ଓଡିଶା

odisha

By ETV Bharat Odisha Team

Published : Jul 1, 2024, 3:09 PM IST

ETV Bharat / state

ରେଳମନ୍ତ୍ରୀଙ୍କ ରେଳ ପ୍ରକଳ୍ପ ସମୀକ୍ଷା, ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱାରୋପ - Railway minister review meeting

Railway minister review meeting: ରେଳ ମନ୍ତ୍ରୀଙ୍କ ରେଳ ପ୍ରକଳ୍ପ ସମୀକ୍ଷା । ବୈଠକରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱାରୋପ ଦିଆଯାଉଥିବା କହିଛନ୍ତି । ଆଉ ମଧ୍ୟ ରାଜ୍ୟରେ ଜାରି ରହିଥିବା ରେଳ ପ୍ରକଳ୍ପ ବିଷୟରେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତପ

Etv Bharat
Etv Bharat (Etv Bharat)

ଭୁବନେଶ୍ବର:ରେଳମନ୍ତ୍ରୀଙ୍କ ରେଳ ପ୍ରକଳ୍ପ ସମୀକ୍ଷା । ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱାରୋପ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ଗତକାଲି ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତୃତ ସମୀକ୍ଷା କରିଛନ୍ତି । ଭିତ୍ତିଭୂମି ବିକାଶ ଏବଂ ନିର୍ମାଣ କାର୍ଯ୍ୟ ସମୟରେ ଉପୁଜୁଥିବା କେତେକ ପ୍ରମୁଖ ପ୍ରତିବନ୍ଧକର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟରେ ଜାରି ରହିଥିବା ରେଳ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟିକରୁଥିବା ସମସ୍ୟାଗୁଡିକ ଯଥା ଜମି ଅଧିଗ୍ରହଣ, ଜଙ୍ଗଲ ସମସ୍ୟା ଏବଂ ଆଇନ ଏବଂ ଶୃଙ୍ଖଳା ଇତ୍ୟାଦିର ସମାଧାନ ଉପରେ ଗୁରୁତ୍ୱାରୋପ ମଧ୍ୟ କରିଛନ୍ତି ।

Railway minister review meeting (ETV Bharat Odisha)

ଆଉମଧ୍ୟ ରେଳମନ୍ତ୍ରୀ କହିଛନ୍ତି, "ଖୋର୍ଦ୍ଧା ରୋଡ୍- ବଲାଙ୍ଗୀର ରେଳ ଲାଇନର ଶୀଘ୍ର ସମାପ୍ତି ପାଇଁ ଟନେଲ୍ ଗୁଡିକର ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ କରାଯିବ । ପ୍ରାୟ ସାତ କିଲୋମିଟର ଲମ୍ବର ପ୍ରମୁଖ ଟନେଲ ସହିତ ମାର୍ଗରେ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯିବ । ଯାହାଫଳରେ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯିବ। ଏହା ବ୍ୟତୀତ ତାଳଚେର- ବିମଳାଗଡ଼ ନୂଆ ରେଳ ଲାଇନରେ ନିର୍ମାଣ କାର୍ଯ୍ୟକୁ ଉଭୟ ପାର୍ଶ୍ୱରୁ, ଯଥା ତାଳଚେର ପାର୍ଶ୍ୱ ଏବଂ ବିମଳାଗଡ଼ ପାର୍ଶ୍ୱରୁ ସମ୍ପାଦନ କରାଯିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହ ଅମୃତ ଷ୍ଟେସନ ଗୁଡିକର ପୁନର୍ବିକାଶ କାର୍ଯ୍ୟ ପାଇଁ ବିଶେଷ ଧ୍ୟାନ ଦିଆଯାଇ ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ସମୀକ୍ଷା କରାଯିବ ।"

ଏପଟେ ପ୍ରଧାନମନ୍ତ୍ରୀ ଓଡିଶାକୁ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ରେଳବାଇ କ୍ଷେତ୍ରରେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ଗତ ବଜେଟରେ 10 ହଜାର 536 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯାହା ସର୍ବୋତ୍ତମ ବଜେଟ୍ ବ୍ୟବସ୍ଥା ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ନେଟୱର୍କରେ ଓଡିଶାର ସମସ୍ତ ଜିଲ୍ଲାକୁ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଗତ 10 ବର୍ଷ ମଧ୍ୟରେ ଓଡ଼ିଶାରେ 1 ହଜାର 826 ଟ୍ରାକ୍ କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇଛି । ଯାହା ଶ୍ରୀଲଙ୍କାର ମୋଟ ରେଳ ନେଟୱାର୍କଠାରୁ ଅଧିକ । ଗତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 450 କିଲୋମିଟର ରେଳ ଟ୍ରାକ ନିର୍ମାଣ କରିଥିଲା ବେଳେ ଚଳିତ ବର୍ଷ 500 କିଲୋମିଟର ରେଳ ଲାଇନ ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଆର୍ଥିକ ଅଭିବୃଦ୍ଧି ଏବଂ ରେଳ ସଂଯୋଗ ପାଇଁ ଏହାର ଗୁରୁତ୍ୱକୁ ସୂଚାଇ ରେଳ ଲାଇନର ସମ୍ପ୍ରସାରଣ ପାଇଁ ପ୍ରାଥମିକତା ଦିଆଯାଇଛି ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. ଶ୍ରୀଲଙ୍କାଠୁ ଅଧିକ ରେଳ ସଂଯୋଗ ଓଡ଼ିଶାରେ ହୋଇଛି: କେନ୍ଦ୍ରମନ୍ତ୍ରୀ - Union Minister Ashwini Vaishnaw

ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଓଡିଶାରେ ରେଳ ବିକାଶକୁ ତ୍ୱରାନ୍ୱିତ କରିବା, ପ୍ରକଳ୍ପର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ରେଳ ସେବାର ଗୁଣବତ୍ତା ବୃଦ୍ଧି ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦର୍ଶାଯାଇଛି। ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭିତ୍ତିଭୂମି ଅଭିବୃଦ୍ଧି ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ଆଗକୁ ବୃଦ୍ଧି କରାଇବାକୁ ଲକ୍ଷ୍ୟ ରଖିଛି ।

ଏହି ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ ଏସ ବାଜୱା ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details