ଢେଙ୍କାନାଳ:ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଗୁରୁତର । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଅବସ୍ଥା ଜଟିଳ ହୋଇପଡ଼ିଥିଲା । ଶିଶୁମାନଙ୍କୁ ଜ୍ବର ଆସିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହୋଇଥିଲା । ପରେ ଡ଼ାକ୍ତର ପହଞ୍ଚି ଶିଶୁମାନଙ୍କୁ ଚିକିତ୍ସା କରିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।
ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଗୁରୁତର ! :
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ କାଲି(ଶନିବାର) ସନ୍ଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା । ଡାକ୍ତରଖାନାର ଶିଶୁ ବିଭାଗର ଗୋଟିଏ ୱାର୍ଡରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ଇଜେକ୍ସନ ଦେବା ପରେ ସେମାନେ ଜ୍ଜରରେ ଥରିବାକୁ ଆରମ୍ଭ କରିଥିଲେ । ପରେ ଶିଶୁ ମାନେ ଜ୍ବରରେ କମ୍ପିିଥିଲେ । କିଛି ଶିଶୁଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହେବାରୁ ଭୟଭୀତ ହୋଇପଡ଼ିଥିଲେ ପରିବାର ଲୋକେ । ଇଞ୍ଜେକ୍ସନର ଏହା ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଶିଶୁମାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।
ଖବର ପାଇ ୱାର୍ଡର ଆଟେଣ୍ଡାଣ୍ଟ ତୁରନ୍ତ ଡାକ୍ତରଙ୍କୁ ଡାକିଥିଲେ । ଶିଶୁ ବିଶେଷଜ୍ଞ ୱାର୍ଡକୁ ଯାଇ ଗୁରୁତର ଶିଶୁମାନଙ୍କୁ ଚିକିତ୍ସା କରିଥିଲେ । ଏବେ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡିଛି । ଇଞ୍ଜେକସନ ଦେବାରୁ ଏପରି ସ୍ଥିତି ହୋଇଥିବା ଶିଶୁମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।ଏହି ୱାର୍ଡରେ ୨୦ଜଣ ଶିଶୁ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ଜଣଙ୍କ ଅବସ୍ଥା ଏପରି ହୋଇଥିଲା ବୋଲି ଜଣାପଡିଛି ।