ଭୁବନେଶ୍ବର:ରେଳ ବଜେଟ ୨୦୨୫-୨୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ । ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୫୯୯ କୋଟି ଟଙ୍କା । ପୂର୍ବ ବଜେଟ ଅପେକ୍ଷା ରହିଛି ସର୍ବାଧିକ ବଜେଟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।
ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୫୯୯ କୋଟି
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ମିଳିଛି । ଗତ ୩ ବର୍ଷ ହେଲା ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର କୋଟି ଉପରେ ମିଳୁଛି । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୨ ହଜାର ୪୬ କିଲୋମିଟର ନୂଆ ରେଳ ଟ୍ରାକ ତିଆରି ହୋଇଛି । ଓଡ଼ିଶାରେ ଏବେ ୧୮୯୮ କିଲୋମିଟର କବଚ କାମ ସରିଛି । ୬ ବର୍ଷ ମଧ୍ୟରେ ପୁରା ଦେଶରେ କବଚ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିଭଳି ରାଜ୍ୟରେ ଅମୃତ ଭାରତ ଯୋଜନାରେ ୫୯ ନୂଆ ଷ୍ଟେସନ ନିର୍ମାଣ ହେଉଛି । ଓଡ଼ିଶାରେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି । ଏବେ ରାଜ୍ୟରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲିଥିବା ବେଳେ ଖୁବଶୀଘ୍ର ନୂଆ ଟ୍ରେନ ଚାଲିବ । ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଏସବୁ ଟ୍ରେନ ଚାଲୁଛି । ସଂପୂର୍ଣ୍ଣ ୪ ଲେନ ହେବ କୋଲକାତାରୁ ଚେନ୍ନାଇ ରେଳପଥ । ଏବେ ବିଶାଖାପାଟଣା ପର୍ଯ୍ୟନ୍ତ ୩ ଲେନ କାମ ଚାଲିଛି । ଯେଉଁଥିରୁ କୋଲକାତାରୁ ଭଦ୍ରକ କାମ ଖୁବ ଶୀଘ୍ର କାମ ସମାପ୍ତ ହେବ ।"
ଓଡିଶାରେ ୧,୮୯୮ କିମି ରେଳ ଲାଇନରେ ଚାଲିଛି 'କବଚ' କାର୍ଯ୍ୟ:
ରାଜ୍ୟରେ ୧,୮୯୮ କିମି ରେଳ ଲାଇନରେ କବଚ ଇନଷ୍ଟଲେସନ ଚାଲିଛି । ଚଳିତ ବର୍ଷ ବଜେଟରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁରକ୍ଷା ପାଇଁ ବ୍ୟୟ ବରାଦ ହୋଇଛି । ୨୬୪ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି । ରାଜ୍ୟରେ ଶହେ ପ୍ରତିଶତ ବୈଦ୍ୟୁତିକରଣ କାମ ସମାପ୍ତ ହୋଇଛି । ଏହା ସହ ରେଲୱେ ସୁରକ୍ଷା ପାଇଁ ୧.୪୧ ଲକ୍ଷ କୋଟି ଟଙ୍କା ବଜେଟରେ ରହିଛି ।
ଦଶ ବର୍ଷ ମଧ୍ୟରେ ରେଲୱେର କଣ କାମ ହୋଇଛି: