ଓଡିଶା

odisha

ETV Bharat / state

ରତ୍ନଭଣ୍ଡାର ରକ୍ଷକ ସ୍ବୟଂ ପ୍ରଭୁ ଲୋକନାଥ; ସେବାୟତ କହିଲେ, ରତ୍ନ ଅଳଙ୍କାର ନେବା ସହଜ ନୁହେଁ, ଆଜି ଆସିବ SOP - Srimandir Ratna Bhandar

Ratna Bhandar SOP to be out today: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଆଜି SOPକୁ ଅନୁମୋଦନ
ଆଜି SOPକୁ ଅନୁମୋଦନ (ETV Bharat Odisha)

By ETV Bharat Odisha Team

Published : Jul 13, 2024, 9:02 AM IST

Updated : Jul 13, 2024, 9:08 AM IST

ପୁରୀ:ଦୀର୍ଘ ୪୬ ବର୍ଷ ପରେ ଖୋଲିବାକୁ ଯାଉଛିଶ୍ରୀମନ୍ଦିର ରତ୍ନଭଣ୍ଡାର । ରାଜ୍ୟ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଆସନ୍ତାକାଲି (୧୪ ତାରିଖ) ବହୁପ୍ରତୀକ୍ଷିତ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି । କେମିତି ରତ୍ନଭଣ୍ଡାର ଖୋଲାଯିବ ? ଭିତରେ କିଏ କିଏ ପଶିବେ ? କ'ଣ ସବୁ ବ୍ୟବସ୍ଥା ହେବ ? ସାପ ଭୟ ଥିବାରୁ ସ୍ନେକ ହେଲ୍ପଲାଇନ ଓ ଡାକ୍ତର ଉପସ୍ଥିତ ରହିବେ କି ? ଆଜି ଏସଓପି ଆସିବା ପରେ ଏସବୁ ସ୍ପଷ୍ଟ ହେବ । ୧୪ରେ ରତ୍ନଭଣ୍ଡାର ଖୋଲିବ ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରି ସାରିଛି । ଏବେ କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ଖୋଲାଯିବ ବୋଲି କହିଛନ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ରତ୍ନଭଣ୍ଡାର ରକ୍ଷକ ସ୍ବୟଂ ପ୍ରଭୁ ଲୋକନାଥ; ସେବାୟତ କହିଲେ, ରତ୍ନ ଅଳଙ୍କାର ନେବା ସହଜ ନୁହେଁ, ଆଜି SOPକୁ ଅନୁମୋଦନ (ETV Bharat Odisha)

ଅରବିନ୍ଦ ପାଢୀ କହିଛନ୍ତି ଯେ, ଜଷ୍ଟିସ ବିଶ୍ଵନାଥ ରଥ କମିଟି ରତ୍ନ ଭଣ୍ଡାର ଖୋଲାବା ନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଉପରେ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଓ ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ସବୁ କାର୍ଯ୍ୟ ହେବ । ରତ୍ନଭଣ୍ଡାର ଖୋଲାଯିବ ସମୟରେ ମହାପ୍ରଭୁଙ୍କ ନୀତି ଯେଭଳି ପ୍ରଭାବିତ ନ ହୁଏ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସର୍ବାଧିକ ଗୁରୁତ୍ଵ ଦେବ ।

ଏହା ମଧ୍ୟ ପଢନ୍ତୁ: ରତ୍ନଭଣ୍ଡାର ପାଇଁ ନୂଆ SOP; କିଏ ଯିବେ ଭିତରକୁ ? ଉପସ୍ଥିତ ରହିବେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ! - Ratna Bhandar Reopening

ବରିଷ୍ଠ ସେବାୟତ ରଘୁନାଥ ଗୋଛିକାର କହିଛନ୍ତି, ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଏହାଦ୍ବାରା ଭକ୍ତମାନେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କେତେ ଅଛି ତାହା ଜାଣିପାରିବେ । ଯଦି ଚାବିରେ ନ ଖୋଲିବା ତେବେ ତାଲାକୁ ଭାଙ୍ଗି ରତ୍ନଭଣ୍ଡାର ଖୋଲାଯିବ ଉଚିତ୍ । ଏହି ନିଷ୍ପତ୍ତିକୁ ସେବାୟତମାନେ ମଧ୍ୟ ସ୍ୱାଗତ କରିଛନ୍ତି । ରତ୍ନଭଣ୍ଡାରରୁ ରତ୍ନ ଅଣାଯାଇ ଶ୍ରୀମନ୍ଦିର ଭିତରେ ଥିବା ଚାଙ୍ଗଡ଼ା ଘର ଓ ଖଟଶେଯ ଘରେ ଅସ୍ଥାୟୀ ରତ୍ନଭଣ୍ଡାର କରାଯାଇ ଗଣତି ହେଲେ କିଛି ଅସୁବିଧା ହେବନି ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ରହିଛି । ପ୍ରଭୁ ଲୋକନାଥ ହେଉଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରର ରକ୍ଷକ । ଏଣୁ ସେଠାରୁ ରତ୍ନ ଅଳଙ୍କାର ନେବା ଏତେ ସହଜ ନୁହେଁ । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଜଣେ ଦକ୍ଷ ପ୍ରଶାସକ । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସକ ରହି ଅନେକ କାର୍ଯ୍ୟ କରିଛନ୍ତି । ରତ୍ନ ଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାର କାର୍ଯ୍ୟ ତାଙ୍କ କାର୍ଯ୍ୟକାଳ ସମୟରେ ଠିକରେ ହୋଇପାରିବ ବୋଲି ବରିଷ୍ଠ ସେବାୟତ ଆଶା ପ୍ରକାଶ କରିଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ପ୍ରଭୁ ଲୋକନାଥଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ । ସମସ୍ତେ ନିରାମିଷ ଖାଦ୍ୟ ଆହାର କରିବା ସହ ଧୋତି ବସ୍ତ୍ର ପରିଧାନ କରିବେ ବୋଲି ଜଣାପଡିଛି ।

ଇଟିଭି ଭାରତ, ପୁରୀ

Last Updated : Jul 13, 2024, 9:08 AM IST

ABOUT THE AUTHOR

...view details