ଭୁବନେଶ୍ବର:ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାର ଇତିହାସ ପାଇଁ ହେବ ଗବେଷଣା । କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ । ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ବୀର । ଏ ସବୁକୁ ନେଇ ଏବେ ଗବେଷଣା ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏଥିସହ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ ।
ଇତିହାସ ଉପରେ ଗବେଷଣା ହେବ:
ଆଜି(ରବିବାର) ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ‘ଓଡ଼ିଆ ଜାତିର ଇତିହାସକୁ ଯେଉଁ ଭଳି ଭାବେ ଉପସ୍ଥାପନ କରିବା କଥା ତାହା ଏପର୍ଯ୍ୟନ୍ତ ହୋଇନାହିଁ । ଜିତିବା ଲୋକକୁ ଯଦି ଦିଆଯିବ ହରାଇଥିବା ଲୋକର ଇତିହାସ ଲେଖିବାକୁ ସେ ତାକୁ କଦର୍ଥ କରି ଲେଖେ । ଓଡ଼ିଆ ଲୋକର ଇତିହାସ ବ୍ରିଟିଶ ସରକାର ସମୟର କଥା । ଏହା ଉପରେ ଆହୁରି ମଧ୍ୟ ଗବେଷଣା ହେବାର ଆବଶ୍ୟକତା ଅଛି ।’
କଣ ରହିଛି ଓଡ଼ିଶାର ପ୍ରକୃତ ଇତିହାସ:
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି,‘କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ । ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ବୀର । ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ।’
ଏହା ମଧ୍ୟ ପଢନ୍ତୁ: |