ରାଉରକେଲା: ଦୀପ ଚଳାଇ ଗର୍ବ ଆଣିଲା ରାଉରକେଲା ସହର । ରଚିଲା ଇତିହାସ । ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ରାଉରକେଲାର ବିଶାଳ ଦୀପ । ଦୀପଟିର ଉଚ୍ଚତା ସାଢ଼େ 5 ଫୁଟ ଥିବା ବେଳେ ଏହାର ଗୋଲେଇ 12 ଫୁଟ ଥିଲା । ଦୀପରେ ୬ ହଜାର ୫୦୦ ଲିଟର୍ରୁ ଅଧିକ ଘିଅ ସାଙ୍ଗକୁ ୩୪ ଫୁଟ ବିଶିଷ୍ଟ ବଡ଼ ବଳିତା ମଧ୍ୟ ଲାଗିଥିଲା ।
ରାଉରକେଲା ସହରର ସ୍ମାଇଲ ଫୋର ଏଭର ଫାଉଣ୍ଡେସନକୁ ମିଳିଲା ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ । ଯାହା ସମ୍ପୂର୍ଣ୍ଣ ଜିଲ୍ଲା ଏବଂ ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ଗତ ୨୨ ତାରିଖରେ ଯେତେବେଳେ ସାରା ଭାରତ ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଥିଲା ସେତେବେଳେ ରାଉରକେଲା ସହରର ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଦୀପ ପ୍ରସ୍ତୁତ କରାଯାଇଥିଲା । ତେବେ ବିଶାଳ ଦୀପକୁ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରିଥିଲେ ଆୟୋଜକ । ଏସିଆ ମହାଦେଶର ସବୁଠାରୁ ବଡ଼ ଦୀପ ଭାବରେ ଏବଂ ଭାରତ ଦେଶର ମଧ୍ୟ ସବୁଠାରୁ ବଡ଼ ଦୀପ ଭାବରେ ପରିଗଣିତ ହୋଇଛି । ଏହାକୁ ନେଇ ସ୍ମାଇଲ ଫୋର ଏଭର ଫାଉଣ୍ଡେସନକୁ ପ୍ରମାଣ ପତ୍ର ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...ବିଶ୍ୱର ବଡ଼ ଦୀପକୁ ନେଇ ରାଉରକେଲାରେ ବିଶାଳ ରାଲି
ଏହି ଦୀପଟିର ଉଚ୍ଚତା ସାଢ଼େ 5 ଫୁଟ ଥିବା ବେଳେ ଏହାର ଗୋଲେଇ 12 ଫୁଟ ଥିଲା । ଏହି ବିଶାଳକାୟ ଦୀପ ଆସନ୍ତା 43 ଦିନ ପର୍ଯ୍ୟନ୍ତ ରାଉରକେଲା ସହରର ହନୁମାନ ବଟିକାରେ ପ୍ରଜ୍ଵଳନ ହେବ । ଏହି ବିଶାଳକାୟ ଦୀପରେ ୬ ହଜାର ୫୦୦ ଲିଟର୍ରୁ ଅଧିକ ଘିଅ ରହିଛି । ଏଥିରେ ୩୪ ଫୁଟ ବିଶିଷ୍ଟ ବଡ଼ ବଳିତା ମଧ୍ୟ ଲାଗିଥିଲା । ଏହି ବିଶାଳ ଦୀପକୁ ରାଉରକେଲା ସହରରେ ପରିଭ୍ରମଣ କରିବା ସହ ରାଉରକେଲା ହନୁମାନ ବାଟିକାରେ ପ୍ରଜ୍ଵଳନ କରାଯାଇଥିଲା । ପ୍ରଭୁ ଶ୍ରୀରାମଙ୍କ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଭବ୍ୟ ମୂର୍ତ୍ତି ଆଗରେ ଏହି ଦୀପକୁ ପ୍ରଜ୍ଜଳିତ କରାଯାଇଥିଲା । ତେବେ ଲୋକେ ଏହାକୁ ନେଇ ଉତ୍ସାହିତ ଅଛନ୍ତି ଏବଂ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବ୍ୟବହାର ହୋଇଥିବା ଦୀପ ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ସ୍ପାଇଲ୍ ଫର ଏଭର ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ ‘‘ଏହା ରାଉରକେଲାବାସୀଙ୍କ ଶ୍ରେୟ । ଯେହେତୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ୍ରେ ଏହା ସ୍ଥାନ ପାଇଛି ଏହାକୁ ରାଉରକେଲା ବାସୀଙ୍କୁ ଏବଂ ପ୍ରଭୁ ରାମଙ୍କୁ ସମର୍ପଣ କରାଗଲା ।’’
ଇଟିଭି ଭାରତ, ରାଉରକେଲା