ଓଡିଶା

odisha

ETV Bharat / state

ପୁଅ ସାଜିଲା ପିଶାଚ, ସାମାନ୍ୟ ଝଗଡ଼ାରୁ ବାପାକୁ ହତ୍ୟା ! - ବାପାକୁ ହତ୍ୟା କଲା ପୁଅ

Son Killed Father: ବାପା ପୁଅର ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାମାନ୍ୟ ଝଗଡ଼ାକୁ ନେଇ ବାପାକୁ ହତ୍ୟା କଲା ପୁଅ । ଅଧିକ ପଢ଼ନ୍ତୁ

ପୁଅ ସାଜିଲା ପିସାଚ
ପୁଅ ସାଜିଲା ପିସାଚ

By ETV Bharat Odisha Team

Published : Feb 27, 2024, 12:35 PM IST

ସମ୍ବଲପୁର:ବାପ-ପୁଅର ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାମାନ୍ୟ ଝଗଡ଼ାକୁ ନେଇ ପୁଅ ସାଜିଲା ପିଶାଚ । ମଦ ନିଶାରେ ନିଜ ବାପାକୁ ଆକ୍ରମଣ କରି ହତ୍ୟା କଲା ପୁଅ l ସାମାନ୍ୟ କଥାରୁ ମଣିଷ କେତେ ଯେ, ତଳ ସ୍ତରକୁ ଯାଇପାରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଘେନୁପାଲି ସହରାପଡାରେ । ଯେଉଁଠି ସାମାନ୍ୟ କଳିରୁ ଜଣେ ପୁଅ ନିଜ ବାପାକୁ ଆକ୍ରମଣ କରିବା ସହ ନିଆଁ ଲଗାଇ ପୋଡ଼ିଦେବା ଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନାହିଁ ।

ସୂଚନା ଅନୁସାରେ, ସମ୍ବଲପୁରେ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଘେନୁପାଲି ସହରାପଡାର ବାପା ଲିଙ୍ଗରାଜ କୁମୁରା ଓ ପୁଅ ଆଦିତ୍ୟ କୁମୁରା । ପୁଅ ଆଦିତ୍ୟ ବିଭିନ୍ନ ସମୟରେ ମଦ ପିଇ ଘରକୁ ଫେରିବା ସହ ବାପାଙ୍କ ସହିତ ସବୁବେଳେ ଝଗଡା କରୁଥିଲା । ମଦ ପିଇବାକୁ ନେଇ ପ୍ରାୟତଃ ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । କିନ୍ତୁ ଘଟଣା ଦିନ କୌଣସି କାରଣରୁ ପୁଣିଥରେ ବାପା ପୁଅଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା । ଏହାରି ଭିତରେ ମଦ ନିଶାରେ ଚୁର୍ ଥିବା ପୁଅ ଆଦିତ୍ୟ ନିଜର ହିତାହିତ ଜ୍ଞାନ ହରାଇ ବସିବା ସହ ଝଗଡ଼ାରେ ଉତ୍‌କ୍ଷିପ୍ତ ହୋଇ ବାପା ଲିଙ୍ଗରାଜଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ପୁଅର ଆକ୍ରମଣରେ ଲିଙ୍ଗରାଜ ଗୁରୁତର ଭାବରେ ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଲୋଭ ଆଗରେ ଫିକା ପଡିଲା ସମ୍ପର୍କ, ବାପାର ଚାକିରି ପାଇବା ଆଶାରେ ଜୀବନ ନେଲା ପୁଅ

ଏତିକିରେ ପୁଅ ଆଦିତ୍ୟର ରାଗ ଶାନ୍ତ ପଡ଼ିନଥିଲା । ଆକ୍ରମଣ ପରେ ନିଜ ବାପାଙ୍କୁ ନିଆଁ ଲଗାଇ ପୋଡିବାକୁ ମଧ୍ୟ ଚେଷ୍ଟା କରିଥିଲା ନୃଶଂସ ପୁଅ । ଅନ୍ୟପକ୍ଷେ ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ସମ୍ବଲପୁର ସଦର ଥାନା ପୋଲିସ ପହଞ୍ଚି ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ଯୋଗେ ଆହତ ଲିଙ୍ଗରାଜ କୁମୁରାଙ୍କୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ଡ଼ାକ୍ତର ମେଡିକାଲରେ ଲିଙ୍ଗରାଜଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ସଦର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିବା ବେଳେ, ହତ୍ୟାକାରୀ ପୁଅ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ହୋଇନଥିବା ନେଇ ପୋଲିସ ସୂଚନା ଦେଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଖୋଜାଖୋଜି କରୁଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତ ଆଦିତ୍ୟକୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ସେପଟେ ଏଭଳି ଏକ ଅମାନୁଷିକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details