ଓଡିଶା

odisha

ETV Bharat / state

ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice

Unused Arpan Rice: ବିକ୍ରି ହେବ ଅର୍ପଣ ଚାଉଳ । କୌଣସି ମିଲ୍‌ ଚାହିଁଲେ ଅର୍ପଣ ଚାଉଳକୁ ନେଇପାରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

Arpan Rice
Arpan Rice (ETV Bharat Odisha)

By ETV Bharat Odisha Team

Published : Sep 30, 2024, 10:59 PM IST

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଦାନ କରିଥିବା ଅର୍ପଣ ଚାଉଳର ଭବିଷ୍ୟତ କ'ଣ ? ସେନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଚାଉଳରମାନ ଖରାପ ହୋଇଯାଇଥିବାରୁ ଏହି ଚାଉଳକୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହାର ଉପଯୋଗୀ ହେବ କି ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ଇତି ମଧ୍ୟରେ ଅର୍ପଣ ଚାଉଳକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ପଣ ଚାଉଳକୁ ଆଉ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ ନାହିଁ । ଚାଉଳର ମାନ ଧିରେଧିରେ ଖରାପ ହେଉଥିବାରୁ ଏହି ଚାଉଳକୁ ବିକ୍ରି କରାଯାଇ ଏହା ବଦଳରେ ଯେଉଁ ଅର୍ଥ ମିଳିବ ତା'କୁ ଶ୍ରୀମନ୍ଦିର ପାଣ୍ଠିରେ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ସୂଚନା ଦେଇଛନ୍ତି ।

ଅର୍ପଣ ଚାଉଳ ପାଇଁ ଟେଣ୍ଡର ଆହ୍ବାନ:

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଖୁବଶୀଘ୍ର ଅର୍ପଣ ଚାଉଳ ବିକ୍ରି ପାଇଁ ଟେଣ୍ଡର ଆହ୍ବାନ କରାଯିବ । ଅର୍ପଣ ଚାଉଳର ଏକ ସର୍ବନିମ୍ନ ବେସ୍ ପ୍ରାଇସ୍ ରଖାଯିବ । ଯେଉଁ ମିଲର୍ସ ଅବା ଆଗ୍ରହୀ ବ୍ୟକ୍ତି ତଥା ଅନୁଷ୍ଠାନ ଚାହିଁବେ, ସେହି ଟେଣ୍ଡର ପ୍ରକ୍ରିୟାରେ ସାମିଲ୍ ହୋଇ ଅର୍ପଣ ଚାଉଳ କିଣି ପାରିବେ । ଖୁବଶୀଘ୍ର ଯୋଗାଣ ବିଭାଗ ପକ୍ଷରୁ ଏହି ଟେଣ୍ଡର ଆହ୍ବାନ କରାଯିବ । ଚାଉଳକୁ ବିକ୍ରିରୁ ମିଳିବାକୁ ଥିବା ଅର୍ଥକୁ ଶ୍ରୀମନ୍ଦିର ପାଣ୍ଠିରେ ରଖାଯିବ ।

Arpan Rice (ETV Bharat Odisha)


ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ବେଳେ ଆସିଥିଲା ଅର୍ପଣ ଚାଉଳ:

ତେବେ ଚଳିତ ବର୍ଷ ୧୭ ଜାନଆରୀରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ହୋଇଥିଲା । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ ଦାନ କରିବାକୁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ସାରା ରାଜ୍ୟରେ ଅର୍ପଣ ରଥ ବୁଲାଯାଇ ଚାଉଳ ସଂଗ୍ରହ କରାଯାଇଥିଲା । ସାରା ଓଡିଶାରୁ ପ୍ରାୟ ୧୪ ହଜାର କୁଇଣ୍ଟାଲ୍ ଅର୍ପଣ ଚାଉଳ ସଂଗ୍ରହ ହୋଇଥିଲା । ଇତି ମଧ୍ୟରୁ ମାତ୍ର ଚାରି ହଜାର କୁଇଣ୍ଟାଲ୍ ଚାଉଳକୁ କାନିକା ଓ ଖେଚୁଡ଼ି ମହାପ୍ରସାଦ ପ୍ରସ୍ତୁତି କରାଯାଇ ଶ୍ରୀମନ୍ଦିର ଚାରି ଦ୍ଵାରରେ ଭକ୍ତଙ୍କୁ ମାଗଣାରେ ବଣ୍ଟା ଯାଇଥିଲା । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଏହି ମାଗଣା ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ମହାପ୍ରସାଦ ମାନ ଯାଞ୍ଚ ନିଷ୍ପତ୍ତିକୁ କଡା ବିରୋଧ, ପ୍ରସ୍ତୁତି ପୂର୍ବରୁ ସାମଗ୍ରୀର ହେଉ ଯାଞ୍ଚ - Opposed To Mahaprasad Quality Check
ଏହା ମଧ୍ୟ ପଢ଼ନ୍ତୁ...ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ, ଅର୍ପଣ ଚାଉଳ କେନାଲାରେ ଫିଙ୍ଗିଦେଲେ ! - Arpan rice issues

ଏହା ମଧ୍ୟ ପଢ଼ନ୍ତୁ...ଭକ୍ତଙ୍କ ଭାବାବେଗ ସହ ଖେଳ, ଖତ ଖାଉଛି ୧୦ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ! ପୂର୍ବ ସରକାରଙ୍କୁ ଏଭଳି କହିଲେ ଆଇନ୍ ମନ୍ତ୍ରୀ - Arpana Rice damage

ବିକ୍ରି ହେବ ଅର୍ପଣ ଚାଉଳ:

ଇତି ମଧ୍ୟରେ ନୂଆ ସରକାର ଆସିଥିବା ବେଳେ ଅର୍ପଣ ଚାଉଳର ବ୍ୟବହାର ନେଇ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ଫଳରେ ଅନେକ ଚାଉଳ ନଷ୍ଟ ହୋଇଯାଇଥିଲା । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୧୦ ହଜାର କୁଇଣ୍ଟାଲ୍ ଚାଉଳକୁ ସୁରକ୍ଷିତ ଭାବେ ରଖାଯାଇଥିଲା । ଏହି ଚାଉଳ ବ୍ୟବହୃତ ନହେବାରୁ ଏହା ମଧ୍ୟ ନଷ୍ଟ ହେବାକୁ ବସିଲାଣି । ତେଣୁ ଚାଉଳ ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ଟେଣ୍ଡର ମାଧ୍ୟମରେ ଚାଉଳକୁ ବିକ୍ରି କରାଯାଇ ଏହା ବଦଳରେ ସଂଗୃହିତ ଅର୍ଥକୁ ଶ୍ରୀମନ୍ଦିର ପାଣ୍ଠିରେ ରଖାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।‌

ଚାଉଳ ବିକ୍ରି ଅର୍ଥକୁ ଶ୍ରୀମନ୍ଦିର ପାଣ୍ଠିରେ ରଖାଯିବ:

ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁକହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ମନ୍ଦିର ଉଦ୍ଦେଶ୍ୟରେ ଭକ୍ତମାନେ ବହୁ ପରମାଣରେ ଅର୍ପଣ ଚାଉଳ ଦେଇଥିଲେ । ସେଥିରୁ କିଛି ବ୍ୟବହାର କରାଯାଇଥିବା ବେଳେ ବଳକା ଚାଉଳ ଧିରେ ଧିରେ ନଷ୍ଟ ହେବାକୁ ଯାଉଛି । ବଳକା ଚାଉଳ ବିକ୍ରି ପାଇଁ ଟେଣ୍ଡର ଆହ୍ବାନ କରାଯିବ । ଯେଉଁ ମିଲର ଚାହିଁବେ ଏହାକୁ କିଣିପାରିବେ । ଚାଉଳ ବିକ୍ରି ଅର୍ଥକୁ ଶ୍ରୀମନ୍ଦିର ପାଣ୍ଠିରେ ରଖାଯିବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details