ଓଡିଶା

odisha

ETV Bharat / state

କଂଗ୍ରେସର ଗୁମର ଖୋଲିଲେ ତାରା, କହୁ କହୁ କହିଦେଲେ ଏମିତି... - TARA ON ODISHA CONGRESS - TARA ON ODISHA CONGRESS

TARA ON ODISHA CONGRESS: କଂଗ୍ରେସ ଦଳକୁ ନେଇ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିସ୍ଫୋରକ ବୟାନ । କହିଲେ କଂଗ୍ରେସରେ ଚାଲିଛି ଗୋଡ଼ ଝିକାଝିକି । ଅଧିକ ପଢନ୍ତୁ

କଂଗ୍ରେସର ଗୁମର ଖୋଲିଲେ ତାରା
କଂଗ୍ରେସର ଗୁମର ଖୋଲିଲେ ତାରା (ETV Bharat Odisha)

By ETV Bharat Odisha Team

Published : Aug 18, 2024, 11:04 PM IST

ଭୁବନେଶ୍ବର:ତାରାଙ୍କ ବିସ୍ଫୋରକ ବୟାନ । କଂଗ୍ରେସର ଗୁମର ଖୋଲିଲେ ତାରା । ଗୋଟିଏ ପଟେ କଂଗ୍ରେସ ସାଧାରଣ ନିର୍ବାଚନରେ ଆଶାତୀତ ସଫଳତା ପାଇପାରିଲା ନାହିଁ । ସେପଟେ ପାଖାପାଖି ଦେଢ଼ ମାସ ବିତି ଯାଇଥିଲେ ବି ରାଜ୍ୟରେ ମୁଖିଆ ବିନା ଚାଲିଛି ପ୍ରଦେଶ କଂଗ୍ରେସ । ପିସିସି ମୁଖିଆ ଘୋଷଣା AICC ପକ୍ଷେ କଷ୍ଟ ସାଧ୍ୟ ବ୍ୟାପାର ଭଳି ମନେ ହେଉଛି ।

କଂଗ୍ରେସର ଗୁମର ଖୋଲିଲେ ତାରା (ETV Bharat Odisha)

ତାରାଙ୍କ ଚାଞ୍ଚଲ୍ୟକର ବୟାନ:

କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଏକ ଷ୍ଟିୟରିଙ୍ଗ କମିଟି ଗଠନ କରିଛି AICC । ବାହାରେ କୌଣସି ନେତା ମନ ଇଚ୍ଛା ମୁହଁ ଖୋଲି ପାରିବେ ନାହିଁ ସେଥିପାଇଁ 4 ଜଣ ତୁଙ୍ଗ ନେତାଙ୍କୁ ମୁଖପାତ୍ର ଦାୟିତ୍ୱ ଦେଇଛି ଦଳ । ହେଲେ ଆଜି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଯାହା କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତିକୁ ଦର୍ଶାଇଛି ।

'କଂଗ୍ରେସରେ ଗୋଡ଼ ଝିକାଝିକି ଚାଲିଛି':

ତାରା ବାହିନୀପତି କହିଛନ୍ତି "କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି । କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ । କଂଗ୍ରେସରେ ଗୋଡ଼ ଝିକାଝିକି ଚାଲିଛି । ଯାହା କାହା ସହ କାହାର ମତ ଠିକ ରହୁନି । ଆମ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି ଦଳରେ ବିଭାଜନ ସୃଷ୍ଟି ହେଉଛି ଏହା ହେବା ଅନୁଚିତ୍ । କାହାର ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ, ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି ଲୋକ କେବେ କ୍ଷମା ଦେବେନି । କଂଗ୍ରେସ ଦଳର ଗାନ୍ଧୀ ପରିବାର ବସ । ସେମାନେ ଯାହା ନିଷ୍ପତି ନେବେ ତାକୁ ଆମକୁ ମାନିବାକୁ ପଡିବ । ମତେ ବିଜେଡି, ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି । ତେଣୁ ମୁଁ ମୋ ନିର୍ବାଚନ ମଣ୍ଡଳୀ ଭିତରେ ଅଛି । କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି । ସବୁ କଂଗ୍ରେସ କର୍ମୀ ଏକଜୁଟ ହେବା ଦରକାର । କଂଗ୍ରେସକୁ ଫେରିବା ପାଇଁ ଲୋକ ଚାହୁଁଛନ୍ତି । ହେଲେ ଆମର କିଛି ହୋଇପାରିଲାନି ବୋଲି ଲୋକେ ବିଜେପି ଆଡ଼କୁ ପଳେଇଲେ ।"
ଏହା ମଧ୍ୟ ପଢନ୍ତୁ ...ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ବିବାଦ: ହେବ କି କାର୍ଯ୍ୟାନୁଷ୍ଠାନ ? ଏମିତି କହିଲେ ପରିବହନ ମନ୍ତ୍ରୀ - Pandian Chopper Rides Probe

ତାରା ଅସନ୍ତୁଷ୍ଟ !

ତେବେ ତାରାଙ୍କ ଏଭଳି ବୟାନ ଦଳକୁ ଅଡ଼ୁଆ ସ୍ଥିତିରେ ପକାଇବା ସହ ଦଳର ଗୁମର ଖୋଲିଛି । ଯାହା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏଥିରୁ ସ୍ପଷ୍ଟ ଯେ ତାରା ଅସନ୍ତୁଷ୍ଟ ଅଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳରେ ମଧ୍ୟ ସମନ୍ୱୟ ଅଭାବରୁ ଦଳ ବିଧାନସଭାରେ ପକ୍ଷ ରଖିବାରେ ପଛରେ ପଡିବା ଭଳି ସ୍ଥିତି ଉପୁଜିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details