । ତେବେ ଛୁରା ମାଡ଼ର ଶିକାର ହୋଇଥବା ଦୁଇ ଜଣ ହେଲେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ବୋଲି ଜଣାପଡିଛି । ହୋଲି ଖେଳୁଥିବା ସମୟରେ କୈଣସି କାରଣକୁ ନେଇ ସାଙ୍ଗସାଙ୍ଗ ମଧ୍ୟରେ ବଚସା ହୋଇଥାଲା । ଏହାପରେ ଜଣେ ଯୁବକ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରିଥିଲା । ସେପଟେ ଏହି ଘଟଣାରେ ଗୁରୁତର ହୋଇଥିବା ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା , ସେଠାରେ ଚିନ୍ମୟ ହାତୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କେଛୁପାଣି ଗାଁରେ ହୋଲି ଖେଳ ପରେ ସାଙ୍ଗସାଙ୍ଗ ମଧ୍ୟରେ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ପରେ ଛୁରାମାଡ ହୋଇଥିଲା । ଗତକାଲି ଅପରାହ୍ନରେ ହୋଲି ଖେଳ ପରେ କେଛୁପାଣି ହରିଜନପଡା ଠାରେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ସହିତ ପ୍ରମୋଦ ମହାନନ୍ଦଙ୍କ ଗଣ୍ଡଗୋଳ ହୋଇଥିଲା । ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଉଭୟ ପକ୍ଷରୁ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା ଏବଂ ଛୁରାମାଡ ପର୍ଯ୍ୟନ୍ତ ଯାଇଥିଲା ।
ସେହିପରି ଏହି ଛୁରାମାଡରେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ଗୁରୁତର ହୋଇଥିଲେ । ଉଭୟ ଗୁରୁତରଙ୍କୁ ପ୍ରଥମେ ଗୋବିନ୍ଦପୁର ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ସେଠାରେ ଚିନ୍ମୟ ହାତୀଙ୍କ ମୃତ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି ।