ଯାଜପୁର:ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଯାଜପୁର ରୋଡ ରେଳ ଷ୍ଟେସନରୁ ଗଡ଼ିଲା ସ୍ପେଶାଲ 'ଆସ୍ଥା' ଟ୍ରେନ । ଆଜି (ଶୁକ୍ରବାର) କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଯୋଧ୍ୟାରେ ରାମଲାଲାଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଏକ ସ୍ପେଶାଲ ଟ୍ରେନ ଯାଜପୁର ରୋଡ ରେଳ ଷ୍ଟେସନରୁ ବାହାରିଛି l ଏହି ଟ୍ରେନରେ ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରୁ 550ରୁ ଅଧିକ ଜଣ ଭକ୍ତ ଯାଇଥିବା ବେଳେ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜିଲ୍ଲା ବିଜେପି ପକ୍ଷରୁ ଷ୍ଟେସନରେ ଭକ୍ତମାନଙ୍କୁ ସ୍ୱାଗତ କରାଯାଇଛି ।
ଯାଜପୁରରୁ ଅଯୋଧ୍ୟା ଗଡିଲା ସ୍ପେଶାଲ ଟ୍ରେନ । ରାମ ଜନ୍ମଭୂମୀ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହି ଏହି ଟ୍ରେନ ଯୋଗେ ଭକ୍ତମାନେ ଅଯୋଧ୍ୟା ଯାଇପାରିବେ । ତେବେ ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରୁ 550ରୁ ଅଧିକ ଭକ୍ତ ଯାଇଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜିର ଏହି ଟ୍ରେନରେ ଜିଲ୍ଲାରୁ ବୃଦ୍ଧ/ବୃଦ୍ଧା, ଯୁବକ, ଯୁବତୀ ଓ ରାମ ଭକ୍ତମାନେ ଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ରେଳ ଷ୍ଟେସନରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ବିଜେପି ନେତା ବିଶ୍ୱଜିତ ନାୟକଙ୍କ ସମେତ ବିଜେପି ନେତା ଓ ନେତ୍ରୀ ଉପସ୍ଥିତ ରହି ଭକ୍ତଙ୍କୁ ସ୍ୱାଗତ କରିଥିଲେ l
ଏହାମଧ୍ୟ ପଢନ୍ତୁ...ରାମଲାଲାଙ୍କ ଦର୍ଶନ ପାଇବେ ଭକ୍ତ, ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ