ଓଡିଶା

odisha

By ETV Bharat Odisha Team

Published : Aug 5, 2024, 11:00 PM IST

ETV Bharat / state

ବନ୍ୟଜନ୍ତୁଙ୍କ ପ୍ରତି ହିଂସ୍ର ହେଉଛି ମଣିଷ ! କଲରାପତରିଆ ବାଘ ଛାଲ ସହ ଖପୁଡି ଓ ମେରୁଦଣ୍ଡ ଜବତ - Leopard Skin Seized

Skin Body Parts Of Leopard Seized: ମୟୂରଭଞ୍ଜରୁ କଲରାପତରିଆ ବାଘର ଖପୁଡି ଓ ମେରୁଦଣ୍ଡ, ଦୁଇଟି ହରିଣ ଶିଙ୍ଗ, କିଛି ଶୁଖିଲା ମାଂସ ସହ ଅନ୍ୟାନ୍ୟ ଅଂଶ ଜବତ । ଯାଜପୁରରୁ କଲରାପତରିଆ ଛାଲ ଜବତ । ଅଧିକ ପଢ଼ନ୍ତୁ

Skin Body Parts Of Leopard Seized
Skin Body Parts Of Leopard Seized (ETV Bharat Odisha)

ରାଇରଙ୍ଗପୁର/ ଯାଜପୁର:ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛନ୍ତି ବନ୍ୟଜନ୍ତୁ । କେତେବେଳେ ବିଦ୍ୟୁତ ଲାଗାଇ ହାତୀର ଜୀବନ ଯାଉଛି ତ କେତେବେଳେ ବନ୍ୟଜନ୍ତୁଙ୍କୁ ମାରି ସେମାନଙ୍କ ଛାଲ, ଶିଙ୍ଗ ସହ ଶରୀରର ବିଭିନ ଅଂଶ ବିକ୍ରି ଘଟଣା ସାମ୍ନାକୁ ଆସୁଛୁ । ଏବେ ପୁଣିଥରେ ଗୋଟିଏ ଦିନରେ ଦୁଇ ଦୁଇ ଘଟଣା ମୟୂରଭଞ୍ଜ ଶିମିଳିପାଳ ଓ ଯାଜପୁର ଜିଲ୍ଲା ଟମକା ବନାଞ୍ଚଳରୁ ନଜରକୁ ଆସିଛି ।

Skin Body Parts Of Leopard Seized (ETV Bharat Odisha)

ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ଶିମିଳିପାଳ !

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ପୁଣି ଥରେ ଶିକାରୀ ମାତି ଥିବା ଘଟଣା ସାମ୍ନାକୁ ଆସିଛି । ବନବିଭାଗ ଓ ପୋଲିସର ମିଳିତ ପାଟ୍ରୋଲିଂ ଅଭୟାରଣ୍ୟରେ ହେଉଥିଲେ ମଧ୍ୟ ସେମାନଙ୍କୁ ବେଖାତିର କରି ଅବାଧରେ ଶିକାର କରୁଛନ୍ତି ଶିକାରୀ । କେତେବେଳେ ହାତୀକୁ ମାରି ଦାନ୍ତ ନେଇ ପଳାଇ ଯାଉଛନ୍ତି ତ କେତେବେଳେ ବାଘ ଶିକାର କରି ବାଘ ଚମଡ଼ା ଦାନ୍ତ ନଖ ହାଡ଼ ନେଇ ବିକ୍ରି କରୁଛନ୍ତି । ପୁଣି ଥରେ ଜଣେ ଶିକାରୀ ଗିରଫ ହେବା ପରେ ଶିମିଳିପାଳରେ ଏବେବି ଶିକାରୀମାନେ ବେଫିକର ଶିକାର କରୁଥିବା ସନ୍ଦେହ କରା ଯାଉଛି ।

ବନ୍ୟଜନ୍ତୁଙ୍କ ଶରୀରର ବିଭିନ୍ନ ଅଂଶ ଜବତ:

ବନ୍ୟଜନ୍ତୁଙ୍କୁ ମାରି ଶରୀରର ଅଂଶ ଗୁଡ଼ିକୁ ରଖିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ନଅଣା ଉତ୍ତର ବନ୍ୟପ୍ରାଣୀ ରେଞ୍ଜ, ବରେଇପାଣି ବନ୍ୟପ୍ରାଣୀ ରେଞ୍ଜ ଓ ଶିମିଳିପାଳ ଟାଇଗର ପ୍ରଟେକ୍ସନ ଫୋର୍ସ ମିଳିତ ଭାବେ ମକାବାଡି ଗ୍ରାମରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ସେଠାରେ ଜଣେ ଶିକାରୀ ଘରୁ ଗୋଟିଏ କଲରାପତରିଆ ବାଘର ଖପୁଡି ଓ ମେରୁଦଣ୍ଡ, ଦୁଇଟି ହରିଣ ଶିଙ୍ଗ, କିଛି ଶୁଖିଲା ମାଂସ, ଧନୁତୀର, ଅନେକ ଗୁଡ଼ିଏ ଫାସ, ଦୁଇଟି ଟାଙ୍ଗିଆ ଓ ବନ୍ୟଜନ୍ତୁଙ୍କୁ ମାରିବା ପାଇଁ ବ୍ୟବହୃତ ବିଷ ଜବତ କରିଥିଲେ । ଏଥି ସହିତ ମକାବାଡି ଗାଁର ସ୍ବର୍ଗତ ସିଦିଉ ବିଦ୍ୟାଙ୍କ ପୁଅ ଶ୍ରୀଲଙ୍କା ବଦ୍ରା (୬୨)କୁ ଏହି ସବୁ ରଖି କାରବାର କରୁଥିବା ଅଭିଯୋଗରେ ଗିରଫ କରିଛି ବନବିଭାଗ । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏ‌ହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ଅଧିକ ପଚରାଉଚରା ଜାରି ରହିଛି ।

କଲରାପତରିଆ ବାଘ ଛାଲ ଜବତ:

ସେପଟେ କଟକ ବନାଞ୍ଚଳକୁ ବଡ଼ ସଫଳତା ମିଳିଛି । କଟକ ବନାଞ୍ଚଳ ଓ ଯାଜପୁର ଜିଲ୍ଲା ଟମକା ବନାଞ୍ଚଳ ମିଳିତ ଆମ୍ବଡାହି ନିକଟରେ ଚଢ଼ାଉ ବେଳେ ବନବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଥିବା ସୂଚନା ମିଳିଛି । ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେଇଯାଇଛି । ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବନବିଭାଗର ଛାନଭିନ୍:

ସୂଚନା ମୁତାବକ ଟମକା ବନାଞ୍ଚଳ ଅଧିନ ଆମ୍ବଡାହି ନିକଟରେ ଆଜି ମଧ୍ୟାହ୍ନରେ ବାହାର ରାଜ୍ୟକୁ ବାଘଛାଲ ଚାଲାଣ ପାଇଁ ମୁଲଚାଲ ହେବାକୁ ଥିବାନେଇ କଟକ ବନଖଣ୍ଡ ଅଧିକାରୀ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ । ପରେ କଟକ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ବନବିଭାଗର ଏକ ଟିମ ଗଠନ କରାଯାଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ । ବନଖଣ୍ଡ ଅଧିକାରୀମାନେ ଚଢ଼ାଉ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଥିଲେ । ଏହି ଚଢ଼ାଉ ଖବର ପାଇ ୨ ଜଣ ଅଭିଯୁକ୍ତ ଫେରାର ହେଇଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କାର୍ଯ୍ୟାଳୟକୁ ବନ ବିଭାଗ ଅଧିକାରୀମାନେ ଆଣିଥିଲେ । ଏହି ବାଘଛାଲ କେଉଁଠାରୁ ଆସିଲା, କେଉଁଠାକୁ ଚାଲାଣ ହୋଇଥାନ୍ତା ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି, ସେସବୁ ଦିଗ ଉପରେ ଅଧିକ ଛାନଭିନ୍ ଚଳାଇଛି ବନବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଚାଲିଥିଲା ବାଘଛାଲ ଡିଲ୍‌, ଠିକଣା ସମୟରେ ମାଡି ବସିଲା ବନ ବିଭାଗ - TIGER SKIN SEIZED in nuapada

ଇଟିଭି ଭାରତ, ମୟୂରଭଞ୍ଜ/ଯାଜପୁର

ABOUT THE AUTHOR

...view details