ETV Bharat / state

ଭୁବନେଶ୍ବରରେ Waqf ବୋର୍ଡ ସଂସଦୀୟ ଯୁଗ୍ମ କମିଟି ବୈଠକ - WAQF AMENDMENT COMMITTEE MEETING

ଭୁବନେଶ୍ବରରେ ବୈଠକ ଅନୁଷ୍ଠିତ ହୋଇଛି । ଗୌହ୍ବାଟୀ, କର୍ଣ୍ଣାଟକ ପରେ ଭୁବନେଶ୍ବରରେ ମତାମତ ସଂଗ୍ରହ କରିଛି ଟିମ୍ ।

Waqf Amendment Committee Meeting
Waqf Amendment Committee Meeting (ETV Bharat Odisha)
author img

By ETV Bharat Odisha Team

Published : Nov 11, 2024, 9:01 PM IST

ଭୁବନେଶ୍ୱର: ଆଜି ରାଜଧାନୀରେ ୱାକଫ୍ ଆମେଣ୍ଡମେଣ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୌହ୍ବାଟୀ, କର୍ଣ୍ଣାଟକ ପରେ ଭୁବନେଶ୍ୱରରେ ହୋଇଛି ଆଲୋଚନା । Waqf ବୋର୍ଡ ସଂସଦୀୟ ଯୁଗ୍ମ କମିଟିର ଭୁବନେଶ୍ବର ଏକ ଘରୋଇ ହୋଟେଲରେ ବୈଠକ ହୋଇଥିଲା । ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ରାଜ୍ୟର ସଂଖ୍ୟା ଲଘୁ ସମ୍ପ୍ରଦାୟର 6ଟି ଗ୍ରୁପର 32 ଜଣ ସଦସ୍ୟଙ୍କ ସହ ଆଲୋଚନା କରି ମତାମତ ନିଆଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରିବେ । ପୂର୍ବରୁ କର୍ଣ୍ଣାଟକ, ଗୌହାଟୀରେ ଆଲୋଚନା କରି ଟିମ୍ ମତାମତ ସଂଗ୍ରହ କରିଥିଲା । 1995 ACTର ସଂଶୋଧିତ ହେବାକୁ ଥିବା 44 ଦିଗ ଉପରେ ଆଲୋଚନା ହୋଇଥିଲା ।

100 ଘଣ୍ଟାରୁ ଅଧିକ ସମୟ ଆଲୋଚନା:

Waqf Amendment Committee Meeting (ETV Bharat Odisha)
ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ଗତ ଅଗଷ୍ଟ 9 ତାରିଖରେ ଏହି କମିଟି ଗଠନ ହେବା ପରେ ଏଯାଏଁ ଦକ୍ଷିଣ ଭାରତ ଓ ପୂର୍ବ ଭାରତକୁ ମିଶାଇ 25ଟି ସିଟିଂରେ ଶହେ ଘଣ୍ଟାରୁ ଅଧିକ ଆଲୋଚନା ହୋଇଛି। ଭାରତର ବିଭିନ୍ନ ମୁସଲିମ ସଙ୍ଗଠନ ଆଲୋଚନା ହେଉଛି। ବର୍ତ୍ତମାନସୁଦ୍ଧା ଯୁଗ୍ମ ଓ ବ୍ୟକ୍ତିଗତଭାବେ 295ଟି ସଂଗଠନ ମତାମତ ରଖିଲେ। ବିଭିନ୍ନ ରାଜ୍ୟରେ ଷ୍ଟେଟ WAQF ବୋର୍ଡ ରହିଛି। ବୋର୍ଡର କାମ କେମିତି ଚାଲିଛି ସେ ସମ୍ପର୍କରେ ଜାଣିବା ପାଇଁ ଆମେ ବୁଲୁଛୁ ଓ ମତାମତ ସଂଗ୍ରହ କରୁଛୁ । ଆଜି 13ଟି ସଂସ୍ଥାର ଶହେ ଜଣ ଆସିଛନ୍ତି । ଲୋକତାନ୍ତ୍ରିକ ପଦ୍ଧତିରେ ଆମେ ମତ ସଂଗ୍ରହ କରିବା ସହ ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବୁ । ୱାକଫ୍ ବୋର୍ଡରେ ସୁଧାର ଅଣାଯିବା ଲକ୍ଷ୍ୟ ରହିଛି । ଯେବେଠୁ ୟାକୁ ଅଣାଗଲା ସେବେଠାରୁ ଏପର୍ଯ୍ୟନ୍ତ 95 ଲକ୍ଷ 86 ହଜାର ମତ ଆସୁଛି । ଅନ୍ତିମ ରାଜ୍ୟ ଭାବେ ଆଜି ଆମେ ଓଡ଼ିଶାରେ ବିଭିନ୍ନ ସଂଗଠନଠାରୁ ମତାମତ ସଂଗ୍ରହ କରିବୁ।"

ତିନି ମାସ ହେବ ଚଲିଛି ମତ ସଂଗ୍ରହ:

Waqf Amendment Committee Meeting
Waqf Amendment Committee Meeting (ETV Bharat Odisha)

ସେ ଆହୁରି କହିଛନ୍ତି, "ସଂଯୁକ୍ତ ସଂସଦୀୟ କମିଟି 3 ମାସ ହେବ ବିଭିନ୍ନ ସଂଗଠନର ମତାମତ ଗ୍ରହଣ କରୁଛୁ । ବିଭିନ୍ନ ଫୋରମରୁ ପାଖାପାଖି 95 ଲକ୍ଷ 86 ହଜାର ଚିଠି ଗ୍ରହଣ କରାଯାଇଛି । ଦକ୍ଷିଣ ଭାରତର ଅନେକ ଲୋକଙ୍କ ଠାରୁ ଆମେ ମତାମତ ଗ୍ରହଣ କରିଛୁ । ଆଜି ଓଡ଼ିଶାରେ ମଧ୍ୟ ବୈଠକ ହୋଇଛି । ସଂଯୁକ୍ତ ସଂସଦୀୟ କମିଟି ତରଫରୁ 165ଟି ସଂସ୍ଥାକୁ ନିମନ୍ତ୍ରଣ କରାଯାଇଥିଲା ସେଥି ମଧ୍ୟରୁ 146 ସଂସ୍ଥା ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଛନ୍ତି । ୱାକଫ ବୋର୍ଡ 1995 ଆକ୍ଟରେ 2013ରେ ଗୋଟିଏ ସଂଶୋଧନ ହୋଇଥିଲା । ଏବେ ଆଉ 44ଟି ସଂଶୋଧନ ଆମେ ଆଣିଛୁ । ୱାକଫ ବୋର୍ଡ ଯେଉଁଭଳି ଭାବରେ କାର୍ଯ୍ୟ କରିବା କଥା ସେଥିରେ କିଛି ତ୍ରୁଟି ରହିଛି। ଜନତାମାନେ ବୋର୍ଡ ସାହାଯ୍ୟରେ ଯେଉଁ ସୁବିଧା ସୁଯୋଗ ପାଇବା କଥା ତାହା ପାଇପାରୁନାହାନ୍ତି। ସେଥିପାଇଁ କେନ୍ଦ୍ର ସରକାର 44ଟି ସଂଶୋଧନ ଆଣିବାକୁ ଯାଉଛନ୍ତି। ୱାକଫର ଅନେକ ସମ୍ପତ୍ତି ଜବରଦଖଲ ହୋଇଛି । ଭାରତ ସରକାରଙ୍କ ପାଖରେ 38 ଲକ୍ଷ ୱାକଫ ସମ୍ପତ୍ତି ରେଜିଷ୍ଟ୍ରେସନ ହୋଇ ରହିଛି । ଜବରଦଖଲ ଉଚ୍ଛେଦ ହେବା ଆବଶ୍ୟକ। ଏହସହ ସର୍ଭେ ମଧ୍ୟ ହେବାର ଆବଶ୍ୟକତା ରହିଛି । ଅନ୍ୟପଟେ ଏହି ବୋର୍ଡରେ ଜିଲ୍ଲାପାଳମାନଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ।ସେଥିରେ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ।"

ଏହା ବି ପଢନ୍ତୁ...BJD Oppose Waqf Bill: ରାଜ୍ୟସଭାରେ ୱାକଫ ସଂଶୋଧନ ବିଲକୁ ସମର୍ଥନ କରିବନି ବିଜେଡି - Waqf Amendment bill

'ଗରିବ ମୁସଲମାନ, ମହିଳାଙ୍କୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟ'

ସେହିପରି ସଂଯୁକ୍ତ ସଂସଦୀୟ କମିଟି ଚେୟାରମ୍ୟାନ ଜଗଦମ୍ବିକା ପାଲ କହିଛନ୍ତି, "ଓଡ଼ିଶାରେ ବିଭିନ୍ନ ସଂଗଠନ ସହ ଆଜି ଆଲୋଚନା ହୋଇଛି । ସମସ୍ତେ ନିଜ ନିଜର ମତାମତ ଦେଇଛନ୍ତି। ଏହାକୁ ଆମର ସଂଯୁକ୍ତ ସଂସଦୀୟ କମିଟି ଗ୍ରହଣ କରିଛି । ଦିଲ୍ଲୀରେ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସାଙ୍ଗରେ ମଧ୍ୟ ଆମେ ଆଲୋଚନା କରିଛୁ । ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, ଆସାମ, ଓଡିଶା ଭଳି ରାଜ୍ୟରେ ଆମେ ବୈଠକ କରିସାରିଛୁ । ଆମର ଲକ୍ଷ୍ୟ ହେଉଛି ଗରିବ ମୁସଲମାନ, ମହିଳାଙ୍କୁ ଏହି ବୋର୍ଡ ମାଧ୍ୟମରେ ଅଧିକରୁ ଅଧିକ ସୁବିଧା ସୁଯୋଗ ପହଞ୍ଚାଇବା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.