ଓଡିଶା

odisha

ରାକ୍ଷୀ କିଣିଲେ ସୃଷ୍ଟି ହେବ ଜଙ୍ଗଲ, ପ୍ରଦୂଷଣ ନୁହେଁ ପରିବେଶକୁ ସୁରକ୍ଷା ଦେବ ସିଡ୍ ରାକ୍ଷୀ - SEEDS RAKHI PREPARATION

By ETV Bharat Odisha Team

Published : Aug 14, 2024, 5:31 PM IST

ECO FRIENDLY RAKHI: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ସୃଦୃଢ କରିବ ମଞ୍ଜି ରାକ୍ଷୀ । ପରିବେଶ ପ୍ରଦୂଷଣ ରୋକିବା ସହ ସୃଷ୍ଟି ହେବ ଜଙ୍ଗଲ । ଏଭଳି ନିଆରା ରାକ୍ଷୀ ପ୍ରସ୍ତୁତ କରିଛନ୍ତି ୟୁଥ୍ ଫର ସେବା ସଂଗଠନର ସଦସ୍ୟ । ଅଧିକ ପଢନ୍ତୁ

SEEDS RAKHI PREPARATION IN BBSR
SEEDS RAKHI PREPARATION IN BBSR (ETV Bharat Odisha)

ଭୁବନେଶ୍ବର:ରାକ୍ଷୀ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ସାକ୍ଷୀ । ଆଉ ରାକ୍ଷୀରେ ସମ୍ପର୍କର ସୂତାଖିଅ ସାଜିଥିବା ଝିକିମିକିଆ ରାକ୍ଷୀ ପରିବେଶ ପ୍ରଦୂଷଣ କରୁଥିବା ବେଳେ ଏଥର କିନ୍ତୁ ରାକ୍ଷୀ କିଣିଲେ ସୃଷ୍ଟି ହେବ ଜଙ୍ଗଲ । ହେବ ନାହିଁ ଆବର୍ଜନା ବରଂ ପରିବେଶ ସନ୍ତୁଳନରେ ହେବ ସହାୟକ । କାରଣ ରାଜଧାନୀରେ ପ୍ରସ୍ତୁତ ହୋଇଛି ଏକ ପରିବେଶ ଅନୁକୂଳ (ଏନଭାରମେଣ୍ଟ ଫ୍ରେଣ୍ଡଲି) ରାକ୍ଷୀ ବା ମଞ୍ଜି ରାକ୍ଷୀ । ଫ୍ୟାନ୍ସି ରାକ୍ଷୀ ବଦଳରେ ପରିବେଶ ଅନୁକୂଳ ରାକ୍ଷୀ ତିଆରି କରିଛନ୍ତି ଯୁବବର୍ଗ । ଏହାକୁ ଫୋପାଡିଲେ ଆବର୍ଜନା ହେବନି ଉଠିବ ଗଛ । ଏହା କେଉଁ ଚାଇନା ରାକ୍ଷୀ ନୁହେଁ ପୁରା ଦେଶୀ ରାକ୍ଷୀ । ପରିବେଶ ସୁରକ୍ଷାକୁ ନଜରରେ ରଖି ୟୁଥ୍ ଫର ସେବା ଭୁବନେଶ୍ୱର ଶାଖା ତରଫରୁ ଗଙ୍ଗନଗର ସ୍ଥିତ ସ୍ଵାମୀ ବିବେକାନନ୍ଦ ଚାଟଶାଳୀରେ ବିଭିନ୍ନ ମଞ୍ଜିରେ ରାକ୍ଷୀ ତିଆରି କରାଯାଇଛି । ଏହାର ମୂଳଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା ।

SEEDS RAKHI PREPARATION IN BBSR (ETV Bharat Odisha)

ରାକ୍ଷୀ ସୃଷ୍ଟି କରିବ ଜଙ୍ଗଲ:

ୟୁଥ ଫର ସେବା ସଂଗଠନ ତରଫରୁ ବିଭିନ୍ନ ମଞ୍ଜିରେ ରାକ୍ଷୀ ପ୍ରସ୍ତୁତ କରାଯାଇଛି । ବଜାରରେ ମିଳୁଥିବା ରାକ୍ଷୀ ମାଟିରେ ଅବକ୍ଷୟ ହୋଇପାରିବ ନାହିଁ କିନ୍ତୁ ସିଡ୍ ରାକ୍ଷୀ ମାଟିରେ ପଡ଼ିବା ପରେ ସେଥିରୁ ଗଛ ଉଠିବ । ଏଭଳି ନିଆରା ରାକ୍ଷୀକୁ ବେଶ ନିଖୁଣତାର ସହ ୟୁଥ ଫର ସେବା ସହ ସାମିଲ ହୋଇଥିବା ଯୁବପିଢି ତିଆରି କରିଛନ୍ତି । ବର୍ତ୍ତମାନ ସମୟରେ ଧିରେ ଧିରେ ଗଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ରାକ୍ଷୀ ମାଧ୍ୟରେ ସବୁଜ ବଳୟ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

କେମିତି ତିଆରି ହୁଏ ସିଡ୍ ରାକ୍ଷୀ:

ସିଡ୍ ରାକ୍ଷୀ ତିଆରି ପଦ୍ଧତି ଅତି ସହଜ । ଆମେ ନିଜ ନିଜ ଘରେ ମଧ୍ୟସିଡ୍ ରାକ୍ଷୀତିଆରି କରିପାରିବା । ସୂତା, ବୋର୍ଡ଼, ଅଠା ଏବଂ ବିଭିନ୍ନ ପ୍ରକାର ମଞ୍ଜିକୁ ବ୍ୟବହାର କରି ତିଆରି ହୋଇଥିବା ଏହି ରାକ୍ଷୀ । ରାକ୍ଷୀ ପୂର୍ଣ୍ଣିମା ଦିନ ସେନାର ଯବାନଙ୍କ ହାତରେ ବନ୍ଧାଯିବ ବୋଲି କହିଛନ୍ତି ୟୁଥ ଫର ସେବାର ସଦସ୍ୟ । ଏଭଳି ନିଆରା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ।

ଏହା ମଧ୍ୟ ପଢନ୍ତୁ .....ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଷ୍ଟ୍ରପତିଙ୍କ ଜିଲ୍ଲାରୁ ପଠାଗଲା ରାକ୍ଷୀ - Rakhi for PM Modi

ରୋକିବ ପ୍ରଦୂଷଣ !

ଏନେଇ ୟୁଥ ଫର ସେବା ଭୁବନେଶ୍ୱର ଶାଖାର ସଂଯୋଜକ ଜ୍ଞାନ ରଞ୍ଜନ ଦାସ କହିଛନ୍ତି," ଯେଉଁସବୁ ମଞ୍ଜିରୁ ଗଛ ହୋଇପାରିବ ଯେ ପରିକି ଜହ୍ନି ମଞ୍ଜି,କାକୁଡି ମଞ୍ଜି, କଖାରୁ ମଞ୍ଜି ସହ ବିଭିନ୍ନ ଫଳ ଜାତୀୟ ଶସ୍ୟକୁ ନେଇ ରାକ୍ଷୀ ପ୍ରସ୍ତୁତ ହେଉଛି । କଲେଜର ଛାତ୍ରଛାତ୍ରୀମାନେ ଆସି ଏହି ରାକ୍ଷୀ ସ୍ବେଚ୍ଛାକୃତ ଭାବେ କରୁଛନ୍ତି । ପ୍ଲାଷ୍ଟିକ ଓ ଜରି ଭଳି ପରିବେଶ ପ୍ରଦୂଷଣ ଯୁକ୍ତ ଜିନିଷକୁ ବାଦ ଦେଇ ମାଟିରେ ନଷ୍ଟ ହେଇପାରୁଥିବା ଜିନିଷକୁ ନେଇ ପ୍ରସ୍ତୁତ କରୁଛନ୍ତି । ଯାହା ପରିବେଶ ପ୍ରଦୂଷଣକୁ ରୋକିପାରିବ ।"

ସେ ଆହୁରି ମଧ୍ୟ କହିଛନ୍ତି," ଏହି ରାକ୍ଷୀ ସମ୍ପୂର୍ଣ୍ଣ ଇକୋଫ୍ରେଣ୍ଡଲି । ଏହା ପରିବେଶକୁ କ୍ଷତି ପହଞ୍ଚାଇବ ନାହିଁ । ତେଣୁ ସୁନ୍ଦର ଦେଖାଯାଉଥିବା ପ୍ଲାଷ୍ଟିକ ରାକ୍ଷୀ ନ କିଣି ପରିବେଶକୁ ସୁହାଉଥିବାରୁ ରାକ୍ଷୀ କିଣି ନିଜ ସହ ନିଜ ପରିବେଶର ସୁରକ୍ଷା କରନ୍ତୁ । ବର୍ତ୍ତମାନ ଏହା ଭୁବନେଶ୍ୱର ଓ ବାରିପଦାରେ ମିଳୁଥିବା ବେଳେ ଆଗାମୀ ଦିନରେ ଅନ୍ୟ ସହରରେ ପହଞ୍ଚାଇବୁ । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details