ଓଡିଶା

odisha

ETV Bharat / state

ଆଗାମୀ ପିଢିଙ୍କ ପାଇଁ ଭାଷା ସଂରକ୍ଷଣ ଆବଶ୍ୟକ: ପ୍ରଫେସର ଜି. ଉମା ମହେଶ୍ବର ରାଓ - ଭାଷା ଭିତ୍ତିକ ଆଲୋଚନା

First World Odia Language Conference: ଓଡିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନ । ଭାଷା ଭିତ୍ତିକ ପ୍ରସଙ୍ଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଥିଲା । ଅଧିକ ପଢନ୍ତୁ

ଓଡିଆ ଭାଷା ସମ୍ମିଳନୀ
First World Odia Language Conference

By ETV Bharat Odisha Team

Published : Feb 5, 2024, 11:18 AM IST

ଭୁବନେଶ୍ବର:ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଭାଷା ଭିତ୍ତିକ ଆଲୋଚନା ହୋଇଥିଲା । ପ୍ରଫେସର ଜି. ଉମା ମହେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଓଡିଶା ଭାଷାର ଗନ୍ତାଘର । ଓଡିଆ ଭାଷାରେ ବିବିଧତା ଦେଖିବାକୁ ମିଳେ । ଯାହା ଅନ୍ୟ କେଉଁଠି ନାହିଁ, ଓଡିଶାର ଭାଷା ବିବିଧତା ଓ ଜନଜାତି ଭାଷାର ସୁରକ୍ଷା ଓ ସଂରକ୍ଷଣ ଆବଶ୍ୟକତା ରହିଛି ବୋଲି କହିଥିଲେ ଉମା ମହେଶ୍ବର ରାଓ । ସେ ଆହୁରି ମଧ୍ୟ କହିଥିଲେ, '' ଓଡିଆ ଭାଷାରେ ବିବିଧତା ଦେଖିବାକୁ ମିଳେ । ଯେପରିକି ଜନଜାତି ବା ଆଦିବାସୀ ଭାଷା, ଉପକୂଳବର୍ତ୍ତୀ, ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ଭାଷା । ଆଗାମୀ ପିଢିଙ୍କ ପାଇଁ ଭାଷାର ସଂରକ୍ଷଣ କରିବା ଆବଶ୍ୟକ । ସେଥିପାଇଁ ଆମ ଭିତରେ ସଚେତନତା ଜାଗ୍ରତ ହେବା ଆବଶ୍ୟକ । ପ୍ରକୃତ ମୂଲ୍ୟରେ ଓଡିଶା ଏକ ଭାଷାଭିତ୍ତିକ କ୍ଷେତ୍ର । ''

ଓଡିଆ ଭାଷା ସମ୍ମିଳନୀ

ଏହା ମଧ୍ୟ ପଢନ୍ତୁ-ନାରୀ ହେଉଛି ସମାଜର ଧ୍ୱଜା: ପଦ୍ମଭୂଷଣ ପ୍ରତିଭା ରାୟ

ଅଖିଳ ବିହାରୀ ଓତା ଆଲୋଚନାରେ ସାମିଲ ହୋଇ କହିଥିଲେ, ''ଜନଜାତି ଭାଷାର ସଂରକ୍ଷଣ ଆବଶ୍ୟକତା ରହିଛି । ଓଡିଶାରେ ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରୋତ୍ସାହନ ନିହାତି ଆବଶ୍ୟକ । ହୋ, ମୁଣ୍ଡାରୀ, ଶୌରା, କୁଇ 4 ଟି ଭାଷାକୁ ଓଡିଶା ସରକାର ସମ୍ବିଧାନର ଅଷ୍ଟମ ଅଧ୍ୟାୟରେ ମିଶାଇବା ପାଇଁ ସୁପାରିଶ କରିଛନ୍ତି । ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚିବ । ଭାଷାର ସଂରକ୍ଷଣ ପାଇ ଓଡିଶା ସରକାରଙ୍କ ଅବଦାନ । ନୂଆ ଅରୁଣିମା 21ଟି ଭାଷାରେ ଅଙ୍ଗନବାଡି କେନ୍ଦ୍ରରେ ବ୍ୟବହାର କରାଯାଉଛି । ଦ୍ବିଭାଷୀୟ ଶବ୍ଦକୋଷ ତ୍ରିଭାଷୀୟ ମୋଡ୍ୟୁଲ ପ୍ରଥମରୁ ପଞ୍ଚମ ଯାଏଁ ମାତୃଭାଷାରେ ପଢିବା ଓ ଲିପି ତଥା ଆଦିମ ଗ୍ରନ୍ଥର ପୁନଃରୁଦ୍ଧାର ନିମନ୍ତେ ସରକାର ସଂହତି ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି । ଆଦିବାସୀ ଭାଷା ଲ୍ୟାବର ପରିକଳ୍ପନା ମଧ୍ୟ କରାଯାଇଛି । 10 ଟି ଜନଜାତି ଭାଷାର ଡିଜିଟାଲ ସଂରକ୍ଷଣ ପାଇଁ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି । ''

ଓଡିଆ ଭାଷା ସମ୍ମିଳନୀ
ପଦ୍ମଶ୍ରୀ ଡ଼ ଦମୟନ୍ତୀ ବେସରା କହିଛନ୍ତି, ''ଓଡିଆ ଓ ସାନ୍ତାଳୀ ଭାଷା ସଂସ୍କୃତି ବହୁତ ପୁରାତନ । ଆଦିବାସୀ ଭାଷା ଗୁଡିକ ଓଡିଆ ଭାଷାରେ ମିଶି ଓଡିଆକୁ ସମୃଦ୍ଧ କରିଛନ୍ତି ଓ ଭାଷାର ଅସ୍ମିତାକୁ ବଜାୟ ରଖିଛନ୍ତି । '' ପ୍ରଫେସର ଜୋତ୍ସା ବିଶ୍ବାଳ ରାଉତ ଆସାମର ଚା ବଗିଚାରେ ଓଡିଆ ଭାଷା ଓ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ । ସେହିପରି ଡ଼ ପରମାନନ୍ଦ ପଟେଲ ଓଡିଶା ସରକାରଙ୍କ ଜନଜାତି ଭାଷା ସଂରକ୍ଷଣରେ ପ୍ରଚେଷ୍ଟା ବିଷୟରେ ଆଲୋଚନା କରିଥିବା ବେଳେ ଡ଼ ରାଜେନ୍ଦ୍ର ପାଢୀ ଦକ୍ଷିଣ ଓଡିଶାର ଆଦିବାସୀ ଭାଷାର ବିସ୍ତୃତ ଆଲୋଚନା କରିଥିଲେ । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଅଲିଭା ସାହୁ ଅଭିବ୍ୟକ୍ତି ରଖିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details