ଓଡିଶା

odisha

ETV Bharat / state

ଅସହ୍ୟ ଗୁଳୁଗୁଳିରେ ଡେଞ୍ଜର ଜୋନରେ ହୃଦରୋଗୀ, ହୋଇଯାଆନ୍ତୁ ସାବଧାନ ! - Risk Of Heart Disease - RISK OF HEART DISEASE

Risk Of Heart Disease: ଅସହ୍ୟ ଗୁଳୁଗୁଳି ହୃଦଘାତଜନିତ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କ ପାଇଁ କାଳ ସାଜିଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଅଧିକ ପଢନ୍ତ

Risk Of Heart Disease
Risk Of Heart Disease (ETV Bharat Odisha)

By ETV Bharat Odisha Team

Published : Jun 16, 2024, 10:51 PM IST

ଭୁବନେଶ୍ବର:ମୌସୁମୀ ଋତୁରେ ଗ୍ରୀଷ୍ମର ରାଜ । ଜଳୁଛି ଦିନ । ଅଣନିଶ୍ବାସୀ କରୁଛି ରାତିର ତାତି । ଆଉ ଏହି ଅସହ୍ୟ ଗୁଳୁଗୁଳି ହୃଦଘାତଜନିତ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କ ପାଇଁ କାଳ ସାଜିଛି । ସାରା ରାଜ୍ୟରେ ଏବେ ଜାରି ରହିଛି ଅସହ୍ୟ ଗୁଳୁଗୁଳି ସ୍ଥିତି । ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉପକୂଳରେ ସବୁଠି ନାହିଁ ନଥିବା ଗରମ ଅନୁଭୂତ ହେଉଛି । ଉତ୍ତର ଓଡ଼ିଶାରେ ବି ସମାନ ସ୍ଥିତି ଉପୁଜିଛି । ଚଳିତ ବର୍ଷ ଗ୍ରୀଷ୍ମପ୍ରବାହର ଦିନ ସଂଖ୍ୟା ରେକର୍ଡ ଭାଙ୍ଗିଥିବାବେଳେ ରାତିର ଗୁଳୁଗୁଳି ବି ଅସହ୍ୟ ହୋଇପଡିଛି । ଏଭଳି ସ୍ଥିତିରେ ରୋଗୀଙ୍କ ପାଇଁ ଘାତକ ସାଜୁଛି ଉଷ୍ମ ରାତି । ଗରମ ଗୁଳୁଗୁଳି ପାଇଁ ଡେଞ୍ଜର ଜୋନରେ ରହିଛନ୍ତି ହୃଦରୋଗୀ । ଏଥିରୁ ବର୍ତ୍ତିବା ପାଇଁ ଡାକ୍ତରମାନେ ସତର୍କ କରାଇଛନ୍ତି ।

Risk Of Heart Disease (ETV Bharat Odisha)


ହୃଦଘାତ ସମସ୍ୟା ଥିଲେ ସାବଧାନ !
ପ୍ରବଳ ଗରମକୁ ନେଇ ଡାକ୍ତର ସତର୍କ କରାଇଛନ୍ତି । ଡାକ୍ତର ଦିଲ୍ଲୀପ ପଣ୍ଡା କହିଛନ୍ତି, "ଜଳୀୟ ଅଂଶ କମିଲେ କମିବ ହାର୍ଟ ପମ୍ପିଂ । ଏହାଦ୍ବାରା ଜଣେ ଲୋକକୁ ଦୁର୍ବଳ ଲାଗିବା ସହ ଦେହ ହାତ ଝିମ୍ ଝିମ୍ ହେବାର ସମ୍ଭାବନା ରହିଛି । ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ । ଏହାସହ ତୋରାଣି ପିଇବେ କିମ୍ବା ପଖାଳ ଭାତ ଖାଇବା ଆବଶ୍ୟକ। ତେବେ ଏହାର ପ୍ରତିକାର ନକଲେ ହୋଇପାରେ ଷ୍ଟ୍ରୋକ୍ । ସାରା ରାଜ୍ୟରେ ଜାରି ରହିଥିବା ଅସହ୍ୟ ପାଣିପାଗ ସ୍ଥିତି ଏବେ ଶିଶୁ ଏବଂ ହୃଦରୋଗୀଙ୍କ ପାଇଁ ଘାତକ ହେଉଛି । ଦିନ ଅପେକ୍ଷା ରାତିର ତାତି ବା ଉଷ୍ମ ରାତି ଅଣନିଶ୍ବାସୀ କରିପକାଉଛି । ଯାହା ଫଳରେ ପ୍ରଥମେ ହିଟ୍ କ୍ରାମ୍ପସ, ପରେ ହିଟ୍ ଏଗଜସ୍‌ ଏବଂ ଶେଷରେ ହିଟ୍ ଷ୍ଟ୍ରୋକ୍ ହେଉଛି ।"

ଏହା ବି ପଢନ୍ତୁ...ଆସୁଛି ବର୍ଷା ଦିନ; ଡାଇରିଆ ପ୍ରତି ସତର୍କ ରୁହନ୍ତୁ, ଜାଣନ୍ତୁ ଲକ୍ଷଣ ଓ ନିରକରଣ - Diarrhea Disease

ସେ ଆହୁରି କହିଛନ୍ତି, "ଯଦି ଅଳ୍ପ ଜଳୀୟ ଶରୀରରୁ କମିଯାଏ ତେବେ ଏହାକୁ ହିଟ୍‌ କ୍ରାମ୍ପସ କୁହାଯାଇଥାଏ । ଏହାଦ୍ବାରା ଲୋକଟିର ଗୋଡହାତ ଗୋଳାବିନ୍ଧା ହେବାର ଦେଖାଯାଇଥାଏ । ଯଦି ହିଟ୍ ଏଗଜସରେ ପହଞ୍ଚିବ ତେବେ ଅଧିକ ଜଳୀୟାଂଶ ଶରୀରରୁ ନଷ୍ଟ ହୋଇଥାଏ । ତେଣୁ ରୋଗୀ ଗୁରୁତର ହୋଇପଡ଼ିଥାଏ । ଶରୀରରେ ଜଳିୟାଂଶ ଅଧିକ ରହିଥିଲେ ମଧ୍ୟ ବ୍ରେନରେ ପ୍ରଭାବ ପଡ଼ିବା ଦ୍ଵାରା ଶରୀରର ତାପମାତ୍ରା ଫେଲ କରିଥାଏ । ତେବେ ଏହା ଅଧିକ ମାତ୍ରାରେ ଗୁରୁତର ହେଲେ ପରବର୍ତ୍ତୀ ସମୟରେ ଲୋକଟିର ମୃତ୍ୟୁ ଘଟିଥାଏ ।" ତେଣୁ ଉଷ୍ମ ରାତିରେ ସତର୍କ ରହିବା ସହ ପର୍ଯ୍ୟାପ୍ତ ପରିମାଣର ପାଣି, ଲେମ୍ବୁ ଲୁଣ ପାଣି ଏବଂ ଓଆରଏସ ପିଇବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ଦିଲିପ କୁମାର ପଣ୍ଡା । ସେ ଆହୁରି କହିଛନ୍ତି, "ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ଯିବା ନାହିଁ, କାରଣ ଦିନରେ ଅଧିକ ମାତ୍ରାରେ ଗରମ ଗୁଳୁଗୁଳି ଅନୁଭୂତ ହୋଇଥାଏ । ବାହାରକୁ ଗଲାବେଳେ ଓଦା ଗାମୁଛା ମୁଣ୍ଡରେ ପକାଇବା ଓ ସାଙ୍ଗରେ ପାଣି ନେବା ।" ଏହାସହ ଜରୁରୀ କାମ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details