ଓଡିଶା

odisha

ETV Bharat / state

ESI ଆଞ୍ଚଳିକ ବୋର୍ଡ ବୈଠକ: ETV Bharat ଦିବଙ୍ଗତ କର୍ମଚାରୀଙ୍କ ପରିବାରକୁ ପେନସନ କାର୍ଡ, କମ୍ପାନୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ

ETV Bharatର ଜଣେ କର୍ମଚାରୀଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ପେନସନ କାର୍ଡ ପ୍ରଦାନ କରିଛନ୍ତି ସରକାର । ଯେଉଁଥିପାଇଁ ETV Bharat ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ।

By ETV Bharat Odisha Team

Published : 4 hours ago

Updated : 4 hours ago

Regional Board Meeting Of ESI
Regional Board Meeting Of ESI (ETV Bharat Odisha)

ଭୁବନେଶ୍ୱର:ଶ୍ରମଜୀବୀମାନଙ୍କ ବୃତ୍ତିଗତ ଏବଂ ଶାରୀରିକ ସୁବିଧା ଯୋଗାଇ ଦେବା ପାଇଁ ESI ବ୍ୟବସ୍ଥା ଉପଲବ୍ଧ ହେଉଛି । ଆଜି ଭୁବନେଶ୍ୱରରେ ESIର ଆଞ୍ଚଳିକ ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହି କାର୍ଯ୍ୟକ୍ରମରେ ଇଟିଭି ଭାରତର ପୂର୍ବତନ କର୍ମଚାରୀଙ୍କ ପରିବାରକୁ ପେନସନ କାର୍ଡ ପ୍ରଦାନ କରାଯାଇଛି । କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାରୀ ସ୍ତରରେ ESI ଭଳି ଯୋଜନା ହାତକୁ ନେଇଛନ୍ତି । ଏହି ESI କ'ଣ, ଏହାର ସବୁଧା ତୃଣମୂଳ ସ୍ତରରେ କିପରି ପହଞ୍ଚୁଛି, ସେନେଇ ଆସନ୍ତୁ ନଜର ପକାଇବା ETV Bharatର ଏକ୍ସକ୍ଲୁସିଭ ରିପୋର୍ଟ ଉପରେ ।

ETV Bharat Former Employee's Family Reaction (ETV Bharat Odisha)

ETV Bharatକୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ:

ଇଟିଭି ଭାରତର କର୍ମଚାରୀଙ୍କ ପରିବାରକୁ ମିଳିଛି ESI ସହାୟତା ରାଶି । ଦିବଙ୍ଗତ ମନୋରଞ୍ଜନ ସାହୁଓଡ଼ିଶାରେ ‘ଇଟିଭି ଭାରତ’ର କ୍ୟାମେରା ପର୍ସନ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ଆଉ କମ୍ପାନୀର ନିୟମ ଅନୁସାରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବର୍ଗତ ମନୋରଞ୍ଜନଙ୍କ ପୁଅ ହରେକୃଷ୍ଣ ସାହୁ। ସେ କହିଛନ୍ତି, "ଇଟିଭି ଭାରତ ଓ ସରକାରଙ୍କୁ ଧନ୍ୟବାଦ । ବାପାଙ୍କ ବିୟୋଗ ପରେ ଏହି ଅର୍ଥରାଶି ଆମ ପାଇଁ ସହାୟକ ହେବ। ମୋ ପଢା ଖର୍ଚ୍ଚ ପାଇଁ ଆର୍ଥିକ ସାହାଯ୍ୟ ମିଳିବ।"

ETV Bharatକର୍ମଚାରୀଙ୍କ ପରିବାରକୁ ସହାୟତା:

ETV Bharatର ପୂର୍ବତନ କର୍ମଚାରୀ ସ୍ବର୍ଗତ ମନୋରଞ୍ଜନଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ସାହୁ କହିଛନ୍ତି, "ମୋ ସ୍ବାମୀ ETV Bharat ରେ କାମ କରୁଥିଲେ । ତାଙ୍କ ବିୟୋଗ ପରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । 12 ଲକ୍ଷ ଟଙ୍କା ମିଳିଥିଲା । ଆଜି ESI ପକ୍ଷରୁ ମାସିକ 15 ହଜାର ଟଙ୍କାର ପେନସନ ସାର୍ଟିଫିକେଟ ମିଳିଛି । ଏହି ରାଶି ମାସିକ ଖର୍ଚ୍ଚ ପାଇଁ ସହାୟକ ହେବ ।"

Regional Board Meeting Of ESIC (ETV Bharat Odisha)



ESI ପଞ୍ଜିକରଣ କେବେ ଆବଶ୍ୟକ ?


ନିୟମ ଅନୁସାରେ, ଯଦି କୌଣସି କମ୍ପାନୀ ସଂଗଠନ ବା ବ୍ୟବସାୟିକ ପ୍ରତିଷ୍ଠାନରେ ୧୦ କିମ୍ବା ଅଧିକ କର୍ମଚାରୀ ନିୟୋଜିତ ଥିବେ ସେ କମ୍ପାନୀ କର୍ମଚାରୀମାନଙ୍କୁ ESI ସୁବିଧା ଦେବା କଥା। ମହାରାଷ୍ଟ୍ର ଏବଂ ଚଣ୍ଡିଗଡ଼ରେ ୨୦ରୁ ଅଧିକ କର୍ମଚାରୀ ଥିଲେ ESI ପଞ୍ଜିକରଣର ନିୟମ ରହିଛି । କମ୍ପାନୀ ନିଜକୁ ESIC ସହିତ ପଞ୍ଜିକରଣ କରିବା ଉଚିତ୍ । ଶ୍ରମିକ କିମ୍ବା କର୍ମଚାରୀମାନେ ଯଦି ମାସକୁ ୨୧ହଜାରରୁ କମ ରୋଜଗାର କରନ୍ତି ତେବେ ସେମାନେ ESI ପାଇବାରେ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଆଉ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଏହା ୨୫ହଜାର ଟଙ୍କା ଅଟେ । ଏଥିରେ କର୍ମଚାରୀମାନଙ୍କର ବେତନର ୧.୭୫% ଯୋଗଦାନ ରହିଥିବାବେଳେ ESI ଯୋଜନା ପ୍ରତି ନିଯୁକ୍ତିଦାତା ୪.୭୫% ଯୋଗଦାନ କରନ୍ତି।
ତେବେ ଏହି ହାରଗୁଡିକ ସମୟ ସମୟରେ ସଂଶୋଧିତ ହୁଏ। ସେହି ଶ୍ରମିକମାନଙ୍କର ଯାହାର ଦୈନିକ ହାରାହାରି ମଜୁରୀ 50 ଟଙ୍କା ପର୍ଯ୍ୟନ୍ତ, ସେମାନେ ESI ପାଣ୍ଠିରେ ଯୋଗଦାନ କରନ୍ତି ନାହିଂ। ହେଲେ ନିଯୁକ୍ତିଦାତାମାନେ ଏହି ଶ୍ରମିକମାନଙ୍କ ପ୍ରତି ଅବଦାନ ଜାରି ରଖିବେ।



ESI ଯୋଜନା ଅଧୀନରେ କେଉଁ ଲାଭ ମିଳିବ:
କର୍ମଚାରୀ ରାଜ୍ୟ ବୀମା ଯୋଜନାର ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ଏଦିଗରେ ESI ହିତାଧିକାରୀ ସଚେତନ ହେବା ଉଚିତ୍। ଯଦି ଆପଣ ଏକ ଚାକିରି ସୁଇଚ୍ କରନ୍ତି, ନିଶ୍ଚିତ କରନ୍ତୁ ଯେ ଆପଣ ଆପଣଙ୍କର ESI ପଞ୍ଜିକରଣ ନମ୍ବରର ନୂତନ ନିଯୁକ୍ତିଦାତାଙ୍କୁ ଜଣାନ୍ତୁ। ESI ହସ୍ପିଟାଲ ଏବଂ ଡିସପେନସାରୀରେ ସେବା ପାଇବା ପାଇଁ ESI କାର୍ଡ, ପେହଚାନ୍ କାର୍ଡ କିମ୍ବା ଇ-ପେହଚାନ୍ କାର୍ଡ ଆବଶ୍ୟକ । ଡାକ୍ତରଙ୍କ ନିର୍ଦ୍ଦେଶକୁ କଠୋର ଭାବରେ ଅନୁସରଣ କରନ୍ତୁ । ESI ସ୍ମାର୍ଟ କାର୍ଡର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆପଣ ଇ-ପେହଚାନ୍ କାର୍ଡ ପାଇପାରିବେ, ଗୋଟିଏ ପାଇବା ଏକ କଷ୍ଟଦାୟକ କାର୍ଯ୍ୟ ହୋଇପାରେ। ଆହୁରି ମଧ୍ୟ, କାର୍ଡ ହଜିଲେ ESIC ଶାଖା କାର୍ଯ୍ୟାଳୟ କିମ୍ବା ଡିସପେନସାରିରେ ଜଣାଇବାକୁ ପଡିବ ।


ESI ଲାଭ ପାଇଁ କିପରି ଆବେଦନ କରିବେ?
ESI ଯୋଜନାର ହିତାଧିକାରୀ ଭାବରେ ଆପଣ ଦୁଇ ପ୍ରକାରର ଲାଭ ଦାବି କରିପାରିବେ। ପ୍ରଥମଟି ହେଉଛି ଚିକିତ୍ସା ସୁବିଧା। ଏହାଦ୍ବାରା କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟ ଚିକିତ୍ସା ସେବା ପାଇପାରିବେ। ଏହାର ଲାଭ ପାଇବା ପାଇଁ କର୍ମଚାରୀଙ୍କୁ ଯେକୌଣସି ESI ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରାଇବା ଆବଶ୍ୟକ।

ESI ଦ୍ବାରା ମିଳିବ ଏସବୁ ସୁବିଧା:

୧. ଅସୁସ୍ଥତା
୨.ଅକ୍ଷମତା (ଅସ୍ଥାୟୀ / ସ୍ଥାୟୀ)
୩.ମାତୃତ୍ୱ
୪.ବେକାରୀ
୫.ନିର୍ଭରଶୀଳ
୬.ଅନ୍ତିମ ସଂସ୍କାର
୭.ବୃତ୍ତିଗତ ଏବଂ ଶାରୀରିକ ପୁନର୍ବାସରେ ନଗଦ ସୁବିଧା ପାଇପାରିବେ


ଅନଲାଇନରେ ESICର ଆବେଦନ ଓ ଯାଞ୍ଚ:

ଅନଲାଇନରେ ESI ସ୍ଥିତି ଯାଞ୍ଚ କରିପାରିବେ। କର୍ମଚାରୀମାନଙ୍କୁ ବିଭିନ୍ନ ESI ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।

ବୀମା ଯୋଜନା ହସ୍ପିଟାଲ ତାଲିକା:
କର୍ମଚାରୀ ରାଜ୍ୟ ବୀମା ନିଗମର ଦେଶର ଅନେକ ସଂଖ୍ୟକ ଡାକ୍ତରଖାନା ସହିତ ଚୁକ୍ତିନାମା ହୋଇଛି। ଭାରତର ESI ଡାକ୍ତରଖାନାଗୁଡ଼ିକର ତାଲିକା ଜାଣିବା ପାଇଁ, ESIC ପୋର୍ଟାଲ ପରିଦର୍ଶନ କରନ୍ତୁ। ଯେଉଁଥିରେ ESI ଏବଂ ଟାଇ-ଅପ୍ ଡାକ୍ତରଖାନା ଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ପାଇପାରିବେ ।

Regional Board Meeting Of ESIC (ETV Bharat Odisha)



ESIର ଆଞ୍ଚଳିକ ବୋର୍ଡ଼ ବୈଠକ:
ଆଜି ଭୁବନେଶ୍ୱରରେ ESIର ଆଞ୍ଚଳିକ ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। କର୍ମଚାରୀଙ୍କ ସମ୍ପର୍କିତ ପ୍ରାୟ ୫୧ଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି। ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଶିକ୍ଷା ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ESIର ଡିସପେନ୍ସସାରୀ ଓ ହସ୍ପିଟାଲରେ କିଭଳି ଅଧିକ ନିଯୁକ୍ତି କରାଯିବ ସେନେଇ ଆଲୋଚନା ହୋଇଛି । ଇଏସଆଇ ହସ୍ପିଟାଲରେ ଡାକ୍ତରଙ୍କୁ କମ ଦରମା ଦିଆଯାଉଥିଲା। ଏବେ ଅନ୍ୟ ଡାକ୍ତରଙ୍କ ଭଳି ସେମାନେ ସମାନ ଦରମା ପାଇବେ। "ବର୍ତ୍ତମାନ କର୍ମଚାରୀଙ୍କ ପାଇଁ ଥିବା ପ୍ଲାନ ଓ ସ୍କିମ ଉପରେ ଆଲୋଚନା ହୋଇଛି। ୧୯୪୮ ର ଗାଇଡଲାଇନ ଅନୁସାରେ, ଯେଉଁ କମ୍ପାନୀ ESI ନିୟମର ଖିଲାପ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ" ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।


ରାଜ୍ୟରେ ଖୋଲିବ ଆହୁରି ୬ଟି ESI ହସ୍ପିଟାଲ:
ନିଯୁକ୍ତି ହେବେ ଆବଶ୍ୟକୀୟ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀ । ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଅଧିକରୁ ଅଧିକ କର୍ମଚାରୀମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଯେଉଁ କମ୍ପାନୀ ଗୁଡ଼ିକ ନିଜର କର୍ମଚାରୀଙ୍କ ପାଇଁ ଇଏସଆଇ ପଲିସି ଆପଣାଉ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟ କର୍ମଚାରୀ ବୀମା ନିଗମର ବୋର୍ଡ ବୈଠକରେ ଏନେଇ ଆଲୋଚନା କରାଯାଇଛି। ଭୁବନେଶ୍ୱର, ପାରାଦ୍ୱୀପ, ଝାରସୁଗୁଡା, ଡୁବୁରି, ବ୍ରହ୍ମପୁର ଓ ବାଲେଶ୍ୱରରେ ହେବ ଇଏସଆଇ ହସ୍ପିଟାଲ। ଭୁବନେଶ୍ୱର ଅନ୍ଧାରୁଆରେ ହେବ ହସ୍ପିଟାଲ। ସବୁ ହସ୍ପିଟାଲ 100 ବେଡ୍ ବିଶିଷ୍ଟ ହେବ। ସମସ୍ତ ESI ହସ୍ପିଟାଲରେ ନିଯୁକ୍ତ ହେବେ ଆବଶ୍ୟକୀୟ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀ। ଇଏସଆଇର ୮୫ ତମ ଆଞ୍ଚଳିକ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଓଡି଼ଶା ରାଜ୍ୟ କର୍ମଚାରୀ ବୀମା ନିଗମ ଆଞ୍ଚଳିକ ନିର୍ଦ୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ। ଇଏସଆଇ ଯୋଜନାକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର ପାଇଁ ଆଲୋଚନା ହୋଇଛି । "ରାଜ୍ୟରେ ଇଏସଆଇର ୬ ଟି ହସ୍ପିଟାଲ ଓ ୫୩ ଟି ଡିସପେନସାରୀ ରହିଛି। ଡାକ୍ତର, ପାରା ମେଡ଼ିକାଲ ଓ ନର୍ସିଂ ଷ୍ଟାଫ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଆବଶ୍ୟକ କର୍ମଚାରୀ ପୂରଣ ପାଇଁ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ୨୧ ହଜାର ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀ ଇଏସଆଇ ସୁବିଧା ପାଉଛନ୍ତି। ଆହୁରି ଅଧିକ ଦରମା ପାଉଥିବା କର୍ମଚାରୀ ମାନେ କିଭଳି ଏହି ସ୍କିମରେ ସାମିଲ ହେବେ ସେନେଇ ନିଷ୍ପତ୍ତି ନିଆଯାଉଛି," ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ନିର୍ଦେଶକ ସୁକାନ୍ତ ଚନ୍ଦ୍ର ଦାଶ ।

ଏହା ବି ପଢନ୍ତୁ...୨ ନୂଆ ESI ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, କେଉଁ ଜିଲ୍ଲାରେ ହେବ ଜାଣନ୍ତୁ
ଏହା ବି ପଢନ୍ତୁ...Eenadu Relief Fund; ଜଳ ପ୍ରଳୟରେ ଉବୁଟୁବୁ ଆନ୍ଧ୍ର-ତେଲେଙ୍ଗାନା; ବନ୍ୟା ପୀଡିତଙ୍କୁ 5 କୋଟି ସହାୟତା ଦେଲା ରାମୋଜୀ ଗ୍ରୁପ୍, ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ - RAMOJI GROUP FLOOD DONATION

ଏହା ବି ପଢନ୍ତୁ...ବେସରକାରୀ କର୍ମଚାରୀଙ୍କୁ ମିଳିବ ମାସିକ ୭ ହଜାର ୫୦୦ ପେନସନ୍ ? ୮ କୋଟି ଲୋକ ହେବେ ଉପକୃତ - EPS Pension



ESI ବୀମାଭୁକ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଓଡ଼ିଶାରେ ୪ଟି ମେଡ଼ିକାଲ ଅଛି। ଭୁବନେଶ୍ୱର, ଚୌଦ୍ୱାର, ସୁନ୍ଦରଗଡ଼ର କାଂଶ ବାହାଲ ଏବଂ ଚତୁର୍ଥଟି କଳାହାଣ୍ଡିର ଜକ୍ଷାପୁରରେ ରହିଛି। ESI ବୀମାଭୁକ୍ତଙ୍କୁ ସ୍ୱାସ୍ଥ୍ୟ ସେବାରେ ବ୍ୟାହତ ହେଉଛି। ରୋଗୀ ସେବା ଯୋଗାଇ ଦେବାରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ଅଭାବ ରହିଛି। ରାଜ୍ୟରେ ୧୦ ଲକ୍ଷ ଲୋକ ESI ସ୍କିମରେ ବୀମାଭୁକ୍ତ ହୋଇଥିବାବେଳେ ଗୋଟିଏ ହେଲେ ବି ମେଡିକାଲ କଲେଜ ନାହିଁ। କିନ୍ତୁ ପଡୋଶୀ ବିହାରରେ ୫ଲକ୍ଷ ESI ପଞ୍ଜିକୃତ ଥିବାବେଳେ ସେଠାରେ ମେଡିକାଲ କଲେଜ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago

ABOUT THE AUTHOR

...view details