ବାଲେଶ୍ବର: ଉତ୍ସବ, ମହୋତ୍ସବ କିମ୍ବା ମେଳା ଯେ ଖାଲି ଲୋକମାନଙ୍କୁ ଆନନ୍ଦ ଓ ମଜା ଦିଏ ତାହା ନୁହେଁ ବରଂ ଅନେକ ଲୋକଙ୍କ ପରିଶ୍ରମ ଓ ହସ୍ତକଳା ପ୍ରଦର୍ଶିତ ହୋଇଥାଏ । ଯାହାକି ଏକ ରୋଜଗାରର ମାଧ୍ୟମ ମଧ୍ୟ ସାଜିଥାଏ । ଏମିତି ଜଣେ ମହିଳା ହେଲେ ବାଲେଶ୍ବରର ସୁଶାନ୍ତି ବେହେରା । ଯିଏ ସବାଇ ଘାସରୁ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ 150 ମହିଳାଙ୍କୁ ଦେଇ ସାରିଲେଣି ତାଲିମ । ବାଲେଶ୍ବରରେ ଚାଲିଥିବା ପଲିଶ୍ରୀ ମେଳାରେ ଲାଗିଥିବା ତାଙ୍କ ଷ୍ଟଲ ସମସ୍ତଙ୍କୁ ଆକୃଷ୍ଟ କରୁଛି ।
କୋଶାମ୍ବ ମେଳାରେ ସବାଇ ଘାସ ସାମଗ୍ରୀ:
ବାଲେଶ୍ବର ଜିଲ୍ଲା ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ‘କୋଶମ୍ୱ -୨୦୨୫’ ତଥା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରୀକରଣ ମେଳାରେ ମହିଳାମାନଙ୍କ ହାତ ତିଆରି ସାମଗ୍ରୀ ସାଉଁଟୁଛି ପ୍ରଶଂସା । ମହିଳାମାନଙ୍କ ପରିଶ୍ରମ ତଥା ସେମାନଙ୍କ ରୋଜଗାରର ମାଧ୍ୟମ ସାଜିଥିବା ଏହି ମେଳାରେ ସେମାନେ ସେମାନଙ୍କ ସାମଗ୍ରୀର ପସରା ମେଲିଛନ୍ତି । ସେହିଭଳି ମେଳାରେ ସବାଇ ଘାସରେ ମହିଳାଙ୍କ ଦ୍ୱାରା ତିଆରି ସାମଗ୍ରୀର ଚମକ ରହିଛି । ସମୁଦାୟ 305ଟି ଷ୍ଟଲ ମଧ୍ୟରୁ 35ରୁ ଊର୍ଦ୍ଧ୍ଵ ମହିଳାଙ୍କ ହସ୍ତଶିଳ୍ପ କଳାର ଷ୍ଟଲ ମେଳାର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରୁଛି ।
ସବାଇ ଘାସରୁ ଏସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା:
ସବାଇ ଘାସରେ ମହିଳାମାନେ କେବଳ ଯେ ସପ, ମଶିଣା କରୁଛନ୍ତି ତାହା ନୁହେଁ, ବରଂ ଏମିତି ସବୁ ସାମଗ୍ରୀ ତିଆରି କରୁଛନ୍ତି ଯାହା ଦୈନନ୍ଦିନ ଜୀବନରେ ମଧ୍ୟ ଆଵଶ୍ୟକତା ରହିଛି । ଯେମିତି କି ଫୁଲ ପାଛିଆ, ହଟକେଶ, ପେନ୍ ଷ୍ଟାଣ୍ଡ, ଡଲା, ଲେଟର ବକ୍ସ ମଧ୍ୟ ସବାଇ ଘାସରୁ ତିଆରି କରୁଛନ୍ତି । ସକାଳଠାରୁ ରାତି ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରି ମହିଳାମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏଥିସହ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି ।
୩୦ ମହିଳାଙ୍କୁ ରୋଜଗାରକ୍ଷମ କରିଛନ୍ତି ସୁଶାନ୍ତି:
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ଅଞ୍ଚଳର ସୁଶାନ୍ତି ବେହେରା । ଯିଏ କି ପ୍ରାୟ ୮ ବର୍ଷ ତଳେ ସବାଇ ଘାସରେ କେମିତି ସାମଗ୍ରୀ ତିଆରି କରିବେ ସେନେଇ ଓରମାସରୁ ତାଲିମ ନେଇଥିଲେ । ଆଉ ଏବେ ସେ ନିଜେ ପ୍ରାୟ 150 ମହିଳାଙ୍କୁ ତାଲିମ ଦେଇ ସାରିଛନ୍ତି । ନିଜେ ରୋଜଗାର କରିବା ସହ ତାଙ୍କ ପାଖରେ କାମ କରୁଥିବା ପ୍ରାୟ 30 ଜଣ ମହିଳା ମଧ୍ୟ ରୋଜଗାରକ୍ଷମ ହୋଇ ପାରିଛନ୍ତି ।
ମାସକୁ 4ରୁ5 ହଜାର ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ମହିଳା: