ଓଡିଶା

odisha

ETV Bharat / state

ବସ-ପିକଅପକୁ ଧକ୍କା ଦେଇ 20 ଫୁଟ ତଳକୁ ଖସିଲା ବସ, 20ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଗଜପତିର କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା । ଏଥିରେ 20ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

By ETV Bharat Odisha Team

Published : 4 hours ago

SERIES ACCIDENT
SERIES ACCIDENT (ETV Bharat Odisha)

ଗଜପତି: କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା । ପ୍ରଥମେ ବସ୍‌ ପରେ ପିକଅପ ଭ୍ୟାନକୁ ଧକ୍କା ଦେଇ 20 ଫୁଟ ତଳକୁ ଓଲଟି ପଡିଲା ବସ । ଫଳରେ ପ୍ରାୟ 20 ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଯାତ୍ରୀ ଗୁରୁତର ଅଛନ୍ତି । ସେମାନଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଟି ସୋମବାର ବିଳମ୍ବିତ ରାତି 1.30 ବେଳେ ହୋଇଥିବା ସୂଚନା ।

କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା:

SERIES ACCIDENT (ETV Bharat Odisha)

ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା ଘଟିଛି । ପୁରୀରୁ ମାଲକାନଗିରି ଯାଉଥିବା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ନାମକ ଏକ ଯାତ୍ରୀବାହୀ ବସ ହଠାତ୍‌ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ କେନ୍ଦୁଘାଟିରେ ରାସ୍ତା କଡରେ ଛିଡା ହୋଇଥିଲା । କିଛି ଯାତ୍ରୀ ବାହାରେ ଥିବା ବେଳେ କିଛି ଯାତ୍ରୀ ବସ ଭିତରେ ଥିଲେ । ହେଲେ ରାତିରେ ଭୁବନେଶ୍ବରରୁ ମାଲକାନଗିରି ଯାଉଥିବା ମହାକାଳ ନାମକ ବସ ଆସି ରାସ୍ତାକଡରେ ଛିଡା ହୋଇଥିବା ଜଗନ୍ନାଥ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏହାପରେ ଏକ ପିକଅପ ଭ୍ୟାନକୁ ମଧ୍ୟ ଧକ୍କା ଦେଇ 20 ଫୁଟ ତଳକୁ ଓଲଟି ପଡିଥିଲା ।

କେତେ ଯାତ୍ରୀ ଆହତ:

SERIES ACCIDENT (ETV Bharat Odisha)

ଏହି ସିରିଜ ଦୁର୍ଘଟଣା ଫଳରେ ଉଭୟ ବସରେ ଥିବା ପ୍ରାୟ 20 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ସମସ୍ତଙ୍କୁ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ 4 ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସମସ୍ତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:

ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ, ଜଣେ ମୃତ

ଟେମ୍ପୋକୁ ପିଟିଲା ବସ: ଦୁଇ ପରିବାର ୮ ଶିଶୁଙ୍କ ସମେତ ୧୧ ମୃତ

ଭାପୁରରେ ଚାଞ୍ଚଲ୍ୟ; ଦୁର୍ଘଟଣା ନାଁ ହତ୍ୟା ଷଡ଼ଯନ୍ତ୍ର, ଅଭିଯୋଗ ପରେ ନୂଆ ମୋଡ଼

ରାଜଧାନୀରେ ଗ୍ୟାସ ଲିକ୍, ସିଲ୍ ହେଲା ପଟିଆ-ଇନଫୋସିଟି ରାସ୍ତା - bhubaneswar gas leak

ଯାତ୍ରୀ ସୁଜାତା ସ୍ବାଇଁକହିଛନ୍ତି, ‘ଆମେ ଭୁବନେଶ୍ବରରୁ ମାଲକାନଗିରିକୁ ଯାଉଥିଲୁ । ଦୁର୍ଘଟଣା ରାତି 1ଟା ପରେ ହୋଇଛି । ବସ୍‌ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି । ଆମକୁ 108 ଆମ୍ବୁଲାନ୍ସରେ ମେଡିକାଲକୁ ଆଣିଛନ୍ତି ।

SERIES ACCIDENT (ETV Bharat Odisha)

ଆଉ ଜଣେଯାତ୍ରୀ କହିଛନ୍ତି, ଆମ ବସ ଛିଡା ହୋଇଥିବା ବେଳେ ଆଉ ଗୋଟେ ବସ ଆସିକି ଧକ୍କା ଦେଇଥିଲା । 50ରୁ60 ଲୋକେ ଆହତ ହୋଇଥିବେ । ମହାକାଳ ବସ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details