ଓଡିଶା

odisha

ବାଲୁକାକଳାରେ ଭାରତୀୟ ହକି ଟିମକୁ ସ୍ଵାଗତ କଲେ ସୁଦର୍ଶନ ପଟ୍ଟନାୟକ - sand art for Indian hockey team

By ETV Bharat Sports Team

Published : Aug 20, 2024, 9:28 PM IST

SAND ART FOR INDIAN HOCKEY TEAM: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଚ ମେଡାଲ ହାସଲ କରିଛି । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଆସନ୍ତାକାଲି ରାଜ୍ୟ ସରକାର ଭାରତୀୟ ହକି ଟିମ୍ ବିଫୁଳ ସମ୍ବର୍ଦ୍ଧନା କରିବେ ।ସେପଟେ ଆଜି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବାଲୁକା କଳା ମାଧ୍ୟମରେ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

SAND ART FOR INDIAN HOCKEY TEAM
SAND ART FOR INDIAN HOCKEY TEAM (ETV Bharat Odisha)

ପୁରୀ:ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଚ ମେଡାଲ ପାଇ ଐତିହାସିକ କୀର୍ତ୍ତି ହାସଲ କରିଛି । ହକି ଟିମର ମୁଖ୍ୟ ପ୍ରୟୋଜକ ଓଡିଶା ଥିବାରୁ ଏହି ସଫଳତା ପାଇଁ ଓଡିଶାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଆସନ୍ତାକାଲି ଭାରତୀୟ ହକି ଟିମ୍ ଓଡିଶା ଆସିବାର କାର୍ଯକ୍ରମ ରହିଛି । ହକି ଟିମକୁ ସ୍ବାଗତ କରିବା ପାଇଁ ଓଡିଶା ସରକାର ବ୍ୟାପକ ଆୟୋଜନ କରିଛନ୍ତି । ଏହି ଅବସରରେ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ଭାରତୀୟ ହକି ଟିମର ଓଡିଶାଗସ୍ତକୁ ନେଇ ସ୍ବାଗତ କରିଛନ୍ତି ।

SAND ART FOR INDIAN HOCKEY TEAM (ETV Bharat Odisha)

ଭାରତୀୟ ହକି ଟିମକୁ ନିଆର ଢଙ୍ଗରେ ସ୍ବାଗତ:

ଏନେଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,"ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଚ୍ ମେଡାଲ ପାଇଥିବା ଭାରତୀୟ ହକି ଟିମକୁ ସ୍ବାଗତ କରିବା ପାଇଁ ଓଡିଶା ସରକାର୍ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଓଡିଶାରେ ଥିବା ହକି ପ୍ରେମୀ ନିଜ ନିଜ ଢଙ୍ଗରେ ହକି ଟିମକୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି । ପ୍ୟାରିସ ଯିବା ପୂର୍ବରୁ ହକି ଟିମ୍ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଯାଇଥିଲେ । ଏଣୁ ଆମ ବାଲୁକା ଚିତ୍ରକଳା ମାଧ୍ୟମରେ ହକି ଟିମକୁ ସ୍ବାଗତ କରୁଛୁ । ଆମ ହକି ଟିମ୍ ଭାରତ ପାଇଁ ଗୌରବ ଆଣିଛନ୍ତି । ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟମରେ ଆମେ ହକି ଟିମକୁ ଓଡିଶା ଆସିବା ପାଇଁ ସ୍ବାଗତ ଓ ଶୁଭେଛା ଜଣାଇଛୁ ।"

ଏହା ମଧ୍ୟ ପଢନ୍ତୁ...ଅଲିମ୍ପିକ୍ସ ମେଡାଲ ବିଜେତା ହକି ବୀରଙ୍କୁ ଭବ୍ୟ ସ୍ବାଗତ କରିବ ଓଡିଶା; ଭୁବନେଶ୍ବରରେ ରୋଡ ସୋ’, କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Felicitation of Indian hockey team


ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଗତ:


ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ କହିଛନ୍ତି," ଆମ ପାଇଁ ବେଶ୍ ଖୁସିର ମୁହୂର୍ତ୍ତ । କାରଣ ଆମ ଭାରତୀୟ ହକି ଟିମ୍ ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଚ ମେଡାଲ ପାଇଛି । ଏହା ପୂର୍ବରୁ ହକି ଟିମ୍ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ଆମ ଓଡ଼ିଶା ଓ ଦେଶବାସୀ ଆଶା ରଖିଥିଲେ ହକି ଟିମ୍ ମେଡାଲ ପାଇବ । ହକି ଟିମ୍ ତାହା ହାସଲ କରିଛି । ଭୁବନେଶ୍ୱରରେ ହକି ଟିମକୁ ସ୍ବାଗତ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ ହେଇଛି । ସେହିପରି ପୁରୀରେ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ହକି ଟିମକୁ ସ୍ବାଗତ କରିବା ପାଇଁ ଜିଲ୍ଲା କ୍ରୀଡ଼ା ବିଭାଗ ସହଯୋଗରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ।"

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details