ପୁରୀ: ଆସନ୍ତାକାଲିପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ରାଜ୍ୟର ସମସ୍ତ ଦେବାଳୟ ଚଳଚଞ୍ଚଳ । ଶ୍ରୀକ୍ଷେତ୍ର ପୁରୀରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । କାର୍ତ୍ତିକ ବ୍ରତ ଓ ପଞ୍ଚୁକ ବ୍ରତଧାରୀ ହବିଷ୍ୟାଳୀଙ୍କ ସମେତ ଲକ୍ଷାଧିକ ସାଧାରଣ ଶ୍ରଦ୍ଧାଳୁ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ମହୋଦଧିରେ ଡଙ୍ଗା ଭସାଇବା ପାଇଁ ଶ୍ରୀକ୍ଷେତ୍ରରେ ଭିଡ ଜମାଇବା ଆରମ୍ଭ କରିସାରିଲେଣି । ଆସନ୍ତାକାଲିକୁ ଦୃଷ୍ଟିରେ ରଖି ପୁରୀରେ ଶ୍ରୀ ପ୍ରଶାସନ ଓ ପୋଲିସ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ବିଶେଷ ଭାବେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୁରୀ ପୋଲିସ ।
- ବ୍ୟାପକ ସୁରକ୍ଷା ବ୍ୟବସ୍ଥା:-
ପୁରୀ ଏସପି ବିନୀତ ଅଗ୍ରୱାଲକହିଛନ୍ତି,‘‘ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଆଜି ବିଳମ୍ୱିତ ରାତ୍ରୀରୁ ଭକ୍ତଙ୍କ ସମାଗମ ବଢିବ । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର, ସମୁଦ୍ରକୂଳ ଓ ଟ୍ରାଫିକ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହେଇଛି । 6 ଜଣ ଅତିରିକ୍ତ ଏସପି, 14 ଡିଏସପି, 37 ଇନ୍ସପେକ୍ଟର, ପାଞ୍ଚ ଶହ ହୋମଗାର୍ଡ ଓ ମୋଟ 36 ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ପାଇଁ ମୁତୟନ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଭିଡ ନିୟନ୍ତ୍ରଣ ଆମର ମୁଖ୍ୟ କାର୍ଯ୍ୟ ରହିବ । ଭକ୍ତଙ୍କ ସୁରକ୍ଷା ମଧ୍ୟ ଆମର ପ୍ରାଥମିକତା ରହିଛି ।’’
ଏହା ମଧ୍ୟ ପଢନ୍ତୁ :- ପଞ୍ଚୁକ ତୃତୀୟ ଦିନ: ତ୍ରିବିକ୍ରମ ବେଶରେ ଝଲସୁଛନ୍ତି ଶ୍ରୀଜୀଉ ଏହା ମଧ୍ୟ ପଢନ୍ତୁ:- ପଞ୍ଚୁକ ପ୍ରଥମ ଦିନ: କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ-ନାରାୟଣ ବେଶ |
- ମେଡିକାଲ ଛକରୁ ମାର୍କେଟ ଛକ ଯାଏଁ ସମ୍ପୂର୍ଣ୍ଣ ଗାଡି ଚଳାଚଳ ବନ୍ଦ