ଓଡିଶା

odisha

ETV Bharat / state

ରଥାରୁଢ଼ ଜଗନ୍ନାଥଙ୍କ ଦର୍ଶନ କେଉଁ ରାଶି ପାଇଁ ରହିବ ଶୁଭପ୍ରଦ ? ଜାଣନ୍ତୁ କ'ଣ କହିଲେ ଜ୍ୟୋତିଷ - Rath Yatra Astrological Predictions

Rath Yatra 2024 Astrological Predictions: ଆଜି ପବିତ୍ର ରଥଯାତ୍ରାରେ ଏହି ରାଶି ବ୍ୟକ୍ତିଙ୍କ ଉପରେ ହେବ ମହାପ୍ରଭୁଙ୍କ କୃପା ବର୍ଷା । କେଉଁ ରାଶିର ବ୍ୟକ୍ତି ହେବେ ଭାଗ୍ୟବାନ ? କ'ଣ କହୁଛନ୍ତି ଜ୍ୟୋତିଷ ?ପଢ଼ନ୍ତୁ

By ETV Bharat Odisha Team

Published : Jul 7, 2024, 6:44 AM IST

Rath Yatra 2024 Astrological Predictions
Rath Yatra 2024 Astrological Predictions (ETV Bharat Odisha)

ଭୁବନେଶ୍ବର:ଆଜି ମହାବାହୁ ବଳିଆର ଭୁଜ ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହୋଇ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ବା ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତ । ମନ୍ଦିର ଛାଡ଼ି ରଥରେ ବାହାରି ପତିତ ଉଦ୍ଧାର ପାଇଁ ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ବିଶ୍ୱ ନିଅନ୍ତା ବାହାରୁଥିବା ବେଳେ ମହାପ୍ରଭୁଙ୍କ ଏହି ଯାତ୍ରା କେଉଁ ରାଶିଙ୍କ ପାଇଁ ସୌଭ୍ୟାଗ ହେବ ଓ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଫଳପ୍ରଦ ହେବ ସେନେଇ କ'ଣ କହୁଛନ୍ତି ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ ଆସନ୍ତୁ ଜାଣିବା ।

Rath Yatra 2024 Astrological Predictions (ETV Bharat Odisha)

ଜ୍ୟୋତିଷ ଗଣନା ଅନୁସାରେ, ଆଜି ଅପରାହ୍ନ 4ଟା 55 ମିନିଟ ସମୟରେ ସ୍ଥିର ଲଗ୍ନରୁ ଚର ଲଗ୍ନ ବା ଦ୍ବାତ୍ମିକ ଲଗ୍ନ ଅର୍ଥାତ ଧନୁ ଲଗ୍ନକୁ ସୂର୍ଯ୍ୟ ପ୍ରବେଶ କରୁଛନ୍ତି ବା ରବିଙ୍କର ସଂକ୍ରମଣ ହେବ । ଏହି ସମୟରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଏହା ଜ୍ୟୋତିଷ ଶାସ୍ତ୍ରର ନିୟମ । କାରଣ ସ୍ଥିର ଲଗ୍ନରେ ପୂଜାପାଠ ଓ ପ୍ରତିଷ୍ଠା ଆଦି କାର୍ଯ୍ୟ କରାଯାଏ । ଚର ଲଗ୍ନରେ ପହଣ୍ଡି ବିଜେ ବା ଚଳନ ବା ଗମନାଗମନ କରାଯାଏ । ଧନୁ ଲଗ୍ନ 4ଟା 55 ମିନିଟରୁ ଆରମ୍ଭ ହେଉଥିବାରୁ ସେଥିପାଇଁ ଯାହା ନୀତି ନିର୍ଘଣ୍ଟ ହୋଇଛି ତାହା ଠିକ ରହିଛି । ଆଜି ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6ଟା 28 ମିନିଟ 11 ସେକେଣ୍ଡ ରହିଛି ତେଣୁ ରଥଟଣା କାର୍ଯ୍ୟ ଏହି ସମୟ ପର୍ଯ୍ୟନ୍ତ ହେବ । ପରଦିନ ଅର୍ଥାତ ଆସନ୍ତାକାଲି (ସୋମବାର) ସକାଳ 7ଟା 11 ମିନିଟ ପରେ ଚର ଲଗ୍ନରେ ପୁଣି ରଥଟଣା କାର୍ଯ୍ୟ ଆରମ୍ଭ ହେବ । ନୀତି ଅନୁସାରେ ମଧ୍ୟାହ୍ନ ପୂର୍ବରୁ ରଥ ମାଉସୀ ମାଆ ମନ୍ଦିରରେ ଉପବେଷଣ କରିବେ ।

ତେବେ ଜ୍ୟୋତିଷ ଗଣନା ଅନୁସାରେ, ଏଥର ପୁଷ୍ୟା ନକ୍ଷତ୍ର କର୍କଟ ରାଶିରେ ରଥଯାତ୍ରା ପଡ଼ୁଛି । ତେଣୁ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ରଥଯାତ୍ରାରେ ଉନ୍ନତ ଗ୍ରହ ଚଳନ ପାଇଁ ଆନନ୍ଦ ପ୍ରଦ ହେବ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ପ୍ରାପ୍ତି ହେବ । ସେହିପରି ସପ୍ତମ ରାଶି ମକର, ଦଶମ ରାଶି ମେଷ ରାଶି ଓ ଚତୁର୍ଦ୍ଦଶୀ ତୁଳା ରାଶି ପାଇଁ ସାର୍ବଜନୀନ ଭାବରେ ଉତ୍ତମ ଫଳପ୍ରଦ ହେବ । ଏହା ରାଶିର ବ୍ୟକ୍ତିଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କର ଅଶେଷ କୃପା ରହିବ ।

ଏହା ମଧ୍ୟ ପଢ଼ନ୍ତୁ...ମହାବାହୁ ପିନ୍ଧିବେ ପାଟବସ୍ତ୍ର; ବସ୍ତ୍ର ପ୍ରସ୍ତୁତିରେ ସମର୍ପିତ ରାଉତପଡ଼ାର ବୁଣାକାର, ସେବା ଆଗରେ ହାର ମାନିଛି ବୟସ - Pata Bastra Of Lord Jagannath

ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ରାଶି ରହିଛି ଯେପରି "କସ୍ତୁରୀ ତିଳକଂ ଲଲାଟ ପଟଳେ ବକ୍ଷ ସ୍ଥଳେ କୌସ୍ତୁଭଂ ନାଶାଗ୍ରେ ନବମୌକ୍ତିକଂ କରତଳେ ବେଣୁଂ କରେ କଙ୍କଣଂ ସର୍ବାଙ୍ଗେ ହରି ଚନ୍ଦନଂ ସୁଲଳିତମ୍ କଣ୍ଠେ ଚ ମୁକ୍ତାବଳିଂ ଗୋପସ୍ତ୍ରୀ ପରିବେଷ୍ଟିତ ବିଜୟତେ ଶ୍ରୀ ଗୋପାଳ ଚୂଡାମଣି" ଅର୍ଥାତ ଜଗନ୍ନାଥଙ୍କ ଲଲାଟ ପଟଳ ବୃଷ ରାଶି । ବୃଷ ରାଶି ହେଉଛନ୍ତି ଶ୍ରୀ ବିଷ୍ଣୁ ବା ଜଗନ୍ନାଥଙ୍କ ରାଶି । ତେଣୁ ବୃଷ ରାଶି ପାଇଁ ଏକାଦଶ ଭାବ ହେତୁ ବୃଷ ରାଶି ବ୍ୟକ୍ତି ବିଷେଶମାନେ ମକର, କର୍କଟ, ତୁଳା ଓ ମେଷ ରାଶି ଠାରୁ ଉନ୍ନତ ରହିବ । ଏହି ରାଶିଙ୍କ ପାଇଁ ସର୍ବୋତ୍ତମ ସୌଭାଗ୍ୟ ରହିବ । ଅନ୍ୟ ରାଶିଙ୍କ ତୁଳନାରେ ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହେବେ । ଏହାସହ ରଥଯାତ୍ରାରେ ସମସ୍ତ ରାଶି ଉପରେ ଭଲ ପ୍ରଭାବ ରହିବ ବୋଲି ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details