ଓଡିଶା

odisha

ETV Bharat / state

ରଘୁରାଜପୁର ଓ କୋଣାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି: ଦେଖିଲେ ଗୋଟିପୁଅ ନୃତ୍ୟ, କିଣିଲେ ପଟ୍ଟଚିତ୍ର - SINGAPORE PRESIDENT ODISHA VISIT

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଐତିହ୍ୟ ଗ୍ରାମ ପୁରୀ ରଘୁରାଜପୁର ଓ କୌଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ । ଓଡ଼ିଶାର କଳା ଓ ସଂସ୍କୃତିକୁ କଲେ ପ୍ରଶଂସା ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jan 18, 2025, 1:21 PM IST

Updated : Jan 18, 2025, 4:59 PM IST

ପୁରୀ:ସିସିଙ୍ଗାପୁର ରାଷ୍ଟ୍ରପତିଥର୍ମନ ଶନ୍ମୁଗରତ୍ନମ୍‌ଙ୍କ ଓଡ଼ିଶା ଗସ୍ତର ଆଜି (ଶନିବାର) ଦ୍ୱିତୀୟ ଦିନ । ଆଜି ସେ ପୁରୀ ଜିଲ୍ଲା ଗସ୍ତ କରି ଓଡ଼ିଶାର ସମୃଦ୍ଧ କଳା ସଂସ୍କୃତି ଦେଖି ବିମୁଗ୍ଧ ହୋଇଥିଲେ । ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ପ୍ରଥମେ ପ୍ରସିଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁର ଗ୍ରାମ ବୁଲିଥିଲେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ । କଳାସଂସ୍କୃତିରେ ଭରପୂର ରଘୁରାଜପୁର ଗ୍ରାମ ବୁଲିବା ସମୟରେ ସିଙ୍ଗାପୁର ରାଷ୍ଟ୍ରପତି ଲୋକମାନଙ୍କ ଘରେ ପଟ୍ଟ ଚିତ୍ର ତିଆରି ଶୖୈଳୀର ଡେମୋ ଦେଖିବା ସହ ପଟ୍ଟ ଚିତ୍ର ଶିଳ୍ପୀଙ୍କ ସହ ଆଲୋଚନା କରିଥିଲେ । ଏହାସହିତ ଗଣେଶଙ୍କ ପଟ୍ଟଚିତ୍ର କିଣିଥିବା ଜଣାପଡ଼ିଛି ।

ରଘୁରାଜପୁର ବୁଲି ଦେଖିଲେ ସିଙ୍ଗାପୁର ରାଷ୍ଟ୍ରପତି:

ପ୍ରଥମେ ସେ ରଘୁରାଜପୁରରେ ପହଞ୍ଚିବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ତାଙ୍କର ସ୍ବାଗତ କରିଥିଲେ । ପରେ ରଘୁରାଜପୁର ଗ୍ରାମବାସୀ, ପାରମ୍ପରିକ ଢଙ୍ଗରେ ସ୍ବାଗତ କରିଥିଲେ । ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ରଘୁରାଜପୁର ଗ୍ରାମରେ ହୋଇଥିବା ପଟ୍ଟଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ । ଓଡ଼ିଶାର ଚିତ୍ରକଳା ଦେଖି ବେଶ୍ ଖୁସି ପ୍ରକଟ କରିଥିଲେ ଦମ୍ପତି ।

SINGAPORE PRESIDENT ODISHA VISIT (ETV BHARAT ODISHA)

ପଟ୍ଟଚିତ୍ର କିଣିଲେ ସିଙ୍ଗାପୁର ରାଷ୍ଟ୍ରପତି:

ରାମାୟଣ କଥାବସ୍ତୁ ଥିବା ଗଣେଶଙ୍କ ପ୍ରତିକୃତିର ଏକ ପଟ୍ଟଚିତ୍ର କିଣିଲେ ସିଙ୍ଗାପୁର ରାଷ୍ଟ୍ରପତି । କିଭଳି ଚିତ୍ରକରମାନେ ପଟ୍ଟଚିତ୍ର ପ୍ରସ୍ତୁତ କରୁଛନ୍ତି ତାହା ପଚାରି ବୁଝିଥିଲେ । ରଘୁରାଜପୁର ଗ୍ରାମର ଇତିହାସ ସମ୍ପର୍କରେ ମଧ୍ୟ ଚିତ୍ରଶିଳ୍ପୀଙ୍କଠାରୁ ପଚାରି ବୁଝିଥିଲେ । ପରେ ସେ କୋଣାର୍କ ଅଭିମୁଖେ ଗସ୍ତ କରିଥିଲେ ।

କୋଣାର୍କ ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କଳାକୃତିରେ ବିମୋହିତ ସିଙ୍ଗାପୁର ରାଷ୍ଟ୍ରପତି:

ପୁରୀର ଏହି ହେରିଟେଜ ଭିଲେଜ ବୁଲିବା ପରେ ସେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗସ୍ତ କରିଥିଲେ । ସେଠାରେ ମଧ୍ୟ ତାଙ୍କୁ ଭବ୍ୟ ଢଙ୍ଗରେ ସ୍ବାଗତ କରା ଯାଇଥିଲା । କୋଣାର୍କର ସୂକ୍ଷ୍ମ କଳାକୃତି ଦେଖି ସେ ବିମୋହିତ ହୋଇଥିଲେ । ଓଡ଼ିଶାର ସମୃଦ୍ଧ କଳା ସଂସ୍କୃତିକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

SINGAPORE PRESIDENT ODISHA VISIT (ETV BHARAT ODISHA)

ଗୋଟିପୁଅ ନୃତ୍ୟ ଦେଖିଲେ‌ :

ରଘୁରାଜପୁର ଗ୍ରାମର ସମ୍ପାଦକ ଅଭିରାମ ଦାସ କହିଛନ୍ତି, ''ସିଙ୍ଗାପୁରର ରାଷ୍ଟ୍ରପତି ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନରେ ଆସିଥିଲେ । ପାରମ୍ପରିକ ଢଙ୍ଗରେ ତାଙ୍କୁ ସ୍ବାଗତ କରାଗଲା । ପରେ ସେ ଗୋଟିପୁଅ ନୃତ୍ୟ ଦେଖିଲେ । ଏଥି ସହିତ ଦୁର୍ଗା ନାଚ, ନାଗା ନାଚ ମଧ୍ୟ ସେ ଦେଖିଥିଲେ । ଆମ ପାରମ୍ପରିକ ସଙ୍କୀର୍ତ୍ତନ ମଧ୍ୟ ସେ ଦେଖିଥିଲେ । ଆମ ଗ୍ରାମର ସବୁ କଳାକାରଙ୍କୁ ନେଇ ହୋଇଥିବା ଏକ ଚିତ୍ରକଳା ପ୍ରଦର୍ଶନୀ ବୁଲିଥିଲେ । ମେଡିକାଲ, ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ସେ ବୁଲି ଦେଖିଲେ । ଏହାକୁ ଦେଖି ସେ ବହୁତ ଖୁସି ହୋଇଥିଲେ । ଆଗାମୀ ଦିନରେ ସେ ଭାରତ ଆସିଲେ ପୁଣି ସେ ରଘୁରାଜପୁରକୁ ଆସିବେ ବୋଲି କହିଛନ୍ତି। ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଁ ରଘୁରାଜପୁର ପାଇଁ ନିଶ୍ଚିତ କିଛି କରିବି। ''

Singapore president at Ragurajpur (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, '' ସିଙ୍ଗାପୁର ରାଷ୍ଟ୍ରପତି ତାଙ୍କ ପତ୍ନୀ ଙ୍କ ସହ ଆସିଥିବା ବେଳେ 60 ଜଣିଆ ଏକ ପ୍ରତିନିଧି ମଣ୍ଡଳୀ ଆସିଥିଲେ । ତାଙ୍କର 35 ମିନିଟ କାର୍ଯ୍ୟକ୍ରମ ଥିଲା । ସେ ଏକ ଘଣ୍ଟା 10 ମିନିଟ ସେ ଗ୍ରାମରେ ରହିଥିଲେ । ଆମ ଗ୍ରାମକୁ ଦେଖି ବହୁତ ଖୁସି ହୋଇଛନ୍ତି । ପୂର୍ବରୁ ଏହି ଗ୍ରାମ ବିଷୟରେ ଜାଣିଥିଲି, ହେଲେ ବୁଲିବା ପାଈଁ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ହୋଇଥିଲେ। ପଟଚ୍ଚିତ୍ରକୁ ନେଇ ସେ ବହୁତ ମୁଗ୍ଧ ହୋଇଥିଲେ । ଏହା କିଭଳି ତିଆରି ହେଉଛି ତାହା ସେ ବୁଝିଥିଲେ । ତାଳପତ୍ର କଳାକୃତୀକୁ ଦେଖି ମଧ୍ୟ ସେ ବହୁତ ଖୁସି ହୋଇଥିଲେ। ରାମାୟଣ କଥାବସ୍ତୁ ଥିବା ଏକ ତାଳ ପତ୍ର କଳାକୃତିକୁ ସେ ନେଇଥିଲେ । ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବାହାର ପର୍ଯ୍ୟଟକଙ୍କୁ ସେହି ସମୟ ରେ ପ୍ରବେଶ ଅନୁମତି ଦିଆଯାଇନଥିଲା । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ଫଳରେ ସାରା ବିଶ୍ଵରେ ଐତିହ୍ୟ ରଘୁରାଜପୁର ଗ୍ରାମର ପ୍ରଚାର ପ୍ରସାର ସାରା ବିଶ୍ଵରେ ହୋଇ ପାରିବ । ଆହୁରି ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ । ଏହା ଦ୍ଵାରା ଚିତ୍ରଶିଳ୍ପୀମାନେ ଲାଭବାନ ହେବେ । ''

Singapore president at Ragurajpur (ETV Bharat Odisha)

ଓଡ଼ିଶା ଗସ୍ତର ପ୍ରଥମ ଦିନ

ଗତକାଲି(ଶୁକ୍ରବାର) ଦିନ ୧୧.୩୦ ସୁଦ୍ଧା ସିଙ୍ଗାପୁର ରାଷ୍ଟ୍ରପତି, ତାଙ୍କ ପତ୍ନୀ ଓ ସିଙ୍ଗାପୁରର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ । ପରେ ସିଙ୍ଗାପୁର ସହ ରାଜ୍ୟ ସରକାର ୮ଟି ଏମଓୟୁରେ ସ୍ୱାକ୍ଷର କରିଥିଲେ । ଏହି ସମୟରେ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଥର୍ମନଙ୍କ ସହ ଓଡ଼ିଶା ସରକାରଙ୍କ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା ।

Ragurajpur Pattachitra (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

କଳାଭୂମିରେ ୪ ଘଣ୍ଟା ବିତାଇଲେ ସିଙ୍ଗାପୁର ରାଷ୍ଟ୍ରପତି, ଓଡ଼ିଶା କଳାକୃତି ଦେଖି ଅଭିଭୂତ

ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, ସ୍ବାକ୍ଷରିତ ହେବ ଏମଓୟୁ

ଓଡ଼ିଶା-ସିଙ୍ଗାପୁର 8 ଚୁକ୍ତିନାମା ସ୍ବାକ୍ଷର, ଆଗକୁ ଅନେକ ବିଭାଗରେ MOU ହେବ କହିଲେ ମୁଖ୍ୟମନ୍ତ୍ରୀ

Ragurajpur Pattachitra (ETV Bharat Odisha)

ପୋଖରୀପୁଟ ଶିଳ୍ପୀବିହାରରେ ଥିବା ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ପରିଦର୍ଶନ କରିବା ସହ ସେଠାରେ ସେ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି । ଆଉମଧ୍ୟ କଳାଭୂମିରେ ଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ଗ୍ୟାଲେରୀ ବୁଲି କରୁଣା ଶିଳ୍କ, କୋଟପାଡ ଶାଢ଼ୀ, ସମ୍ବଲପୁରୀ, ମାଣିଆବନ୍ଧ ଶାଢ଼ୀ ବୁଣିବା ଶୈଳୀ ବିଷୟରେ ପଚାରି ବୁଝିବା ସହ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ । ଏହାର ମୂଲ୍ୟ ସେ UPI ଜରିଆରେ ପ୍ରଦାନ କରିଥିଲେ ।

Singapore president at Ragurajpur (ETV Bharat Odisha)

ଇଟିଭି ଭାରତ, ପୁରୀ

Last Updated : Jan 18, 2025, 4:59 PM IST

ABOUT THE AUTHOR

...view details