ରାଉରକେଲା: ଆଜି ରାଉରକେଲାରେ ପାଳନ ହେଉଛି ସାରହୁଲ ପୂଜା। ଆଦିବାସୀମାନେ ଉତ୍ସାହର ସହିତ ଏହି ପବିତ୍ର ସାରହୁଲ ପର୍ବକୁ ପାଳନ କରିଛନ୍ତି। ଏହି ପର୍ବରେ ସୂର୍ଯ୍ୟ ଦେବ ଏବଂ ଧର୍ତ୍ତି ମାତାଙ୍କ ବିବାହ କରାଯିବା ମାନ୍ୟତା ରହିଛି। ତେବେ ଆଦିବାସୀ ରୀତିନୀତି ଅନୁଯାୟୀ ଆଜି ଦିନକୁ ସେମାନେ ନୂଆବର୍ଷ ଭାବରେ ପାଳନ କରିଥାନ୍ତି। ଏହି ପର୍ବ ପାଳନ କରିବା ପାଇଁ ରାଉରକେଲାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କ ସୁଅଛୁଟିଥିବା ଦେଖିବାକୁ ମିଳିଛି। ଆଦିବାସୀମାନେ ରାଉରକେଲା ବିଶ୍ରା ଛକ ଠାରୁ ନାଚଗୀତ ସାଙ୍ଗକୁ ପାରମ୍ପାରିକ ଲୋକବାଦ୍ୟର ସହିତ ଏକ ବିଶାଳ ରାଲି କରି ବେଶ ଆନନ୍ଦରେ ଏହି ପର୍ବ ପାଳନ କରିଛନ୍ତି ।
ଅନ୍ୟପଟରେ ସାରହୁଲ କହିଲେ ଶାଳ ଗଛର ଫୁଲ ବା ସର୍ଗି ଫୁଲକୁ ବୁଝାଏ। ଆଜି ଠାରୁ ଏହି ଫୁଲରେ ଫଳ ହେବା ଆରମ୍ଭ ହେଉଥିବାରୁ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଇଥାଏ। ଆଜି ରାଉରକେଲା ସରନା ପୂଜାସ୍ଥଳରେ ମହା ଆଡମ୍ବରରେ ପବିତ୍ର ସାରହୁଲ ପୂଜା ପାଳନ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବହାରରୁ ଯେପରି ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମ ଭଳି ରାଜ୍ୟରୁ ବହୁ ସଂଖ୍ୟାରେ ଆଦିବାସୀ ଲୋକ ଆସି ଏହି ସାରହୁଲ ପୂଜାରେ ସମ୍ମିଳିତ ହୋଇଛନ୍ତି। ପ୍ରାୟ ତିରିଶ ହଜାର ଆଦିବାସୀ ଏକତ୍ରିତ ହୋଇ ନବବର୍ଷ ପାଳନ ସାଙ୍ଗକୁ ସାରହୁଲ ପୂଜା କରୁଥିବା ଦେଖିବାକୁ ମିଳିଛି। ଆଜି