ଓଡିଶା

odisha

By ETV Bharat Odisha Team

Published : Apr 7, 2024, 10:38 AM IST

ETV Bharat / state

ବ୍ରହ୍ମପୁରରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ - election 2024

Election Review In Berhampur: ପାଖେଇ ଆସୁଛି ବିଧାନସଭା ଓ ଲୋକସଭା ନିର୍ବାଚନ । ଏନେଇ ବ୍ରହ୍ମପୁରରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ରଞ୍ଜନ କୁମାର ଦାସ । ଅବାଧ ଭୋଟ ଗ୍ରହଣ ସଂପର୍କରେ ଦେଇଛନ୍ତି ସୂଚନା । ଅଧିକ ପଢ଼ନ୍ତୁ

Election Review In Berhampur
Election Review In Berhampur

ବ୍ରହ୍ମପୁର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ରଞ୍ଜନ କୁମାର ଦାସ ଗଞ୍ଜାମ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଗଞ୍ଜାମ ଜିଲ୍ଲା ପରିଷଦର ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଜିଲ୍ଲାର ସମସ୍ତ ୧୩ ଗୋଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ସମେତ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଏହି ବୈଠକରେ ଉପସ୍ଥିତି ରହିଥିଲେ ।

ତେବେ ବୈଠକରେ ଚଳିତବର୍ଷ ଅନୁଷ୍ଠିତ ହେବାକୁ ରହିଥିବା ନିର୍ବାଚନ ଯେଭଳି ଅବାଧ ନିରପେକ୍ଷ ରୂପେ ପରିଚାଳିତ ହେବ ସେହି ଦିଗରେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ମତଦାତାଗଣ ବିନା ଦ୍ବିଧାରେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହିତ ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବେ ସେହି ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ । ମୁଖ୍ୟତଃ ୨୦୨୧ ଜନଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୩୫,୨୯୦୩୧ ଜନସଂଖ୍ୟା ରହିଥିବା ବେଳେ ୨୦୨୪ ଅନୁସାରେ ୩୯,୪୮୩୬୦ ଜନସଂଖ୍ୟା ରହିଛନ୍ତି ।

ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ସମୁଦାୟ ୨୮,୪୬୦୧୬ ଭୋଟର ରହିଛନ୍ତି । ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୫,୨୦୧୨୯ , ମହିଳା ଭୋଟର ସଂଖ୍ୟା ୧୪,୨୫୬୧୪ ଏବଂ ୨୭୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ସହରାଞ୍ଚଳରେ ୪୧୫ ଗୋଟି ଏବଂ ଗ୍ରାମାଞ୍ଚଳରେ ୨୬୬୨ ଗୋଟି ଏହିଭଳି ଜିଲ୍ଲାରେ ସମୁଦାୟ ୩୦୭୭ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ସହିତ ଅତିରିକ୍ତ ୧୦ ଗୋଟି ଭୋଟ ଗ୍ରହଣ କେନ୍ଦ୍ର କରାଯିବା ନେଇ ସ୍ଥିର ହୋଇଛି । ଗୋଟିଏ ଭୋଟ୍ ଗ୍ରହଣ କେନ୍ଦ୍ରରେ ୯୪୩ ପାଖାପାଖି ଭୋଟର ଭୋଟ ଦେବାର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ, ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା

ଏଥିରେ ୭୨୨ ଗୋଟି ସମ୍ବେଦନଶୀଳ ଭୋଟ୍ ଗ୍ରହଣ କେନ୍ଦ୍ର କରିବା ସକାଶେ ଆକଳନ କରାଯାଇଛି । ନିର୍ବାଚନ ପରିଚଳନା ନିମନ୍ତେ ଆବଶ୍ୟକ ପଡୁଥିବା ମାନବ ସମ୍ବଳ ସମ୍ପୂର୍ଣ୍ଣ ହୋଇଥିବା ତଥ୍ୟରୁ ପ୍ରକାଶ କରାଯାଇଥିଲା । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପରିଚାଳନା ପାଇଁ ୮ ଜଣ ନିର୍ବାଚନ ଅଧିକାରୀ (RO),୨୬ ଜଣ ସହକାରୀ ନିର୍ବାଚନ ଅଧିକାରୀ ( ARO ), ୧୩ ଜଣ ERO, ୭୫ ଜଣ AERO, ୧୬ ଜଣ ଜିଲ୍ଲା ନୋଡାଲ ଅଧିକାରୀ, ୩୭୯ ଜଣ ସେକ୍ଟର ଅଧିକାରୀ, ୧୪୫ ଜଣ ମାଇକ୍ରୋ ଅବଜେର୍ଭର, ୩୬୯୨ ଜଣ ପ୍ରିଜାଇଡିଙ୍ଗ ଅଧିକାରୀ, ୧୮୪୬୦ ଜଣ ପୋଲିଙ୍ଗ ଅଧିକାରୀ ଏବଂ ୩୦୭୭ ଜଣ ବୁଥ ସ୍ତରୀୟ ଅଧିକାରୀ ଗଣ ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନା ସକାଶେ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଜିଲ୍ଲାରେ ସମୁଦାୟ ୩୯୮ ଗୋଟି ମହିଳା ଏବଂ ୨୬ ଗୋଟି ଯୁବ ଭୋଟର ସଖି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପିତ ହେବ । ଏପରିକି ୧୩ ଗୋଟି ଭିନ୍ନକ୍ଷମ ବୁଥ, ୩୯ ଗୋଟି ପୁରୁଷ ପରିଚାଳନା ବୁଥ, ୧୩ ଗୋଟି ଇକୋ ଫ୍ରେଣ୍ଡଲୀ ବୁଥ,୧୨୬ ଗୋଟି ଅନ୍ୟ ମଡେଲ ବୁଥ ,ଏହିଭଳି ମୋଟ ୬୧୫ ଗୋଟି ଅତ୍ୟାଧୁନିକ ବୁଥ ବ୍ୟବସ୍ଥା କରାଯିବା ନେଇ ସ୍ଥିର ହୋଇଛି । ୩୦୭୭ ଗୋଟି ସମ୍ବେଦନଶୀଳ ବୁଥ ହୋଇ ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳନା ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details