ସମ୍ବଲପୁର:ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର ସମ୍ବଲପୁରେ ବୋମାମାଡ ଘଟଣା । ଯାଞ୍ଚ ଆରମ୍ଭ କଲା ବମ ସ୍କ୍ବାର୍ଡର ତଦନ୍ତ ଆରମ୍ଭ । ସମ୍ବଲପୁର ସହରର ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟରେ ମଙ୍ଗଳବାର ହୋଇଥିଲା ବୋମାମାଡ । ତେବେ ଏହି ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟୀ ରଖିବା ପାଇଁ ଅପିଲ କଲେ ଜିଲ୍ଲାପାଳ । ଗୁଜବକୁ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି ଅକ୍ଷୟ ସୁନୀଲ ଅଗ୍ରୱାଲ ।
ଆଜି ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟରେ ଉତ୍ତରାଞ୍ଚଳ ଆଇ ଜି ହିମାଂସୁ ଲାଲ, ସମ୍ବଲପୁର ଏସପି ମୁକେଶ ଭାମୁ ତଥା ବରିଷ୍ଠ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ ହୋଇଥିଲା । ଅନ୍ୟପଟେ ଘଟଣା ସ୍ଥଳରେ 2 ଜଣ ଅତିରିକ୍ତ ଏସପି, 2 ଜଣ SDPOଙ୍କ ସହ ବରିଷ୍ଠ ଅଧିକାରୀ କ୍ୟାମ୍ପ ପକାଇଛନ୍ତି । ତେବେ କଟକରୁ ଆସିଥିବା ବମ ସ୍କ୍ବାର୍ଡ ବମ୍ ପକାଯାଇଥିବ ସ୍ଥାନରେ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଘଟଣା ସ୍ଥଳରୁ କେତେକ ଜିନିଷ ସଂଗ୍ରହ କରିଛନ୍ତି l ଘଟଣାର ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ମଧ୍ୟ ଲଗାଯାଇଛି । ଅନ୍ୟ ପଟେ ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖିଥିବା ସୂଚନା ରହିଛି ।
ଏନେଇ ଜିଲ୍ଲାପାଳ କହିଛନ୍ତି, "ସମ୍ବଲପୁରେ ବୋମାମାଡ ଘଟଣାରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଏବେ ସ୍ଥିତି ଠିକ ରହିଛି, ତେଣୁ ଡରିବାର କୌଣସି କାରଣ ନାହିଁ । ଯେଉଁମାନେ ଏହି ଘଟଣା ସହିତ ଜଡିତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଜବକୁ ବିଶ୍ବାସ ନକରି ପୋଲିସକୁ ସହଯୋଗ କରନ୍ତୁ ।"