ପୁରୀ:ସରିବ ପ୍ରତୀକ୍ଷା । ପୂରଣ ହେବ ଓଡ଼ିଶାବାସୀଙ୍କ ବହୁଦିନର ଦାବି ।ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରଥଯାତ୍ରା ପରଦିନ ଅର୍ଥାତ ଜୁଲାଇ 8 ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ ।
ଜୁଲାଇ ୭ ତାରିଖ ଦିନ ହେଉଛି ରଥଯାତ୍ରା । ଆଉ ଏହା ପରଦିନ ଅର୍ଥାତ ଜୁଲାଇ 8 ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର ଟିମ ଗଠିତ ହୋଇଛି । ଏହି ସ୍ୱତନ୍ତ୍ର ଟିମ୍ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ସହ ଯାଞ୍ଚ କରିବେ । ଏନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି ।
ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି ଯେ, ସ୍ୱତନ୍ତ୍ର ଟିମ୍ ଓ ଟେକ୍ନିକାଲ ଟିମ୍ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ୨୦୧୮ ମସିହାରେ ପ୍ରଥମ ଭଣ୍ଡାର ଅନୁଧ୍ୟାନ ବେଳେ କ୍ରାକ୍ ଥିବା ଜଣାପଡିଥିଲା । ଯେତେ ଶୀଘ୍ର ହେବ କାମ ହେବ । ଲେଜର ସ୍କାନିଂ କରାଯାଇଛି । ଆବଶ୍ୟକ ପଡିଲେ ଇଣ୍ଡୋର ସ୍କାନିଂ କରାଯିବ । ରତ୍ନଭଣ୍ଡାରର କଣ୍ଡିସନ୍ ଠିକ୍ ନାହିଁ । ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ମରାମତି କରାଯିବ ।