ଝାରସୁଗୁଡ଼ା: ୬ ଦଫା ଦାବି ନେଇ ରାଜସ୍ବ ନିରୀକ୍ଷକଙ୍କ ଧାରଣା । ଝାରସୁଗୁଡା ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ ନିରୀକ୍ଷକ ଅଧିକାରୀମାନେ ଗତକାଲି(ସୋମାବର) ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ସେମାନେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ଯଦି ସେମାନଙ୍କର ଦାବି ସରକାର ପୂରଣ ନ କରନ୍ତି ତେବେ ଆନ୍ଦଳୋନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଦୀର୍ଘ ଦିନରୁ ରାଜସ୍ବ ନିରୀକ୍ଷକମାନେ ରାଜ୍ୟ ସରକାରଙ୍କ ଆଗରେ ତାଙ୍କର ଦାବି ଉପସ୍ଥାପନ କରିଥିବାବେଳେ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ତେବେ ସେମାନଙ୍କ ଦାବିଗୁଡିକ ହେଲା ଓଡିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନଃର୍ଗଠନ, ସହକାରୀ ରାଜସ୍ବ ନିରୀକ୍ଷକଙ୍କର ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଓଆରଏସପିର ସ୍ତର ଆଠ, ସ୍କେଲ ଏକ ଓ ୯୦ ପ୍ରତିଶତ ରାଜସ୍ବ ନିରୀକ୍ଷକ ପଦବୀ ପଦୋନ୍ନତି କରିବା ।
ଏହା ମଧ୍ୟ ପଢନ୍ତୁ- ଚାଷୀଙ୍କୁ ମୁଗ ବିହନ ମିଳୁନଥିବା ଅଭିଯୋଗ, କୃଷି କାର୍ଯ୍ୟାଳୟ ଆଗରେ କୃଷକ ସଂଗଠନର ଧାରଣା