ଓଡିଶା

odisha

ବିଧାୟକଙ୍କ ହାତରେ କଳା ରାକ୍ଷୀ ବାନ୍ଧିଲେ ଡାକ୍ତର, ଧଳା ମୋତି ରଖି କହିଲେ ଭରସାର ପ୍ରତୀକ - Black Rakhi On MLAs Hand

By ETV Bharat Odisha Team

Published : Aug 19, 2024, 10:49 PM IST

Doctors Tied Black Rakhi On MLA's Hand: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ବ୍ରହ୍ମପୁରରେ ମଧ୍ୟ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ଆନ୍ଦୋଳନସ୍ଥଳରେ ବିଧାୟକ ପହଞ୍ଚିଥିବାବେଳେ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ ।

Black Rakhi
Black Rakhi (ETV Bharat Odisha)

ବ୍ରହ୍ମପୁର: ରାକ୍ଷୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି ଅଭିନବ ପ୍ରତିବାଦ । କଳା ରାକ୍ଷୀରେ ଧଳାମୋତି ରଖି ଆନ୍ଦୋଳନସ୍ଥଳରେ ବିଧାୟକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ବ୍ରହ୍ମପୁର ଏମକେସିଜି ମେଡିକାଲର ଜୁନିଅର ଡାକ୍ତର । କୋଲକାତା ଘଟଣାକୁ ନେଇ ଗତ କିଛି ଦିନ ଧରି ବ୍ରହ୍ମପୁର MKCGରେ ଆନ୍ଦୋଳନ ଜାରି ରହିଛି ।

Black Rakhi (ETV Bharat Odisha)

ଆନ୍ଦୋଳନ ସ୍ଥଳରେ କ'ଣ ହେଲା?

ପବିତ୍ର ରକ୍ଷାବନ୍ଧନ ଅବସରରେ ଆନ୍ଦୋଳନରତ ଜୁନିଅର ଡାକ୍ତରମାନଙ୍କ ସହିତ ଆଲୋଚନା କରିବାକୁ ପହଞ୍ଚିଥିଲେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର। ଆଲୋଚନା କରିବା ସମୟରେ ଆନ୍ଦୋଳନରତ ମହିଳା ଡାକ୍ତରମାନେ ବିଧାୟକ କେ.ଅନିଲ କୁମାରଙ୍କ ହାତରେ କଳା ରାକ୍ଷୀ ବାନ୍ଧିଛନ୍ତି । ସେଥିରେ ରହିଥିବା ଧଳା ମୋତି ହିଁ ସେମାନଙ୍କ ରହିଥିବା ଦାବି ବୋଲି ସେମାନେ ଜଣାଇଛନ୍ତି ।

କୋଲକାତାରେ ଜୁନିୟର ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯିବା ସହିତ ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ଆଇନ ପ୍ରଣୟନ କରାଯିବା ଭଳି ୪ ଦଫା ଦାବି ରହିଛି । ବ୍ରହ୍ମପୁରର ଏମକେସିଜି ମେଡିକାଲ ସମ୍ମୁଖରେ ଜୁନିଅର ଡାକ୍ତରମାନଙ୍କ ସାମୂହିକ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି ।

ବିଧାୟକଙ୍କ ପ୍ରତିଶ୍ରୁତି:

କଳା ରାକ୍ଷୀ ବନ୍ଧା ଯିବା ପରେ ପ୍ରତିକ୍ରିୟା ରଖିଛନ୍ତିବିଧାୟକ କେ.ଅନିଲ କୁମାର । ସେ କହିଛନ୍ତି, ମୋ ଝିଅ ମଧ୍ୟ ଜଣେ ଡାକ୍ତର । କୋଲକାତାର ଏଭଳି ଘଟଣା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ସେମାନେ ବାନ୍ଧିଥିବା ଏହି ରାକ୍ଷୀରେ ଧଳା ମୋତି ରହିଛି । ଯାହାକି ସେମାନଙ୍କର ଆଶା ଓ ଭରସାକୁ ଦର୍ଶାଉଛି । ଆମେ ଯଥାସମ୍ଭବ ଏ ଦିଗରେ ପଦକ୍ଷେପ ନେବୁ ।"

ଏହା ବି ପଢନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ ହତ୍ୟା ଘଟଣା; ଡରାଇଦେବ ବ୍ୟବଚ୍ଛେଦ ରିପୋର୍ଟ - Kolkata Doctor Rape Murder Case

ଏହା ବି ପଢନ୍ତୁ...କୋଲକାତା ହରର: ହସ୍ତକ୍ଷେପ କଲେ ସର୍ବୋଚ୍ଚ ନ୍ୟାୟାଳୟ, ମଙ୍ଗଳବାର ଶୁଣାଣି - SC On Kolkata Rape Murder Case

କ'ଣ ଥିଲା ସେଦିନର ଘଟଣା ?

ଗତ 9 ତାରିଖରେ କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ନାତକୋତ୍ତର ମେଡିକାଲ ଛାତ୍ରୀ 31 ବର୍ଷୀୟ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । 10 ତାରିଖ ସକାଳୁ ସେମିନାର ହଲରୁ ତାଙ୍କ ଅର୍ଦ୍ଧନଗ୍ନ, କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେବା ପରେ କୋଲକାତା ସମେତ ସାରା ଦେଶରେ ଉଦବେଗ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details