ଓଡିଶା

odisha

ETV Bharat / state

ସିଦ୍ଧ ବଳଦେବଜୀୟୁ ମନ୍ଦିରରେ ପୁଷ୍ୟାଭିଷେକ ନୀତି; ଜିଲ୍ଲାପାଳଙ୍କର ହେଲା ରାଜ୍ୟାଭିଷେକ - Jagannath Temple of Jagatsinghpur

Pushyabhishek Rituals: ଶୁକ୍ରବାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି । ଜଗତସିଂହପୁର ସହର ଉପକଣ୍ଠ ସିଦ୍ଧ ବଳଦେବଜୀୟୁ ମନ୍ଦିରରେ ପୁଷ୍ୟାଭିଷେକ ନୀତି ସହ ପରମ୍ପରା ଅନୁସାରେ ଜିଲ୍ଲାପାଳଙ୍କ ରାଜ୍ୟାଭିଷେକ କରାଯାଇଛି । ଅଧିକ ପଢ଼ନ୍ତୁ

ସିଦ୍ଧ ବଳଦେବଜୀୟୁ ମନ୍ଦିରରେ ପୁଷ୍ୟାଭିଷେକ ନୀତି
ସିଦ୍ଧ ବଳଦେବଜୀୟୁ ମନ୍ଦିରରେ ପୁଷ୍ୟାଭିଷେକ ନୀତି

By ETV Bharat Odisha Team

Published : Jan 26, 2024, 10:39 PM IST

ସିଦ୍ଧ ବଳଦେବଜୀୟୁ ମନ୍ଦିରରେ ପୁଷ୍ୟାଭିଷେକ ନୀତି

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ଜଗନ୍ନାଥଙ୍କ ମନ୍ଦିରରେ ଆଜି ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି । ଏହି ଅବସରରେ ପଞ୍ଚସଖା କ୍ଷେତ୍ର ଧ୍ୟାନକୁଦ ପୀଠ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ସକାଳୁ ମଙ୍ଗଳ ଆଳତୀ ପରେ ମଇଲମ କରାଯାଇ ବିଭିନ୍ନ ନୀତିକାନ୍ତି ସମାପନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ କରାଯାଇଥିଲା । ଏହାକୁ ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

ସେହିଭଳି ଜଗତସିଂହପୁର ସହର ଉପକଣ୍ଠ ସିଦ୍ଧ ବଳଦେବଜୀୟୁ ମନ୍ଦିରରେ ପୁଷ୍ୟାଭିଷେକ ନୀତି ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ସିଦ୍ଧ ବଳଦେବଜୀଉଙ୍କର ନିତ୍ୟ ନୈମିତିକ ନୀତିକାନ୍ତି ପରେ ଠାକୁର ରାଜା ଭାବେ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ରାଜ୍ୟାଭିଷେକ କରାଯାଇଥିଲା । ଏହି ମନ୍ଦିରର ନିୟମ ଅନୁଯାୟୀ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଯେଉଁ ଅଧିକାରୀ ରହିବେ, ଏହି ମନ୍ଦିରରେ ଠାକୁର ରାଜା ସେବକ ଭାବେ ତାଙ୍କୁ ଗ୍ରହଣ କରାଯାଏ । ରଥଯାତ୍ରା ସମୟରେ ରଥ ଉପରେ ଜିଲ୍ଲାପାଳ ଛେରା ପହଁରା କରିବାର ବିଧି ରହିଛି । ସେହିପରି ପୁଷ ପୂର୍ଣ୍ଣିମା ଦିନ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଥାଏ । ଜିଲ୍ଲାପାଳ ପହଞ୍ଚିବା ପରେ ତାଙ୍କୁ ସ୍ବତନ୍ତ୍ର ପଟୁଆରରେ ନିଆଯାଇ ମନ୍ଦିର ମଧ୍ୟରେ ତାଙ୍କୁ ଅଭିଷେକ କରାଇଥାଏ । ଏହି ସମୟରେ ସାଧାରଣ ଲୋକେ ଜିଲ୍ଲାପାଳଙ୍କୁ ଆପତ୍ତି ଅଭିଯୋଗ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ଏହା ମଧ୍ୟ ପଢ଼ନ୍ତୁ...ଲିଙ୍ଗରାଜଙ୍କୁ ଲାଗି ହେଲା ମକର ଭୋଗ, ବାବାଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ଶୁକ୍ରବାର ଏହି ନୀତି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା । ଜିଲ୍ଲାପାଳଙ୍କୁ ଠାକୁର ରାଜା ଭାବେ ବରଣ କରାଯାଇ ଅଭିଷେକ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଭକ୍ତ ମାନେ ଉପସ୍ଥିତ ଥିଲେ । ୧୯୯୩ ମସିହାରେ ଜିଲ୍ଲା ପ୍ରତିଷ୍ଠା ହେବା ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲାର ସବ୍‌ଡିଭିଜନାଲ ଅଫିସର ଏହି କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ । ୧୯୯୩ ମସିହାରେ ଜଗତସିଂହପୁର ଜିଲ୍ଲା ଗଠନ ହେବାପରେ କାର୍ଯ୍ୟରତ ଜିଲ୍ଲାପାଳ ଏହି ମନ୍ଦିରର ଠାକୁର ରାଜା ଭାବେ ସେବାକାର୍ଯ୍ୟ ତୁଲାଇ ଆସୁଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details