ଓଡିଶା

odisha

ETV Bharat / state

କାହିଁକି ହେଉନି RMC ନିର୍ବାଚନ? ପ୍ରଶ୍ନ ଉଠାଇଲେ ରାଉରକେଲାବାସୀ, କହିଲେ ଏହା ସରକାରଙ୍କ ଷଡ଼ଯନ୍ତ୍ର - ରାଉରକେଲା ମହାନଗର ନିଗମ ନିର୍ବାଚନ

Rourkela Muncipal Elections: ରାଉରେକେଲା ମହାନଗର ନିଗମ ନିର୍ବାଚନ ପାଇଁ ଜୋର ଧରିଲା ଦାବି। ୨୦୧୩ରୁ ଆଜି ଯାଏଁ ରାଉରକେଲାରେ ହୋଇପାରିନାହିଁ ନିର୍ବାଚନ । ଅଧିକ ପଢନ୍ତୁ

Rourkela Muncipal Elections
Rourkela Muncipal Elections

By ETV Bharat Odisha Team

Published : Jan 28, 2024, 11:00 PM IST

Rourkela Muncipal Elections

ରାଉରକେଲା: ମହାନଗର ନିଗମ ନିର୍ବାଚନ ପାଇଁ ଜୋର ଧରିଲା ଦାବି । ଏନେଇ ରାଉରକେଲାବାସୀ ଦୀର୍ଘ ଦିନ ଧରି ଦାବି କରିଆସୁଥିବାବେଳେ ସରକାର ଶୁଣୁନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଆଜକୁ ୧୦ବର୍ଷ ହେବ ବିବାଦରେ ରହିଛି ରାଉରକେଲା ମହାନଗର ନିଗମ(RMC) ନିର୍ବାଚନ । ୨୦୧୩ରୁ ଆଜି ଯାଏଁ ରାଉରକେଲାରେ ହୋଇପାରିନାହିଁ ନିର୍ବାଚନ । ରାଉରକେଲାର ଉନ୍ନତି ପାଇଁ ୱାର୍ଡରେ ନାହାନ୍ତି କୌଣସି ଜନପ୍ରତିନିଧି । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ। ଗତ ୧୯୫୫ ମସିହା ଜୁଲାଇ ୨୦ତାରିଖରେ ରାଉରକେଲା NAC ମାନ୍ୟତା ପାଇଥିଲା । ୧୯୮୮ ସେପ୍ଟେମ୍ବର ୧୭ତାରିଖରେ ଏନଏସିରୁ ପୌରପାଳିକା ହୋଇଥିଲା । ଆଉ ୨୦୦୮ରେ ରାଉରକେଲା ପୌରପାଳିକାର ୩୩ଟି ୱାର୍ଡକୁ ନେଇ ନିର୍ବାଚନ ହୋଇଥିଲା।

ଗତ ୨୦୧୪ ନଭେମ୍ବର ୧୪ତାରିଖରେ ସରକାର ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ । ଜଗଦା, ଗୋପପାଲି, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାଡ଼ତରଙ୍ଗ, ନବକୃଷ୍ଣନଗର, ତଳବାଲିଯୋଡି, ଆଇଡିଏଲ୍‌ କଲୋନି, ଗୋପବନ୍ଧୁନଗର, ଭଞ୍ଜ କଲୋନି, ସୋନାପର୍ବତ, ଧରମଡ଼ିହି ଆଦି ଅଞ୍ଚଳକୁ ସାମିଲ କରିଥିଲେ। ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ କରି କିଛି ବସ୍ତିବାସିନ୍ଦା ୨୦୧୫ମସିହାରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କ ବିଜ୍ଞପ୍ତିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ନିର୍ବାଚନ। ନିର୍ବାଚନ ହେଉନଥିବାରୁ ବର୍ତ୍ତମାନ ରାଉରକେଲା ସହରରେ ଅଫିସର ରାଜ ଚାଲିଥିବା ଅଭିଯୋଗ ହୋଇଛି।ପ୍ରତିବାଦ କରିବାକୁ କେହି ନଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ବାଟବଣା ହେଉଛି ।

ଏହା ମଧ୍ୟ ପଢନ୍ତୁ...ବିଜେପିରେ ମିଶ୍ରଣ ପର୍ବ, ନିର୍ବାଚନ ପୂର୍ବରୁ ସଦର ନିର୍ବାଚନ ମଣ୍ଡଳୀ ସରଗରମ

ସେହିପରି ବସ୍ତିରେ ବିକାଶ କଚ୍ଛପ ଗତିରେ ଚାଲିଛି । ସ୍ବାସ୍ଥ୍ୟ, ପରିମଳ, ଆଲୋକୀକରଣ, ପରିବେଶ ସୁରକ୍ଷା ତଥା ଉନ୍ନୟମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ୱାର୍ଡ କମିଟି ଗଠନ ହୋଇ ପାରୁନଥିବାରୁ ବସ୍ତିବାସିନ୍ଦା ନିଜ ଅଞ୍ଚଳ ସମସ୍ୟା ନେଇ ବାରମ୍ବାର ଆରଏମସି ଅଫିସକୁ ଦୌଡୁଥିବା ଅଭିଯୋଗ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀମାନେ ବସ୍ତିର ସମସ୍ୟାଗୁଡ଼ିକୁ ଯେତିକି ଗୁରୁତ୍ବ ଦେବା କଥା, ସେପରି ଦେଉନଥିବା ଅଭିଯୋଗ ଆଣିଛନ୍ତି ବସ୍ତିବାସିନ୍ଦା । କେବଳ ସେତିକି ନୁହେଁ, ବିଭିନ୍ନ ‌ଯୋଜନା ମାଧ୍ୟମରେ ଆରଏମସିକୁ ଆସୁଥିବା କୋଟି କୋଟି ଟଙ୍କାର ସଠିକ୍ ବିନିଯୋଗକୁ ନେଇ ଅନେକ ସମୟରେ ଲୋକେ ଅଭିଯୋଗ କରିଛନ୍ତି । "ଷଡଯନ୍ତ୍ର କରି ସରକାର ନିର୍ବାଚନ ନକରି ଏଠାରେ ହରିଲୁଟ କରୁଛନ୍ତି" ବୋଲି କହିଛନ୍ତି ସହରବାସୀ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details