ଓଡିଶା

odisha

By ETV Bharat Odisha Team

Published : Jun 18, 2024, 9:20 PM IST

ETV Bharat / state

ଏବେ ଆଉ ବାହାର ଲୋକ ନୁହଁ ଲୋକାଲ ଲୋକଙ୍କୁ ମିଳିବ ଗ୍ରାମ୍ୟ ଉନ୍ନୟନ ବିଭାଗର କାମ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ - Minister Rabi Narayan Naik

Minister Rabi Narayan Naik Press Meet: ବିଭାଗୀୟ ସମୀକ୍ଷା କରିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ । ପ୍ରତି ଗ୍ରାମକୁ ପିଚୁ ରାସ୍ତା ସଂଯୋଗ ହେବା ସହ ରାସ୍ତା ପର୍ଯ୍ୟାୟ କ୍ରମେ ଡବଲ ଲାଇନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

Minister Rabi Narayan Naik Press Meet
Minister Rabi Narayan Naik Press Meet (ETV Bharat Odisha)

ଭୁବନେଶ୍ବର: ନୂଆ ବିଭାଗ ଦାୟିତ୍ବ ଗ୍ରହଣ ପରେ ଏବେ ଆକ୍ସନ ମୋଡରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ । ବିଭାଗୀୟ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମନ୍ତ୍ରୀ ରବି ନାରାୟଣ ନାଏକ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି, 'ରାଜ୍ୟରେ ପ୍ରତି ଗ୍ରାମକୁ ସଂଯୋଗ ହେବ ପିଚୁ ରାସ୍ତା ଆଉ ଖଟିଆରେ ବୁହା ହେବେନି ରୋଗୀ । 100 ଜନ ସଂଖ୍ୟା ବିଶିଷ୍ଠ ଗାଁକୁ ପିଚୁ ରାସ୍ତାରେ ସଂଯୋଗ କରାଯିବ । ଗାଁ ଗୁଡିକର ତାଲିକା ପ୍ରସ୍ତୁତ ସରିଛି । ପିଏମ ଜନମନ ଯୋଜନାରେ ପ୍ରିମିଟିଭ ଟ୍ରାଇଭ ଥିବା ଗାଁକୁ ରାସ୍ତା ହେବ। 350 କିମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଟାର୍ଗେଟ କରାଯାଇଛି । ପୂର୍ବ ସରକାର ସମୟରେ ବ୍ରିଜ କମ ୱେର ଯୋଜନାର ନୂଆ ରୂପରେଖ ତିଆରି ହୋଇଛି । ଏବେଠାରୁ ବ୍ରିଜ କମ ବ୍ୟାରେଜର ନିର୍ମାଣ ହେବ। ଏହା ଦ୍ବାରା ଚାଷୀଙ୍କୁ ପାଣି ଦିଆଯାଇ ପାରିବ ।'

Minister Rabi Narayan Naik Press Meet (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଶପଥ ନେବା ପୂର୍ବରୁ ଆକ୍ସନ ମୋଡ଼ରେ ଆଶ୍ରିତ ପଟ୍ଟନାୟକ, ବୁଝିଲେ ଲୋକଙ୍କ ସମସ୍ୟା - Ashrit Patnaik

ଏହା ସହ ମନ୍ତ୍ରୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ପର୍ଯ୍ୟାୟ କ୍ରମେ ଡବଲ ଲାଇନ କରାଯିବ । 'ସେହିପରି ବିଭାଗୀୟ ଅଧିକାରୀ ଓ କର୍ମୀଙ୍କୁ ମନ୍ତ୍ରୀ ଚରମ ବାଣୀ ଶୁଣାଇଛନ୍ତି ମନ୍ତ୍ରୀ । ସେ ସିଧା ସିଧା କହିଛନ୍ତି କାମ ଖରାପ ହେଲେ ବିଭାଗୀୟ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ଉପରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ । ଆଗାମୀ 100 ଦିନ ଭିତରେ 200 ବ୍ରିଜ କାମ ସାରିବା ନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଏବେ ଅଫିସର ଗାଁକୁ ଯାଆନ୍ତୁ ଓ ସରକାରୀ ଯୋଜନା ଠିକ ଭାବେ କାମ କରୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ।

ରାଜ୍ୟରେ ଏବେ ଆଉ ବାହାର ଲୋକ ନୁହଁ ଲୋକାଲ ଲୋକଙ୍କୁ ମିଳିବ ଆର ଡି ବିଭାଗର କାମ । ସମାନ ଅଞ୍ଚଳର ଅନେକ ଡିପ୍ଲୋମା ଓ ଇଞ୍ଜିନିୟରିଂ ପିଲାଙ୍କୁ ଟ୍ରେନିଂ ଦେଇ କାମରେ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଶପଥ ପରେ ବିଭାଗୀୟ ମନ୍ତ୍ରୀ ଏବଂ ବିଧାୟକ ମାନେ ଏବେ ଆକ୍ସନ ମୁଡ୍ ରେ । ମନ୍ତ୍ରୀ ମାନେ ନିଜ ନିଜ ବିଭାଗକୁ ନେଇ ସମୀକ୍ଷା କରୁଛନ୍ତି । ବିଧାୟକ ମାନେ ନିଜ ନିଜ ଏରିଆରେ ବୁଲି ଲୋକମାନଙ୍କ କଥାକୁ ବୁଝୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details