ଓଡିଶା

odisha

ETV Bharat / state

ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୫୪ଟି ଅଭିଯୋଗ ଆଗତ

Public Grievance Camp: ତିହିଡ଼ି ବ୍ଲକ କାର୍ଯ୍ୟାଳରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ପୂର୍ବାପେକ୍ଷା ଅଧିକ ଅଭିଯୋଗ ହେଉନଥିବା ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 13, 2024, 11:33 AM IST

Public Grievance Camp
Public Grievance Camp

Public Grievance Camp

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ନୀଳମଣି ସଭାଗୃହ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୋଟ 54 ଟି ଅଭିଯାଗ ଆଗତ ହୋଇଥିଲା । ସେଥିମଧ୍ୟରୁ 49ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ 5ଟି ସାମୂହିକ ଅଭିଯୋଗ ଥିଲା ।

ଏନେଇ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗର ଆଶୁ ସମାଧାନ ପାଇଁ ଶିବିରରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସେହିପରି ପୂର୍ବାପେକ୍ଷା ଆଉ ସେପରି ଅଧିକ ଅଭିଯୋଗ ହେଉନଥିବା ପରିଲକ୍ଷିତ ହୋଇଛି । ହିତାଧିକାରୀମାନେ ବାରମ୍ବାର ଅଭିଯୋଗ କରିବା ପରେ ନ୍ୟାୟ ନ ପାଇ ନିରାଶ ହେଉଛନ୍ତି । ତେଣୁ ଆଉ ଏହି ଯୁଗ୍ମ ଜନାଭିଯୋଗ ଶୁଣାଣି ଶିବିରରେ ଲୋକେ ଅଭିଯୋଗ କରିବାକୁ ମନ ବଳାଉ ନ ଥିବା ସୂଚନା ଅଧିକାର କର୍ମୀ ନିର୍ମଳ ସେନାପତି ଗଣ ମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି । ବିଭିନ୍ନ ବିଭାଗର ତଥ୍ୟ ପାଇଁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରାଯାଉଥିଲେ ମଧ୍ୟ ଦୂର୍ନୀତି ପଦାରେ ପଡିଯିବା ଭୟରେ ଠିକଣା ସମୟରେ ତଥ୍ୟ ପ୍ରଦାନ କରାଯାଉନଥିବା ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଚାଣ୍ଟିପାଲିରେ ମହା ଜନ ଅଭିଯୋଗ ଶୁଣାଣି ଶିବିର, ୫୯ଟି ଅଭିଯୋଗ ଆଗତ

ଏହା ମଧ୍ୟ ପଢନ୍ତୁ - 13ରୁ ପ୍ରସ୍ତାବିତ ଶିଳ୍ପାଞ୍ଚଳରେ ଜନଶୁଣାଣୀ, ନୋଟିସ ଦେଇ ଜଣାଇଲା ପ୍ରଶାସନ

ଏହି ଶିବିରରେ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ସନ୍ତୋଷ କୁମାର ପାତ୍ର, ଡେପୁଟି କଲେକ୍ଟର ତନ୍ମୟ କୁମାର ଜେନା ପ୍ରମୁଖ ଯୋଗଦେଇ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ ।

ଇଚିଭି ଭାରତ, ଭଦ୍ରକ

ABOUT THE AUTHOR

...view details