ସୁବର୍ଣ୍ଣପୁର: ରାଜସ୍ବ ନିରୀକ୍ଷକଙ୍କୁ ଅବହେଳା ଅଭିଯୋଗ । ସାରା ଓଡ଼ିଶାରେ ଆନ୍ଦୋଳନକୁ ଓହ୍ଲାଇଲେ ରାଜସ୍ବ ନୀରିକ୍ଷକ କର୍ମଚାରୀ । ସେହିପରି ସୁବର୍ଣ୍ଣପୁରଜିଲ୍ଲାର ମଧ୍ୟ ଆନ୍ଦୋଳନକୁ ରାଜସ୍ବ କର୍ମଚାରୀ । ସଦର ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ ନୀରିକ୍ଷକ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ସେମାନେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ରାଜସ୍ବ ନିରୀକ୍ଷକ କର୍ମଚାରୀ ସଂଘର ସଭାପତି ସାକ୍ଷାତ ସିଂ ବହିଦାରଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଯଦି ସେମାନଙ୍କର ଦାବି ସରକାର ପୂରଣ ନ କରନ୍ତି ତେବେ ଆନ୍ଦଳୋନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
ଦୀର୍ଘ ଦିନରୁ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଆଗରେ ତାଙ୍କର ଦାବି ଉପସ୍ଥାପନ କରିଥିବାବେଳେ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ତେବେ ସେମାନଙ୍କ ଦାବିଗୁଡିକ ହେଲା ଓଡିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନଃର୍ଗଠନ, ସହକାରୀ ରାଜସ୍ବ ନୀରିକ୍ଷକଙ୍କର ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଓଆରଏସପିର ସ୍ତର ଆଠ ,ସ୍କେଲ ଏକ ଓ ୯୦ପ୍ରତିଶତ ରାଜସ୍ବ ନୀରିକ୍ଷକ ପଦବୀ ପଦୋନ୍ନତି କରିବା ।
ଏହା ମଧ୍ୟ ପଢନ୍ତୁ.......ରାଜରାସ୍ତାରେ ଶିକ୍ଷକ ମହାସଂଘ, ୫ ଦଫା ଦାବିରେ ଗଣଧାରଣା