ଓଡିଶା

odisha

ETV Bharat / state

ଚାକିରି ପାଇଁ ଟଙ୍କା ଦେଉଥିଲେ ସାବଧାନ ! ସତର୍କ କରାଇଲେ SCB କୁଳସଚିବ - JOB SCAM IN CUTTACK

ଚାକିରି ପାଇଁ ଟଙ୍କା ଦେବା ପଡିପାରେ ମହଙ୍ଗା । ଦଲାଲ ଦେଉଛନ୍ତି ଫେକ୍ ନିଯୁକ୍ତିପତ୍ର । ଚାକିରି ନାଁରେ ଚଳୁ କରୁଛନ୍ତି ଟଙ୍କା ।

Job Scam
Job Scam (ETV Bharat Odisha)

By ETV Bharat Odisha Team

Published : Dec 11, 2024, 10:51 PM IST

କଟକ: ଟଙ୍କା ଦେଇ ଚାକିରି କରାଇବାକୁ ଚାହୁଁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ନଚେତ ଟଙ୍କା ତ ଯିବ ଯିବ, ଚାକିରି ବି ମିଳିବ ନାହିଁ। ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ନେବାକୁ ବୁଲୁଛନ୍ତି ମାଳ ମାଳ ଦଲାଲ । ଏମିତି କିଛି କହିଛନ୍ତି କଟକ ବଡ଼ ମେଡିକାଲର କୁଳସଚିବ ଡକ୍ଟର ଅବିନାଶ ରାଉତ।

ଡକ୍ଟର ଅବିନାଶ ରାଉତଙ୍କ କହିବା ଅନୁସାରେ, ଗତ କିଛି ଦିନ ପୂର୍ବେ ଜଣେ ବ୍ୟକ୍ତି ଚାକିରି କରିବା ପାଇଁ ଡକ୍ୟୁମେଣ୍ଟ ଆଣି ଆସିଥିଲେ। ଯେଉଁ ଡକ୍ୟୁମେଣ୍ଟରେ ବ୍ୟକ୍ତି ଜଣଙ୍କୁ ଚାକିରି କରିବା ପାଇଁ ନିର୍ଦ୍ଦେଶନାମା ରହିଥିଲା । ଏହି ଅଫର ଲେଟରକୁ ଦେଖି କୁଳ ସଚିବ ତାଜୁବ ହୋଇ ଯାଇଥିଲେ। କାରଣ ଯେଉଁ ଅଫର ଲେଟର ଆଣି ବ୍ୟକ୍ତି ଜଣକ ଆସିଥିଲେ, ତାହା ସରକାରୀ ଅଫର ଲେଟର ଭଳି ଦେଖାଯାଉଥିଲା । ଆଉ ଯିଏ ବି ତାକୁ ଦେଖିବ, ତା ଆଖି ବି ଧୋକା ଖାଇଯିବ। ସରକାରୀ ଲେଟର ପ୍ୟାଡ୍,ସରକାରୀ ବାବୁଙ୍କ ଦସ୍ତଖତ ବି ସମାନ ରହିଛି । ଯାହାକୁ ନେଇ ସରକାରୀ ଚାକିରି ହୋଇଗଲା ଭାବି ବ୍ୟକ୍ତି ଜଣକ ଦେଖି ବହୁତ ଖୁସି ମଧ୍ୟ ହୋଇଯାଇଥିଲେ।

ସରକାରୀ ଚାକିରି ପାଇଁ ଫେକ୍ ନିଯୁକ୍ତି ପତ୍ର:

Job Scam (ETV Bharat Odisha)
"ଯେଉଁ ଅର୍ଡର କପି ତାଙ୍କୁ ମିଳିଥିଲା ତାହା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଲିଥିଲା। ସେହିପରି DMETଙ୍କ ଦସ୍ତଖତ ରହିଥିବା ଜାଣି ବ୍ୟକ୍ତି ଜଣକ ବେଶ ଖୁସି ପ୍ରକଟ କରି କାର୍ଯ୍ୟରେ ଯୋଗ ଦେବାକୁ କଟକ ବଡ଼ ମେଡିକାଲ ଆସିଥିଲେ । ନିଯୁକ୍ତି ପତ୍ର ପାଇବା ପରେ ତାହାକୁ ଯାଞ୍ଚ କରିଥିଲି । କଟକ ବଡ଼ ମେଡିକାଲର ନ୍ୟୁରୋସର୍ଜରୀ ବିଭାଗରେ କ୍ଲର୍କ କାମ ପାଇଁ ବ୍ୟକ୍ତି ଜଣଙ୍କୁ ନିଯୁକ୍ତି ପତ୍ର ମିଳିଥିଲା । ପ୍ରାୟ ୨୩ ଜଣଙ୍କୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚାକିରି ପାଇଁ ନିଯୁକ୍ତି ପତ୍ର ମିଳିଥିଲା । ଏହି କ୍ରମରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଯୁକ୍ତି ପତ୍ର ପାଇ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ନିଯୁକ୍ତି ପତ୍ରରେ ଥିବା ୨୩ ଜଣଙ୍କୁ କ୍ଲର୍କ ଏବଂ ପିଅନ ଚାକିରି ପାଇଁ ଅର୍ଡର ରହିଥିଲା" ବୋଲି କହିଛନ୍ତି କୁଳସଚିବ । ତେବେ ଏହି ଲେଟର ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ କୁଳସଚିବ। ଏହି ଲେଟର ତାଙ୍କୁ କିଏ ଦେଇଛି ବୋଲି ପ୍ରଶ୍ନ ବି କରିଥିଲେ। ଚାକିରି କରିବାକୁ ଆସିଥିବା ବ୍ୟକ୍ତି ଜଣକ କୁଳସଚିବଙ୍କ ଆଗରେ ସବୁ କଥା କହିଥିଲା। ତେବେ କିଏ ଏହି ଲେଟର ଦେଇଛି ସେନେଇ କୌଣସି ତଥ୍ୟ ଦେଇନଥିଲେ। କୁଳସଚିବ ତାଙ୍କୁ ଯେତେ ପଚାରିଥିଲେ ବି ସେ କୌଣସି କଥା କହିନଥିଲେ ବୋଲି କୁଳ ସଚିବ କହିଛନ୍ତି। ତେବେ ଏହା ଫେକ ଜାଣିବା ପରେ ବ୍ୟକ୍ତି ଜଣକ ସେଠାରୁ ଫେରାର ହୋଇଯାଇଥିଲେ ।କିଏ ତାଙ୍କୁ ଏହି ଫେକ ଅର୍ଡର ଦେଇଥିଲା ? ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚାକିରି କରାଇଦେବା ନାଁରେ ଏହିପରି ଜାଲ ନିଯୁକ୍ତିପତ୍ର ଦେଉଛନ୍ତି ଦଲାଲ । ଏହି ଘଟଣା କେବଳ କଟକରେ ନୁହେଁ ବରଂ ରାଜ୍ୟର ଏପରି ଅନେକ ସରକାରୀ ହସ୍ପିଟାଲରେ ନିଯୁକ୍ତି ଦେବା ନାଁରେ ଠକୁଛନ୍ତି ଦଲାଲ । କୁଳସଚିବଙ୍କ କହିବା କଥା, ଏହାର ଏକ ରାକେଟ କାମ କରୁଛି । ଏହି ରାକେଟ ଲୋକଙ୍କୁ ଚାକିରି ପ୍ରଲୋଭିତ କରି ଟଙ୍କା ନେଇ ଏପରି ଜାଲ ନିଯୁକ୍ତି ପତ୍ର ଦେଉଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା । ତେବେ କେଉଁ ବ୍ୟକ୍ତି ଏହି ଜାଲ ନିଯୁକ୍ତି ପତ୍ର ଦେଇଥିଲେ ଏବଂ କେତେ ଟଙ୍କା ନେଇଥିଲେ ସେନେଇ କୌଣସି ତଥ୍ୟ ଜଣାପଡିନଥିବା କୁଳ ସଚିବ କହିଛନ୍ତି ।କେମିତି ଜଣାପଡିଲା ଏହା ନକଲି ନିଯୁକ୍ତି ପତ୍ର?ଗତ କିଛି ଦିନ ପୂର୍ବେ ଜଣେ ବ୍ୟକ୍ତି ଏକ ନିଯୁକ୍ତିପତ୍ର ଆଣି କାର୍ଯ୍ୟରେ ଯୋଗ ଦେବାକୁ କଟକ ବଡ଼ ମେଡିକାଲର କୁଳସଚିବଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କୁଳ ସଚିବଙ୍କୁ ନିଯୁକ୍ତି ପତ୍ର ଦେଇଥିଲେ । କୁଳସଚିବ ନିଯୁକ୍ତି ପତ୍ର ଦେଖିବା ପରେ ଏହା ଯାଞ୍ଚ କରିଥିଲେ। ନିଯୁକ୍ତି ପତ୍ରରେ ଇସ୍ୟୁ ତାରିଖ ସେପ୍ଟେମ୍ବର ୧୧ ରହିଥିବାବେଳେ, ଦସ୍ତଖତ ୩୦ ତାରିଖରେ ହୋଇଥିଲା। ସେହିପରି କପି ଫରୱାର୍ଡ ଟୁ ପିଏସଓ ଚିଫ୍ ସେକ୍ରେଟାରୀ ଏବଂ ପିଏସଓ ହେଲଥ ସେକ୍ରେଟାରୀ ରହିଥିଲା। କୌଣସି ଅଫିସିଆଲ ଲେଟରରେ ଏଭଳି କରାଯାଏ ଲେଖାଯାଏ ନାହିଁ । ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ପତ୍ର ପାଇଁ ଅତିରିକ୍ତ ସଚିବଙ୍କ ଦସ୍ତଖତ ରହେନାହିଁ । ଏହାର ନିଯୁକ୍ତି ପତ୍ର ସିଧାସଳଖ କୁଳସଚିବମାନେ କରନ୍ତି । ଏହି ନିଯୁକ୍ତି ପତ୍ର ଦେଖି କୁଳସଚିବ ନକଲି ବୋଲି ଧରିଥିଲେ । ତେବେ ଏହିପରି ଯେଉଁମାନେ ଟଙ୍କା ନେଇ ଚାକିରି କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ସେଥିରୁ ନିବୃତ୍ତ ରହିବାକୁ କୁଳସଚିବ ଅନୁରୋଧ କରିଛନ୍ତି । ଟଙ୍କା ଦେଲେ କେହି ନିଯୁକ୍ତି ଦେଇପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।ଠକଙ୍କୁ ବାନ୍ଧିଲା ପୋଲିସ: ରାଜ୍ୟର ସରକାରୀ ମେଡିକାଲ ଗୁଡିକରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏହି ଘଟଣାରେ କଟକ ମଙ୍ଗଳାବାଗ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ ମହାନ୍ତି ଏବଂ ଅର୍ପିତ ମହାନ୍ତି କେବଳ ଚାକିରି କରାଇ ଦେବା କହି ଲୋକଙ୍କ ଠାରୁ ଟଙ୍କା ଠକି ନାହାନ୍ତି ବରଂ ଅର୍ଥ କାରବାର କରି ଅନେକ ଅଯୋଗ୍ୟ ଲୋକଙ୍କୁ ଚାକିରି ମଧ୍ୟ କରାଇ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ପୋଲିସ ଏହାର ସୁରାକ ପାଇଥିବାବେଳେ ଖୁବଶୀଘ୍ର ଏକ ବଡ ଖୁଲାସା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ଯୁବକ ଯୁବତୀଙ୍କୁ ଏସସିବିର ନିଯୁକ୍ତି ଦିଆଯିବା ସହ ଅଷ୍ଟମ ପାସ କରିଥିବା ଯୁବକଙ୍କୁ ଲ୍ୟାବ ଟେକ୍ନିସିଆନ ପଦବୀ ମିଳିଥିବା ଅଭିଯୋଗ ମଧ୍ୟ ଆସିଛି । ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଏସସିବି କର୍ତ୍ତୃପକ୍ଷ। ସେ କହିଛନ୍ତି, "ଏନେଇ ନିର୍ଦ୍ଦିଷ୍ଟ ଭାବରେ କୌଣସି ଅଭିଯୋଗ ଆସିନାହିଁ, ଯଦି ଆସେ ତାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ଏହା ବି ପଢନ୍ତୁ...ଅଢେଇ କୋଟି ଠକି ନେଲା ଭାଣିଜୀଜ୍ବାଇଁ ! ଅଭିଯୁକ୍ତ ଗିରଫ
ଏହା ବି ପଢନ୍ତୁ...ଟଙ୍କା ବଦଳରେ ମେଡିକାଲ ଚାକିରି: ଚଳୁକଲେ 11 ଲକ୍ଷ, ଦୁଇ ଭାଇ ଗିରଫ


ରାଜ୍ୟ ବିଭିନ୍ନ ମେଡିକାଲର ବିଭିନ୍ନ ପଦବୀ ପାଇଁ ଚାକିରି ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବର୍ଗରେ ଆସୁଥିବା ଆଟେଣ୍ଡାଣ୍ଟ୍‌ , ସୁରକ୍ଷାକର୍ମୀ , ସଫେଇ କର୍ମୀ , ଲିଫ୍ଟ ଅପରେଟର ପଦରେ ଚାକିରି ପାଇଁ ୩୦ହଜାର ଟଙ୍କା । ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବର୍ଗରେ ଆସୁଥିବା ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ୨ ଲକ୍ଷ, ଲ୍ୟାବ ଟେକ୍ନିସିଆନ ଓ ନର୍ସିଂ ଅଫିସର ପାଇଁ ୫ରୁ ୧୦ଲକ୍ଷ ଟଙ୍କା । ଟଙ୍କା ଦେବା ପରେ ମିଳୁଛି ନିଯୁକ୍ତି ପତ୍ର । ଯେଉଁଥିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଏସସିବି ମେଡିକାଲ କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଳି ଅନେକ ବିଭାଗର ସିଲ ସହିତ ଅଧିକାରୀ ଓ ଡାକ୍ତରମାନଙ୍କର ଜାଲ ଦସ୍ତଖତ ମଧ୍ୟ ରହିଛି । ଚାକିରି ନାଁରେ ଠକେଇ ମାମଲାର ତଦନ୍ତ କରୁଥିବା କଟକ ମଙ୍ଗଳାବାଗ ପୋଲିସ ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ ଅର୍ଜିତ୍ ମହାନ୍ତି ଏବଂ ଅର୍ପିତ୍‌ ମହାନ୍ତି ଗିରଫ କରିବା ପରେ ଏବେ ଏହି ଭଳି ଏକ ସାଙ୍ଘାତିକ କଥା ପଦାକୁ ଆସିଛି । ଏହି ଦୁଇ ଭାଇଙ୍କ ଠାରୁ ଗୋଟିଏ ବସ୍ତା ଭର୍ତ୍ତି ବାୟୋ ଡାଟା, ୪ ଶହରୁ ଊର୍ଦ୍ଧ୍ବ ଜାଲ ନିଯୁକ୍ତି ପତ୍ର, ଏଲ ଆଣ୍ଡଟି କନସଲଟାନସିର ଲେଟର ପ୍ୟାଡ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ନକଲି ଚିଠି ସହିତ ପ୍ୟାନ୍ ଓ ଆଧାର କାର୍ଡ, ୧୦ହଜାର ଟଙ୍କା ଓ ନକଲି ଷ୍ଟାମ୍ପ ଓ ଏକ କାର ମଧ୍ୟ ଜବତ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details