ଓଡିଶା

odisha

ETV Bharat / state

IMD ଆକଳନ: ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ୪ ଦିନ ବର୍ଷା - IMD PREDICTS ODISHA WEATHER

ଓଡ଼ିଶାରେ ଜାରି ରହିବ କୋହଲା ପାଗ । ଆହୁରି ୪ ଦିନ ବର୍ଷା ଲାଗି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ-IMDର ଆକଳନ ।

IMD Predicts Odisha Weather
IMD Predicts Odisha Weather (ETV Bharat Odisha)

By ETV Bharat Odisha Team

Published : Dec 3, 2024, 2:57 PM IST

ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ(Fengal) ପ୍ରଭାବରେ ଲଘୁଚାପ କ୍ଷେତ୍ର ଉତ୍ତର କେନ୍ଦ୍ରୀୟ ତାମିଲନାଡୁ ଓ ତତ୍‌ ସଲଗ୍ନ ଦକ୍ଷିଣ କେନ୍ଦ୍ରୀୟ କର୍ଣ୍ଣାଟକରେ ଥିବା ବେଳେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉପକୂଳ କର୍ଣ୍ଣାଟକ ଓ ତତ୍‌ ସଲଗ୍ମ ପୂର୍ବ କାନ୍ଦ୍ରୀୟ ଆରବ ସାଗରରେ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଆଗାମୀ ୨ ଦିନ ମଧ୍ୟରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପୂର୍ବ କାନ୍ଦ୍ରୀୟ ଆରବ ସାଗରରେ ସ୍ଥିର ହେବ ।

IMD Odisha weather (ETV Bharat Odisha)

ୱେଲମାର୍କ ଲୋ-ପ୍ରେସରେ ପ୍ରଭାବରେ କେରଳ, ଉପକୂଳ କର୍ଣ୍ଣାଟକ ସହ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସେପଟେ ଓଡ଼ିଶାରେ ମଧ୍ୟ ଆହୁରି ୪ ଦିନ ବିକ୍ଷିପ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ-IMD ।

ଆହୁରି ୪ ଦିନ ବର୍ଷା:
ସାରା ରାଜ୍ୟରେ କୋହଲା ପାଗ ସହ ଝିପି ଝିପି ବର୍ଷା ଲାଗି ରହିଛି । ଆଜି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଏଭଳି ପାଗ ଅନୁଭୂତ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ଫେଙ୍ଗାଲ ପ୍ରଭାବରେ ପାଗ କୋହଲା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଗତ କିଛିଦିନ ଧରି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଆହୁରି ୪ ଦିନ ଅର୍ଥାତ ଆଗାମୀ ୬ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପାଇଁ ୯ ଜିଲ୍ଲା, ଆସନ୍ତାକାଲି ପାଇଁ ୫ ଜିଲ୍ଲା, ୫ ତାରିଖ ପାଇଁ ୬ ଜିଲ୍ଲା ଓ ୬ ତାରିଖ ପାଇଁ ୪ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ -

ସୁଦୃଶ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଝିପିଝିପି ବର୍ଷା, କେରଳରେ ରେଡ ଆଲର୍ଟ

ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା

IMD ଆଲର୍ଟ

  • ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଆଲର୍ଟ
  • ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ଆଲର୍ଟ
  • ୫ ତାରିଖ ପାଇଁ ୬ ଜିଲ୍ଲାକୁ ଆଲର୍ଟ
  • ୬ ତାରିଖ ପାଇଁ ୪ ଜିଲ୍ଲାକୁ ଆଲର୍ଟ

ଏସବୁ ଜିଲ୍ଲାକୁ ବର୍ଷା ଆଲର୍ଟ:

  • ଆଗାମୀ ୨୪ ଘଣ୍ଟା ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୯ ଜିଲ୍ଲାକୁ ଆଲର୍ଟ ଜିରା କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ।
  • ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ବିକ୍ଷିପ୍ତ ଭାବେ ହାଲୁକାରୁ ମଧ୍ୟମ ବର୍ଷା । ସେସବୁ ଜିଲ୍ଲା ହେଉଛି ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ।
  • ୫ ତାରିଖରେ ମାଲକାନଗିର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ।
  • ୬ ତାରିଖରେ ରାଜ୍ୟରେ ପାଗ କୋହଲା ରହିବା ସହ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରୁ ଆଲର୍ଟ କରାଯାଇଛି । ସେଗୁଡ଼ିକ ହେଲା ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଆହୁରି ୩ ଦିନ ବର୍ଷା, ୨୪ ଘଣ୍ଟାରେ ୧୩ ଜିଲ୍ଲାକୁ ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ହେଉଛି ବାତ୍ୟା ଫେଙ୍ଗାଲ, ଆଗାମୀ ୨୪ ଘଣ୍ଟାରେ ୧୭ ଜିଲ୍ଲାରେ ବର୍ଷା

ଆହୁରି ବଢ଼ିବ ଶୀତ:

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୩ ଦିନ ପାଇଁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ । ଏହାପରେ ୨ ଦିନରେ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ଆହୁରି ବଢ଼ିବ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମାଲକାନଗିରିର ପଡ଼ିଆରେ ସର୍ବାଧିକ ୫୦.୦୦ ମିମି ବର୍ଷା ରେକର୍ଡ କରାଯାଇଚି । ୨୪ ଜିଲ୍ଲାରେ ହାରାହାରି ୧.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ମାଲଗାନଗିରିରେ ସର୍ବାଧିକ ୨୯.୬ ଡିଗ୍ରୀ ଓ ନୟାଗଡ଼ରେ ସର୍ବନିମ୍ନ ୧୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details