ଓଡିଶା

odisha

ETV Bharat / state

SBI Loan Scam: ଫେକ୍ ଫୋନପେ ଅଫିସ କରି ଷ୍ଟେଟ ବ୍ୟାଙ୍କରୁ ୧୬ କୋଟି ଠକେଇ, ଦମ୍ପତିଙ୍କ ସମେତ ୬ ଗିରଫ - SBI Loan Fraud - SBI LOAN FRAUD

SBI Loan Scam In Bhubaneswar: ଦେଶର ବଡ଼ ବ୍ୟାଙ୍କ SBIକୁ ଚୁନା ଲଗାଇଲେ ଠକ । ଜାଲ କାଗଜ ପତ୍ର ଦେଖାଇ SBIରୁ ୧୬ କୋଟି ୭୧ ଲକ୍ଷ ଟଙ୍କାର ଲୋନ ନେଇଥିବା ଜଣାପଡିଛି । ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

SBI Loan Fraud
SBI Loan Fraud (ETV Bharat Odisha)

By ETV Bharat Odisha Team

Published : Sep 6, 2024, 3:02 PM IST

ଭୁବନେଶ୍ବର: ବ୍ୟାଙ୍କକୁ ଚୁନା ମାରି ବନ୍ଧା ହେଲେ ଦମ୍ପତି । SBIରୁ ଲୋନ ନେଇ ଠକିଥିଲେ ୧୬ କୋଟି ୭୧ ଲକ୍ଷ ଟଙ୍କା । ଆଉ ଏହି ଋଣ ଠକେଇ ଅଭିଯୋଗରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ୬ ଜଣଙ୍କୁ ଗିରଫ କଲା EOW । ଜାଲ କାଗଜପତ୍ର ଜରିଆରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରର ଅନିର୍ବାଣ ପଟ୍ଟନାୟକ, ଅନୁପମା ଦାସ, ଖଣ୍ଡପଡାର ତୋଫାନ ରାଉତ ଓ ସତ୍ୟବାନ ରାଉତ, ବଡମ୍ବାର ଟୁକୁନା ମଲ୍ଲିକ, କାକଟପୁରର ଫିରୋଜ ଖାନ।

SBI Loan Fraud (ETV Bharat Odisha)

କେମିତି କରୁଥିଲେ ଠକେଇ?
ଅନିର୍ବାଣ ପଟ୍ଟନାୟକ ଓ ଅନୁପନା ଦାସ ସ୍ୱାମୀ ସ୍ତ୍ରୀ ହୋଇ ଏହି ଠକେଇର ମାଷ୍ଟରମାଇଣ୍ଡ ଭାବେ କାର୍ଯ୍ୟ କରିଥିଲେ । ଭୁବନେଶ୍ୱର ଏସବିଆଇ ରିଜିଓନାଲ ମ୍ୟାନେଜର ଶିବ ସୁନ୍ଦର ସାହୁ ଠକେଇ ନେଇ ଅଭିଯୋଗ କରିବା ପରେ ଏମାନଙ୍କୁ ଧରିଛି EOW । ପଟିଆ ଡିିଏଲଏଫରେ ଘର ଭଡ଼ା ନେଇ ଫୋନ ପେ ଅଫିସ କରି ନିଜକୁ କର୍ମଚାରୀ ପରିଚୟ ଦେଇ ବ୍ୟାଙ୍କଙ୍କୁ ଚୁନା ଲଗାଇଛନ୍ତି। ବ୍ୟାଙ୍କ ତଦନ୍ତ କରିବା ପାଇଁ ଯିବା ସମୟରେ ନିଜର ଫେକ ମେଲ, ଠିକଣା, ସାଲାରୀ ଆଦି ସ୍ଲିପ ପ୍ରସ୍ତୁତ କରିଥିଲେ । ଯାହାକୁ ଦେଖି ବ୍ୟାଙ୍କ ସହଜରେ ବିଶ୍ଵାସ କରି ଲୋନ ଦେଇଥିଲେ । ଲୋନ ନେବା ପରେ କେହି ନସୁଝିବାରୁ EOW ନିକଟରେ ଅଭିଯୋଗ କରିଥଲେ ବ୍ୟାଙ୍କ କର୍ମଚାରୀ। ଏହାପରେ ହିଁ ଏହି ବଡ ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି ।

SBI Loan Fraud (ETV Bharat Odisha)

ଏହା ବି ପଢନ୍ତୁ...ଫ୍ୟାନ୍ସି ନମ୍ବର ଦେବା ନାଁରେ ଲକ୍ଷାଧିକ ଠକେଇ: 3 ଠକ ଗିରଫ, ଦେଶର ବିଭିନ୍ନ ଅଞ୍ଚଳକୁ ଲମ୍ବିଛି ଚେର - Fake call centre busted

ଏହା ବି ପଢନ୍ତୁ...ବ୍ୟାଙ୍କ ଲୁଟିନେଲେ ବ୍ୟାଙ୍କ ମ୍ୟାନେଜର, ୧୭ କୋଟି ଟଙ୍କାର ସୁନା ନେଇ ଛୁ ! - BANK MANAGER ABSCONDS GOLD

ଏହା ବି ପଢନ୍ତୁ...ହୁସିଆର ! ଗୋଟିଏ କ୍ଲିକରେ ଖାଲି ହୋଇପାରେ ଆକାଉଣ୍ଟ, ରାଜସ୍ଥାନରୁ ବନ୍ଧା ହେଲେ 4 ହାଇପ୍ରୋଫାଇଲ ଠକ - Cyber Fraud Racket


ଧରାପଡ଼ିଲା ବଡ଼ ଧରଣର ଜାଲିଆତି:

SBI Loan Fraud (ETV Bharat Odisha)
EOW ଏସପି ଦିଲ୍ଲୀପ କୁମାର ତ୍ରିପାଠୀ କହିଛନ୍ତି, "୧୬୧ ଟି ଏକ୍ସପ୍ରେସ କ୍ରେଡିଟ ଲୋନ ନାଁରେ ୧୬ କୋଟି ୭୧ ଲକ୍ଷ ଟଙ୍କା ଠକେଇ କରିଥିଲେ ଅଭିଯୁକ୍ତ । ସେମାନେ ଜୟଦେବ ବିହାର, ଝାରପଡା, ପଟିଆ ଓ ରଘୁନାଥପୁର ଭଳି ଭୁବନେଶ୍ୱରର ୪ ଟି SBI ବ୍ରାଞ୍ଚରେ ଜାଲ କାଗଜପତ୍ର ଜରିଆରେ ଠକେଇ କରିଛନ୍ତି । ନଭେମ୍ବର ୨୨ ରୁ ଅକ୍ଟୋବର ୨୩ ଭିତରେ ଏଭଳି ଜାଲିଆତି ହୋଇଥିବା କହିଛି ପୋଲିସ । ଲୋନ ଫେରସ୍ତ ନହେବା ପରେ ବ୍ୟାଙ୍କର ସନ୍ଦେହ ବଢ଼ିବାରୁ ଏହି ବଡ ଧରଣର ଜାଲିଆତି ସାମ୍ନାକୁ ଆସିଛି। ଫେକ ଇ-ମେଲ ମାଧ୍ୟମରେ ଠକୁଥିଲେ ଅଭିଯୁକ୍ତ। ଏହି ଘଟଣାରେ ରିଜନାଲ ମ୍ୟାନେଜର ଶିବ ସୁନ୍ଦର ସାହୁଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।"
SBI Loan Fraud (ETV Bharat Odisha)

ଏହା ବି ପଢନ୍ତୁ...Loan Lending App: ଅନଧିକୃତ ଆପ୍‌ରୁ ଋଣ ନେଉଛନ୍ତି କି ? ହୋଇପାରନ୍ତି ଠକାମିର ଶିକାର, ଆପଣାନ୍ତୁ ଏହି ରାସ୍ତା - Borrowing from unauthorized Apps

ଏହା ବି ପଢନ୍ତୁ...ପାଣ୍ଡିଆନଙ୍କ ଶଳା କହି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଠକେଇ ଅଭିଯୋଗ, ସମ୍ପୃକ୍ତ ବିଜେଡି ନେତ୍ରୀ ଫେରାର - PANDIAN BROTHER IN LAW JOB FRAUD

ବ୍ୟାଙ୍କ କର୍ମଚାରୀଙ୍କ ଲିଙ୍କ ଅଛି କି?

SBI Loan Fraud (ETV Bharat Odisha)

"ସବୁଠାରୁ ବଡ କଥା ହେଉଛି ନିର୍ଦ୍ଦିିଷ୍ଟ କିଛି ଆକାଉଣ୍ଟକୁ ସାଲାରୀ ଆକାଉଣ୍ଟ ଭାବେ ଟଙ୍କା ପଠାଯାଉଥିଲା, ଯାହାଦ୍ୱାରା କି ବ୍ୟାଙ୍କର ହୃଦୟଙ୍ଗମ ହେବ ଯେ ଏହା ସଠିକ ଆକାଉଣ୍ଟ ଓ ଲୋନ ମିଳିବା ସହଜ ହେଉଥିଲା । ଏହି ଠକେଇ ସିଣ୍ଡିକେଟରେ ଆହୁରି ଅନେକ ମାଷ୍ଟରମାଇଣ୍ଡ ଥିବା ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ତଦନ୍ତ ଜାରି ରହିଛି । ବ୍ୟାଙ୍କର କେହି କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲିଛି" ବୋଲି କହିଛନ୍ତି ଏସପି ଦିଲୀପ ତ୍ରିପାଠୀ । ଏହାସହ ଅଭିଯୁକ୍ତଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବା ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି ।

SBI Loan Fraud (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details