ଝାରସୁଗୁଡା:ନାବାଳିକାକୁ ହତ୍ୟା କରି କାଟି ଫିଙ୍ଗି ଦେବା ଘଟଣା । ଏହି ଘଟଣା ବର୍ତ୍ତମାନ ଝାରସୁଗୁଡା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ କୁନୁ ଏଭଳି ଜଘନ୍ୟ ଅପରାଧ ଘଟାଇବା ପାଇଁ ଟେଲିଭିଜନର ଏକ ଲୋକପ୍ରିୟ କ୍ରାଇମ ସୋ' ଦେଖିଥିଲା।
କ'ଣ ଥିଲା ପୂରା ଘଟଣା?
ପ୍ରଥମେ ନାବାଳିକାକୁ ଭଲ ପାଉଥିଲା, ଆଉ ତା' ପରେ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିଲା ଅଭିଯୁକ୍ତ କୁନୁ। ତେବେ ପୀଡିତା ଜଣକ କୋର୍ଟରେ ନିଜ ବୟାନ ଦେଇ ତାକୁ ପୁଣି ଥରେ ଜେଲ ନପଠେଇ ଦିଅନ୍ତୁ ସେହି ଡରରେ ଜେଲରୁ ଜାମିନରେ ଆସିଥିବାବେଳେ କରିଥିଲା ବଡ଼ ଯୋଜନା । ନାବାଳିକା ଜଣଙ୍କୁ ନିଜ ରାସ୍ତାରୁ ସବୁଦିନ ପାଇଁ ହଟାଇବାକୁ ଚକ୍ରାନ୍ତ କରିଥିଲା ଅଭିଯୋଗ ।
ପୀଡିତାଙ୍କୁ ନ୍ୟାୟ ଦାବି:
ଆଇନଜୀବୀ ନରେଶ ନାଏକ କହିଛନ୍ତି, "ଝାରସୁଗୁଡା ସ୍ଥିତ ନିଜ ମାଉସୀ ଘରେ ରହୁଥିବା ଜାଣି ନାବାଳିକାକୁ ନିଜ ଜାଲରେ ଫସାଇ ଝାରସୁଗୁଡାରୁ ରାଉରକେଲା ଆଡ଼କୁ ଆଣି ତାର ହତ୍ୟା କରିଥିଲା ଅଭିଯୁକ୍ତ । କେହି ଯେମିତି ନାବାଳିକାର ପରିଚୟ ନପାଇବେ ସେନେଇ ଖଣ୍ଡ ଖଣ୍ଡ କରି ୬ ଖଣ୍ଡ କରି କାଟି ଶରୀରକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ କୁନୁ । ହାତର ପାପୁଲି ଓ ମୁହଁକୁ ନିଆଁରେ ପୋଡ଼ି ଦେଇଥିଲା । ଗତ ୭ତାରିଖରେ ନାବାଳିକାର ମାଉସୀ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ନିଖୋଜ ଥିବା ନାବାଳିକାକୁ ତଲାସ କରିଥିଲେ ।" ସେପଟେ ନରେଶ ନାଏକ କହିଛନ୍ତି, ଏହି ଘଟଣାରେ ଯାହାର ସମ୍ପୃକ୍ତି ରହିଛି ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"