ଓଡିଶା

odisha

ETV Bharat / state

ବରଷକେ ଥରେ ଆସିଛି ରଜ, ମିଶନ ଆଶ୍ରାରେ ଆଡମ୍ବର ସହିତ ହେଲା ପର୍ବ ପାଳନ - Raja Celebrations in Mission Ashra - RAJA CELEBRATIONS IN MISSION ASHRA

Raja Celebration: ଝାରସୁଗୁଡ଼ା ଜିଲ୍ଲାର ମିଶନ ଆଶ୍ରାରେ ଆଡମ୍ବର ସହିତ ରଜ ପର୍ବ ପାଳନ କରାଯାଇଛି। ମିଠାପିଠା ସାଙ୍ଗକୁ ନାଚଗୀତରେ ଝୁମିଛନ୍ତି ଅନ୍ତେବାସୀ ।

Raja Celebration
Raja Celebration (ETV Bharat Odisha)

By ETV Bharat Odisha Team

Published : Jun 14, 2024, 10:53 PM IST

ଝାରସୁଗୁଡ଼ା:ଆଜି ପହିଲି ରଜ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ପରିଚାଳିତ ପିପୁଲ୍ସ ଫୋରମର କଟାପାଲି ସ୍ଥିତ ମିଶନ ଆଶ୍ରାରେ ଆଡମ୍ବର ସହିତ ପାଳନ କରାଯାଇଛି ରଜ। ଭାରତବର୍ଷର ପ୍ରତି କୋଣ ଅନୁକୋଣରୁ ଅନ୍ତେବାସୀମାନେ ଏଠାରେ ଚିକିତ୍ସିତ ଓ ଥଇଥାନ ହୋଇଛନ୍ତି । ଫଳରେ ସବୁ ପର୍ବପର୍ବାଣୀ ପରି ରଜ ଉତ୍ସବ ପାଳନକୁ ଏଠାରେ ପ୍ରାଧାନ୍ୟ ଦିଆଯାଇଥାଏ। ଏହି କୃଷି ଭିତ୍ତିକ ପର୍ବକୁ ଉପକୂଳ ଓଡ଼ିଶାରେ ଯେମିତି ପାଳନ କରାଯାଏ ତାର ଦୃଷ୍ଟାନ୍ତ ମଧ୍ୟ ପଶ୍ଚିମ ଓଡିଶାରେ ମିଶନ ଆଶ୍ରାରେ ଦେଖିବାକୁ ମିଳିଛି। ଏମିତି ତିନିଦିନ ଧରି ରଜ ପର୍ବକୁ ଧୁମଧାମରେ ପାଳନ କରାଯିବ ବୋଲି ସୂଚନା ମିଳିଛି।

Raja Celebration (ETV Bharat Odisha)

ମିଶନ ଆଶ୍ରାର ସମସ୍ତ ଅନ୍ତେବାସୀ ମାନେ ଏହି ପର୍ବକୁ ମିଳିମିଶି ଉପୋଭୋଗ କରିଥିଲେ। ଅନ୍ତେବାସୀ ମାନେ ସକାଳୁ ନୂଆ ବସ୍ତ୍ର ପରିଧାନ କରିବା ସହିତ ମେହେନ୍ଦି, କୁକୁମ ଓ ଅଳତା ଲଗାଇ ସଜବାଜ ହୋଇ ବିଭିନ୍ନ ପ୍ରକାରର ପିଠା ଖାଇ ରଜ ଉତ୍ସବକୁ ଉପୋଭୋଗ କରିଥିଲେ। ସମସ୍ତେ ରଜ ଦୋଳିରେ ବସି ରଜ ପାନ ଖାଇ ଓ ଗୁଣୁଗୁଣୁ ହୋଇ ରଜ ଗୀତ ଗାଇ ଦିନ ତମାମ ଏହି ପର୍ବର ମଜା ନେଇଥିଲେ। ଏହି ରଜ କାର୍ଯ୍ୟକ୍ରମ ଅବସରରେ ଅନ୍ତେବାସୀ ଓ କର୍ମଚାରୀଙ୍କଙ୍କ ଦ୍ଵାରା ହୃଦୟସ୍ପର୍ଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହାକି କାର୍ଯକ୍ରମରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ.. ରଜ ପାଇଁ ଉତ୍ସବରମୁଖର ଗାଁରୁ ସହର, ପିଠାପଣାରେ ମହକୁଛି ପିପିଲି - RAJA CELEBRATION 2024

ପିପୁଲ୍ସ ଫୋରମର ଉପସଭାପତି ତଥା ପଶ୍ଚିମ ଓଡ଼ିଶାର ମୁଖ୍ୟ ସଞ୍ଜୟ କୁମାର ଜେଠୀଙ୍କର କହିବା ଅନୁଯାୟୀ "ମିଶନ ଆଶ୍ରାରେ ଦୀର୍ଘ ୮ ବର୍ଷ ଧରି ଏହି ରଜ ପର୍ବ ପାଳିତ ହେଉଅଛି।" ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସନନ୍ଦ ମହାରଣା, ଶିକ୍ଷାବିତ ଓ ସମାଜସେବୀ କବିତା ପଣ୍ଡା, କବିୟତ୍ରୀ ଓ ଶିକ୍ଷାବିତ ମନ୍ଦାକିନୀ ଶତପଥୀ, ଝାରସୁଗୁଡ଼ାର ସ୍ଵତନ୍ତ୍ର ବିଦ୍ୟାଳୟର ସଭାପତି ବିବେକାନନ୍ଦ ମିଶ୍ର, ୟଙ୍ଗ ଷ୍ଟାର ଚାରିଟେବୁଲ ଟ୍ରଷ୍ଟର ଅରବିନ୍ଦ ବାରିକ, ରାଜେଶ ପାଢ଼ୀ ଓ ବିଜୟ ସିୱାଲ, ଝାରସୁଗୁଡ଼ା ଫ୍ୟାସନ ମାର୍ଟର ଅଜୟ ଗାନ୍ଧୀ, ସମାଜ ସେବୀ ଗୁଡୁ ଥାପା ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥାଇ ଅନ୍ତେବାସୀ ମାନଙ୍କ ସହ ଏହି ପର୍ବକୁ ଉପଭୋଗ କରିଥିଲେ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details