କୋରାପୁଟ:କୋରାପୁଟରେ ମାଓ ସଂଗଠନକୁ ବଡ଼ ଝଟକା । ସର୍ଚ୍ଚ ଅପରେସନ ସମୟରେ ବିଏସଏଫ ଯବାନଙ୍କୁ ସଫଳତା ମିଳିଛି । କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା ସୁଙ୍କି ପଞ୍ଚାୟତର ଆଲାସି ଗାଁ ନିକଟରେ ଏକ ମାଓକ୍ୟାମ୍ପ ଠାବ କରିଛନ୍ତି ସୁରକ୍ଷାକର୍ମୀ । ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଇନ୍ସପେକ୍ଟର ସନ୍ଦୀପ କର୍କେଟ୍ଟା ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ମାଲକାନଗିରିରେ ଆତ୍ମସମର୍ପଣ କଲେ ଛତିଶଗଡର ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ
ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ଡ 'ଜି' ଦ୍ୱାରା ପ୍ରଦତ୍ତ ଗୁପ୍ତ ସନ୍ଦେଶ ଆଧାରରେ ଇନ୍ସପେକ୍ଟର ସନ୍ଦୀପ କର୍କେଟ୍ଟାଙ୍କ ନିର୍ଦ୍ଦେଶରେ 03 ସବ-ଅଫିସର ଏବଂ 14 ଅନ୍ୟ ରାଙ୍କର ଅଫିସରଙ୍କୁ ନେଇ ଆଣ୍ଟି-ନକ୍ସଲାଇଟ୍ ଡେପ୍ଲୋଏମେଣ୍ଟ ଦ୍ୱାରା ଗତକାଲି (ସୋମବାର) କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା ସୁଙ୍କି ପଞ୍ଚାୟତର ଆଲାସି ଗାଁ ନିକଟରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଜଙ୍ଗଲରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ । ଆଣ୍ଟି-ନକ୍ସଲାଇଟ୍ ଡେପ୍ଲୋଏମେଣ୍ଟକୁ ଦେଖି ତୁରନ୍ତ ଆନ୍ଧ୍ର ସୀମା ଆଡକୁ ଚମ୍ପଟ ମାରିଥିଲେ ଦୁଇ ସନ୍ଦିଗ୍ଧ ।
ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ପୋଲିସ-ମାଓବାଦୀ ମୁହାମୁହିଁ, ଛତ୍ରଭଙ୍ଗ ଦେଲେ ମାଓବାଦୀ
ଏହା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳର ବ୍ୟାପକ ଅନୁସନ୍ଧାନ କରିଥିଲା । ଶେଷରେ ଜଙ୍ଗଲ ମଧ୍ୟରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ସେଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଦେଶୀ ବନ୍ଧୁକ ଜବତ କରାଯାଇଛି । ପରବର୍ତ୍ତୀ ପ୍ରକ୍ରିୟାକରଣ ଏବଂ ଅନୁସନ୍ଧାନ ପାଇଁ ପୁନରୁଦ୍ଧାର ସାମଗ୍ରୀ ସହିତ ADP ପାର୍ଟି ସୁଙ୍କି ଗସ୍ତ କରି ଅନୁସନ୍ଧାନ ଜାରି ରଖିଛି । କୋରାପୁଟରେ ମାଓ ଗତିବିଧି ଉପରେ ରୋକ ଲଗାଇବାକୁ ସୁରକ୍ଷାବାହିନୀ ନିରନ୍ତର ଉଦ୍ୟମ ଜାରି ରଖିଛି । ଇନ୍ସପେକ୍ଟର ସନ୍ଦୀପ କର୍କେଟ୍ଟା ଏବଂ ଅପରେସନରେ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ସାହସିକତା ଏବଂ ଉତ୍ସର୍ଗକୁ ପ୍ରଶଂସା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ
ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହା ପୂର୍ବରୁ ଜିଲ୍ଲାରେ ମାଓ କ୍ୟାମ୍ପ ଠାବ ହୋଇଛି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ନକ୍ସଲବାଦଠୁ ନେଇ କୋଟିଆରେ ନିର୍ବାଚନ ବିଭିନ୍ନ ପ୍ରସଙ୍ଗରେ ପୂର୍ବରୁ ସମୀକ୍ଷା କରିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଚଳିତ ନିର୍ବାଚନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ 30 କମ୍ପାନୀ ସିଆରପିଏଫ ମୁତୟନ କରାଯିବ ବୋଲି ସୂଚନା ମିଲିଛି ।
ଇଟିଭି ଭାରତ, କୋରାପୁଟ