ଓଡିଶା

odisha

ETV Bharat / state

ଯାତ୍ରା ଆରମ୍ଭ ପୂର୍ବରୁ ବଡ ଅଘଟଣ, ଏଣ୍ଚ୍ରିଗେଟ ଭୁଶୁଡି 50ରୁ ଉର୍ଦ୍ଧ୍ବ ଆହତ - JATRA PARTY GATE COLLAPSES

ସାଲେପୁରରେ ଯାତ୍ରା ଆରମ୍ଭ ପୂର୍ବରୁ ଭୁଶୁଡିଲା ଏଣ୍ଚ୍ରିଗେଟ । ଦର୍ଶକଙ୍କ ଓଜନ ସମ୍ଭାଳିନପାରି ଭୁଶୁଡି ପଡିଥିବା କୁହାଯାଉଛି ।

JATRA PARTY GATE COLLAPSES
JATRA PARTY GATE COLLAPSES (ETV BHARAT ODISHA)

By ETV Bharat Odisha Team

Published : Dec 15, 2024, 10:37 AM IST

କଟକ: ଯାତ୍ରା ଆରମ୍ଭ ପୂର୍ବରୁ ଘଟିଲା ବଡ ଅଘଟଣ । ଯାତ୍ରା ପାର୍ଟିର ଏଣ୍ଚ୍ରିଗେଟ ଭୁଶୁଡିବାରୁ ଚାପି ହୋଇଗଲେ ଦର୍ଶକ, 50ରୁ ଉର୍ଦ୍ଧ୍ବ ଦର୍ଶକ ଆହତ ହୋଇଥିବା ବେଳେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଶନି ପଡ଼ିଆ ଠାରେ । ଆହତ ମାନଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଶିଶୁ ମଧ୍ୟ ରହିଛନ୍ତି । 6 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଇସୁଙ୍ଗୁଡ଼ା ଶନି ପଡିଆ ଠାରେ ଶୁକ୍ରବାର ଠାରୁ ଯାତ୍ରା ପାର୍ଟି ରାଜାରାଣୀ ଯାତ୍ରା ମଞ୍ଚସ୍ଥ କରୁଥିଲା । ଶନିବାର ଅର୍ଥାତ୍ ଦ୍ଵିତୀୟ ରାତିରେ ନାଟକ ମଞ୍ଚସ୍ଥ ପୂର୍ବରୁ ଘଟିଥିଲା ଏଭଳି ବଡ ଅଘଟଣ। ଯାତ୍ରା ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିଲା । ଦର୍ଶକ ମାନେ ଟିକେଟ ଯାଞ୍ଚ କରି ଯାତ୍ରା ସମ୍ମୁଖର ଉଚ୍ଚ ଲୁହାର ତୋରଣ ଗେଟ୍ ଦେଇ ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ତୋରଣ ଟି ଦର୍ଶକଙ୍କ ଉପରେ ଭୁଶୁଡି ପଡ଼ିଥିଲା । ଅଧିକ ଦର୍ଶକ ଏକସଙ୍ଗେ ପ୍ରବେଶ କରିବା ଦ୍ୱାରା ଏଭଳି ଗେଟଟି ଭୁଶୁଡି ପଡ଼ିଥିବା କୁହାଯାଉଛି । ଅଘଟଣ ପରେ ଯାତ୍ରା ପରିବେଷଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

JATRA PARTY GATE COLLAPSES (ETV BHARAT ODISHA)
JATRA PARTY GATE COLLAPSES (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଖଣ୍ଡଗିରି ଯାତ୍ରା: ଡବଲ ସୋ' ବିବାଦ, ଥାନାରେ ଫେରାଦ ଯାତ୍ରା କମିଟି - ଖଣ୍ଡଗିରି ଯାତ୍ରା

ଏହା ମଧ୍ୟ ପଢନ୍ତୁ-ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ - mayurbhanj news

JATRA PARTY GATE COLLAPSES (ETV BHARAT ODISHA)

50ରୁ ଉର୍ଦ୍ଧ୍ବ ଦର୍ଶକ ଆହତ ହୋଇଥିବା ବେଳେ କେତେକ ଆହତ ଓ ଗୁରୁତର ମାନେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ରାତିରେ ତୁରନ୍ତ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲକୁ ଚାଲି ଯାଇଥିଲେ । ଅନେକ ଆହତ ମାନଙ୍କ ହାତ, ଗୋଡ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ସୂଚନା ମୁତାବକ 20ରୁ ଉର୍ଦ୍ଧ୍ବ ଆହତ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ସେଥିରୁ 6 ଜଣଙ୍କ ଅବସ୍ଥା ଗୁରୁତର ରହି ଥିବାରୁ ପ୍ରାଥମିକ ଚିକିତ୍ସା କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଅନ୍ୟ ଆହତ ମାନଙ୍କୁ ଚିକିତ୍ସା କରାଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଘରକୁ ପଠାଇ ଦିଆଯାଇଥିଲା ।

ଜଣେ ଆହତ କହିଛନ୍ତି, ''ଆମେ ଯାତ୍ରା ପେଣ୍ଡାଲ ଭିତରକୁ ଯାଉଥିଲୁ, ଗେଟ ପଡିଗଲାଠୁ ଅଣ୍ଟା ମାଡ ହଇଯାଇଛି । ପ୍ରଥମେ ଗେଟଟି ଦୋହଲିବା ପରେ ଭୁଶୁଡି ପଡିଥିଲା । ବହୁତ ଲୋକ ଆହତ ହୋଇଛନ୍ତି । ''

ଇଟିଭି ଭାରତ, କଟକ

ABOUT THE AUTHOR

...view details