ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ 'ଶତ୍ରୁ'ର ଜଲୱା, ରାଜ୍ୟବାସୀଙ୍କୁ ଶ୍ରେୟ ଦେଲେ ପ୍ରଯୋଜକ-ଗାୟକ - ODISHA STATE FILM AWARDS

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 15, 2024, 10:27 PM IST

ବଲାଙ୍ଗୀର: ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ବଲାଙ୍ଗୀର ନିବାସୀ ମାଧବ ଦାସଙ୍କୁ ମିଳିବ ଶ୍ରେଷ୍ଠ ଗାୟକ ପୁରସ୍କାର । ସେପଟେ ରାଜ୍ୟ ପୁରସ୍କାର ପାଇବା ତାଙ୍କ ପାଇଁ ପ୍ରଥମ ହୋଇଥିବା ବେଳେ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । 'ଶତ୍ରୁ' ସିନେମା ପାଇଁ ଗାଇଥିବା ତାଙ୍କର ଗୀତ "ଯାରେ ମନ" ପାଇଁ ସେ ଶ୍ରେଷ୍ଠ ପ୍ରଚ୍ଛଦ ପଟ ପୁରୁଷ ଗାୟକ ଭାବରେ ଏହି ଆୱାର୍ଡ ପାଇବେ। ତେବେ ଏହାକୁ ନେଇ ସେ ଖୁବ ଉତ୍ସାହିତ ଥିବା ବେଳେ ବହୁ ବର୍ଷରୁ ସେ ଗୀତ ଗାଉଥିବା ବେଳେ ଏଥର ରାଜ୍ୟ ପୁରସ୍କାର ପାଇ ସେ ଖୁବ ଖୁସି ହୋଇଛନ୍ତି ଏବଂ ସାରା ଓଡ଼ିଶା ବାସୀଙ୍କୁ ଏହା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । 

ସୂଚନା ଅନୁସାରେ, ବଲାଙ୍ଗୀର ମାଲପଡା ନିବାସୀ ମାଧବ ଦାସ, ଛୋଟ ବେଳରୁ ହିଁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ ଏବଂ ପରେ ସେ ବଲାଙ୍ଗିରର ଅଗ୍ରଣୀ ପଞ୍ଚମ ମ୍ୟୁଜିକ ସ୍କୁଲ ଯୋଗ ଦେଇ ସଙ୍ଗୀତ ଶିକ୍ଷା କରିଥିଲେ । ଯାହା ପରେ ସେ ଏକାଧିକ ଭାଷାରେ ଗୀତ ଗାଇ ଓଡ଼ିଶାରେ ନିଜର ପରିଚୟ ତିଆରି କରିଛନ୍ତି । ସେ ଅଶୋକ ମିଶ୍ରଙ୍କ ଦ୍ୱାରା ନିର୍ମିତ 'ଶତ୍ରୁ' ସିନେମାରେ ସେ ଗୀତ ଗାଇଛନ୍ତି । ଏହି ସିନେମାର ଗୀତ "ଯାରେ ମନ" ଅହେତୁକ ସଫଳତା ପାଇଛି ଏବଂ ଆଜି ଏହି ଗୀତ ପାଇଁ ତାଙ୍କୁ ଶ୍ରେଷ୍ଠ ଗାୟକ ଭାବରେ ରାଜ୍ୟ ସିନେମା ପୁରସ୍କାର ମିଳିବାକୁ ଯାଉଛି । ଏନେଇ ସେ କହିଛନ୍ତି "ମୁଁ ବହୁ ବର୍ଷରୁ ଗୀତ ଗାଇ ଆସୁଛି । ହେଲେ ଏଥର ପ୍ରଥମ କରି ମୁଁ ରାଜ୍ୟ ପୁରସ୍କାର ପାଇବି । ଯାହା ମତେ ବହୁ ଖୁସି ଦେଇଛି ଏବଂ ଆହୁରି ଗୀତ ଗାଇବା ପାଇଁ ପ୍ରେରଣା ଦେଇଛି। ଏଣୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି । ସମସ୍ତଙ୍କର ଆଶୀର୍ବାଦ ଏପରି ରହିଥାଉ ମୁଁ ଆଗକୁ ମଧ୍ୟ ଗୀତ ଗାଉଥିବି।'' 

ଏହା ମଧ୍ୟ ପଢନ୍ତୁ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଖୁସିବ୍ୟକ୍ତ କଲେ ସେଲିବ୍ରିଟି

ସେପଟେ ଦୁଇଟି ଆୱାର୍ଡ ପାଇବାକୁ ଯାଉଥିବା 'ଶତ୍ରୁ' ସିନେମାର ପ୍ରଯୋଜକ ଓ ନିର୍ମାତା ଅଶୋକ ମିଶ୍ର କହିଛନ୍ତି ଯେ "ଏହି ସିନେମା ସଫଳ ହୋଇଛି । ସମାଜରେ ଥିବା କୁସଂସ୍କାର ବିରୋଧରେ ଜଣେ ଡାକ୍ତରଙ୍କ ଲଢେଇ ଓ ସେ ସଫଳ ହେବା ଏହି ସିନେମାର କାହାଣୀ ଅଟେ । ଯାହା ପାଇଁ ସୁନ୍ଦର ଗୀତ ଲେଖିଥିଲେ କପିଳେଶ୍ୱର ଖମାରି ଓ ମ୍ୟୁଜିକ ଜୟପ୍ରକାଶ ଦେଇଥିବା ବେଳେ ଗୀତ ମାଧବ ଦାସ ଗାଇ ଥିଲେ ଏବଂ ଏହାର ଗୀତ ହିଟ ହୋଇଥିଲା । ଓଡିଶା ସିନେ ଆୱାର୍ଡ ମିଳିବା ଆମ ପାଇଁ ଗର୍ବର ବିଷୟ ଅଟେ । ତେଣୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।


ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.