ଭବାନୀପାଟଣା:ମାଳମାଳ ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ । ବହୁ ବାଦ ବିବାଦ ପରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟରୁ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ନାମରେ ନାମିତ ହୋଇଥିଲେ ମଧ୍ୟ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୁରାତନ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ପୁରାତନ ଛାତ୍ର ସଂଘ ।
ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ !
୨୦୧୯ ମସିହାରେ ଏହି ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଥିଲା । କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୫୦ଟି କଲେଜ ଅନୁବନ୍ଧିତ ହୋଇଥିବା ଏହି ବିଶ୍ୱବିଦ୍ୟାଳୟଟି ଏବେ ନାନା ସମସ୍ୟା ଦେଇ ଗତିକରୁଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ଏବଂ ସଂକୀର୍ଣ୍ଣ ମନୋଭାବ ଏହାର କୃତି ଓ କୃତିତ୍ଵ ହ୍ରାସ କରିବା ସହିତ ମର୍ଯ୍ୟାଦାକୁ ହାନୀ କରୁଥିବା ପୁରାତନ ଛାତ୍ର ସମୂହ ଅଭିଯୋଗ କରିଛନ୍ତି । ବିଶ୍ୱବିଦ୍ୟାଳୟର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ରହିବା, ୟୁଜିସି ନିୟମ ଅନୁସାରେ ସଠିକ୍ ସମୟରେ ପରୀକ୍ଷା ନହେବା ଏବଂ ଫଳାଫଳ ପ୍ରକାଶରେ ବିଳମ୍ବ ଘଟିବା,ପରୀକ୍ଷା ନିୟନ୍ତ୍ରଣ ବିଭାଗର ବେପରୁଆ ମନୋଭାବ ସହ ଛାତ୍ରଛାତ୍ରୀ ପ୍ରତି କଠୋର ବ୍ୟବହାର କରାଯାଉଥିବା ଅଭିଯୋଗ କରିଛି ପୁରାତନ ଛାତ୍ର ସଂଘ ।
ସଂଙ୍ଗୀନ ଅଭିଯୋଗ ଆଣିଲା ପୁରାତନ ଛାତ୍ର ସଂଘ :
ସେହିପରି ୟୁଜିସି ନିୟମ ଅନୁଯାୟୀ ଅନେକ କମିଟି ଯଥା ଏକାଡେମୀ କାଉନସିଲ, ଆଇସିସି, ରିସର୍ଚ୍ଚ ଆଡଭାଇଜରୀ କମିଟି, ଆଇକ୍ୟୁଏସି କମିଟିର ଗଠନ ସଠିକ ଭାବରେ ହୋଇ ପାରିନାହିଁ । ଏପରିକି ରାଗିଂ ରୋକିବା ପାଇଁ ବିଶ୍ଵବିଦ୍ୟାଳୟରେ ତରଫରୁ ଅଧିକାଂଶ ଅନୁବନ୍ଧିତ କଲେଜ ମାନଙ୍କରେ ଆଣ୍ଟିରାଗିଂ ସେଲ ମଧ୍ୟ ଗଠନ କରାଯାଇନାହିଁ । ଅନ୍ୟପଟେ ହଷ୍ଟେଲ ମେସରେ ନଖାଇଲେ ମଧ୍ୟ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଠାରୁ ସମସ୍ତ ମେସ ଖର୍ଚ୍ଚ ବାଧ୍ୟ ବାଧକତାରେ ନିଆଯାଉଥିବା ଅଭିଯୋଗ କରିଛନ୍ତି ପୁରାତନ ଛାତ୍ର ସଂଘର ସଦସ୍ୟ ଅଭିନାସ ଠାକୁର । ଏହି ସମ୍ପର୍କରେ ମୁହଁ ଖୋଲିଲେ ପିଲାଙ୍କୁ ଧମକ ଚମକ ଦିଆଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।ଏସବୁ ବ୍ୟତିକ୍ରମ ପାଇଁ କୁଳପତିକୁ ହିଁ ଦାୟୀ କରିଛି ପୁରାତନ ଛାତ୍ର ସଂଘ ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର: