ଓଡିଶା

odisha

By ETV Bharat Odisha Team

Published : Jan 23, 2024, 7:29 PM IST

ETV Bharat / state

ଖୁବଶୀଘ୍ର ଓଡିଶାରେ ପ୍ରତିଷ୍ଠା ହେବ ରାମ ରାଜ୍ୟ: ବିଜେପି

Ram Rajya will be established in Odisha: ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି, ଓଡ଼ିଶାରେ ରାବଣ ରାଜ୍ୟର ବିନାଶ ହେବ ଏବଂ ରାମ ରାଜ୍ୟ ପ୍ରତିଷ୍ଠା ହେବ । ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଦେଶରେ କେହି ଭୋକରେ ନରୁହନ୍ତୁ, କେହି ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ନହୁଅନ୍ତୁ, ରୋଜଗାର ସମସ୍ତଙ୍କୁ ମିଳିବା ଦରକାର, ସବୁ ଜମିକୁ ପାଣି ପହଞ୍ଚାଇବା ହେଉଛି ରାମ ରାଜ୍ୟର ପରିକଳ୍ପନା ।

ଖୁବଶୀଘ୍ର ଓଡିଶାରେ ପ୍ରତିଷ୍ଠା ହେବ ରାମ ରାଜ୍ୟ: ବିଜେପି
ଖୁବଶୀଘ୍ର ଓଡିଶାରେ ପ୍ରତିଷ୍ଠା ହେବ ରାମ ରାଜ୍ୟ: ବିଜେପି

ଖୁବଶୀଘ୍ର ଓଡିଶାରେ ପ୍ରତିଷ୍ଠା ହେବ ରାମ ରାଜ୍ୟ

ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶାରେ ପ୍ରତିଷ୍ଠା ହେବ ରାମ ରାଜ୍ୟ । ଲୋକ ମନ ସ୍ଥିର କରି ସାରିଲେଣି । ଏଥର ନିଶ୍ଚିତ ଭାବରେ ପଟ୍ଟ ପରିବର୍ତ୍ତନ ହେବ। ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥା ଏବଂ ଓଡ଼ିଶାରେ ରାମ ରାଜ୍ୟ କରିବା ପାଇଁ ସାଢ଼େ 4 କୋଟି ଲୋକ ନିଷ୍ପତି ନେଇ ସାରିଲେଣି। ଗତକାଲି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ଏକ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ରାମଲାଲାଙ୍କ ଆଗମନ ପରେ ଦେଶରେ ରାମ ଯୁଗର ଆରମ୍ଭ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ପ୍ରବାହ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଓଡିଶାରେ ବି ରାମରାଜ୍ୟ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ।

ଅଧିକ ପଢନ୍ତୁ- କାଲିଠୁ ସାରା ରାଜ୍ୟରେ ଗର୍ଜିବ ବିଜେପି, ୧୮ ଯାଏଁ ଚାଲିବ ଆନ୍ଦୋଳନ

ଭୃଗୁ ବକ୍ସିପାତ୍ର କହିଛନ୍ତି, ‘‘ଖୁବଶୀଘ୍ର ଓଡ଼ିଶାରେ ପ୍ରତିଷ୍ଠା ହେବ ରାମ ରାଜ୍ୟ । ଲୋକ ମନ ସ୍ଥିର କରି ସାରିଲେଣି । ଏଥର ନିଶ୍ଚିତ ଭାବରେ ପଟ୍ଟ ପରିବର୍ତ୍ତନ ହେବ । ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥା ଏବଂ ଓଡ଼ିଶାରେ ରାମ ରାଜ୍ୟ କରିବା ପାଇଁ ସାଢ଼େ 4 କୋଟି ଲୋକ ନିଷ୍ପତ୍ତି ନେଇ ସାରିଲେଣି । 22 ତାରିଖ ଦିନ ବିଜେଡ଼ି ନେତା ଏବଂ ଅଫିସର ମାନେ ବୁଲିକି ଦେଖି ଥିଲେ ଜାଣି ପାରିଥାନ୍ତେ ଯେ ଲୋକ କଣ ଚାହୁଁଛନ୍ତି । ଗତକାଲି ଲୋକ ମାନେ ଓଡ଼ିଶାରେ ରାମ ରାଜ୍ୟ ସ୍ଥାପନ ପାଇଁ ଶୁଭାରମ୍ଭ ଉତ୍ସବ ପାଳନ କରୁଥିଲେ । ଯେଉଁମାନେ ରାମଙ୍କ କଥାରେ ଲାଚର ଥିଲେ, ସେମାନେ ମଧ୍ୟ ଅନୁଭବ କଲେଣି ଯେ ରାମ ରାଜ୍ୟ ସ୍ଥାପନ ହେବ । ଏହି ସମୁଦ୍ରରେ ଆମକୁ ମଧ୍ୟ ଲୀନ ହେବାକୁ ପଡ଼ିବ । ଏହା ଗାଁ ଗାଁରେ ବିଜେଡ଼ି ନେତା ମାନେ ମଧ୍ୟ ଅନୁଭବ କଲେଣି । କିନ୍ତୁ ତାଙ୍କ ଦଳର ବଡ଼ ବାବୁ ମାନେ ବୋଧେ ବୁଝି ପାରୁନାହାନ୍ତି ।’’

ସେପଟେ ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି ଯେ ଓଡ଼ିଶାରେ ରାବଣ ରାଜ୍ୟର ବିନାଶ ହେବ ଏବଂ ରାମ ରାଜ୍ୟ ପ୍ରତିଷ୍ଠା ହେବ । ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଦେଶରେ କେହି ଭୋକରେ ନରୁହନ୍ତୁ, କେହି ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ନହୁଅନ୍ତୁ, ରୋଜଗାର ସମସ୍ତଙ୍କୁ ମିଳିବା ଦରକାର, ସବୁ ଜମିକୁ ପାଣି ପହଞ୍ଚାଇବା ହେଉଛି ରାମ ରାଜ୍ୟର ପରିକଳ୍ପନା । କିନ୍ତୁ ଓଡ଼ିଶାରେ ବିଜେଡ଼ି ସରକାର ରାମ ରାଜ୍ୟର ବିପରୀତ । ଓଡ଼ିଶାରେ ଚାଲିଛି ରାବଣ ରାଜ୍ୟ । ଯାହା କେନ୍ଦ୍ରରୁ ପଇସା ଆସିଲା, ସବୁ ବିଜେଡ଼ି ନେତାଙ୍କ ପକେଟକୁ ଯାଉ ଏବଂ ଲୋକଙ୍କ ପାଖରେ ନପହଞ୍ଚୁ ଏହା ରାଜ୍ୟ ସରକାରଙ୍କ ନୀତିରେ ପରିଣତ ହୋଇଛି । ତେଣୁ ଓଡ଼ିଶାରେ ରାମ ରାଜ୍ୟ ନାହିଁ । ଏଠାରେ ରାବଣ ରାଜ୍ୟ ଚାଲିଛି । ତେଣୁ ଏଥର ରାବଣ ରାଜ୍ୟର ବିନାଶ ହେବ ଏବଂ ଓଡ଼ିଶାରେ ରାମ ରାଜ୍ୟ ପ୍ରତିଷ୍ଠା ହେବ ।

ରାମ ମନ୍ଦିର ପ୍ରତିଷ୍ଠା ମାହୋଲରୁ ଭୋଟ ନେବାକୁ ବିଜେଡି ପ୍ରୟାସ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ଦଳ କହିଛି ବିଜେଡି ପ୍ରବଳ ଭୟଭୀତ। ସେଥିପାଇଁ ଜଗନ୍ନାଥଙ୍କ ନାଁରେ ଭୋଟ ପାଇଁ ପ୍ରଚେଷ୍ଟା ହେଲା। ହେଲେ ଲୋକଙ୍କ ସମର୍ଥନ ମିଳିଲା ନାହିଁ। ବିଜେପି ଆଉ ରାମ ମନ୍ଦିର ଅଙ୍ଗାଙ୍ଗି ଭାବେ ଜଡ଼ିତ। ପ୍ରଭୁ ରାମ ହେଉଛନ୍ତି ଆଦର୍ଶ। ଆମେ ଗୋଟାଏ ଦିନ ଛୁଟି ଆଉ ମଦ ଦୋକାନ ବନ୍ଦ ପାଇଁ କହିଲୁ ଶୁଣିଲେ ନାହିଁ। ହେଲେ ଯେତେବେଳେ ସାରା ଦେଶ ଆଉ ସାରା ରାଜ୍ୟ ରାମ ମୟ ହୋଇଗଲା। ସେତେବେଳେ ବାଧ୍ୟ ହୋଇ ତାଙ୍କର ନେତା ମାନେ ପଦାକୁ ଗୋଡ କାଢ଼ିଲେ। ଏଥିରୁ ସ୍ପଷ୍ଟ ବିଜେଡି ଭୋଟ କାଙ୍ଗାଳ। ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲାଇ କେମିତି ଭୋଟ ନେଇ ହେବ ଏଥର ବି ସେହି ପ୍ରୟାସ କରିଛନ୍ତି। ଆଗକୁ ନିର୍ବାଚନ ଅଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ବିଜେପି ଉପରେ ଲୋକଙ୍କ ଅଧିକ ଭରସା ହୋଇଛି ବୋଲି ଚର୍ଚ୍ଚା ହେଉଛି। ରାମଙ୍କ ପ୍ରତିଷ୍ଠା କଥାକୁ ବିଜେପି ନେତା ମାନେ ଲୋକମାନଙ୍କ ପାଖରେ ରଖିବେ ବୋଲି ଗୋଲକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details