ଓଡିଶା

odisha

ETV Bharat / state

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ସଂଧ୍ୟା 5ଟାରୁ ଦର୍ଶନ ବନ୍ଦ - PURI JAGANNATH TEMPLE

ଆଜି ପଇତା ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି । ସଂଧ୍ୟା 5ଟାରୁ ରାତି 9 ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ।

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ସଂଧ୍ୟା 5ଟାରୁ ଦର୍ଶନ ବନ୍ଦ
ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ସଂଧ୍ୟା 5ଟାରୁ ଦର୍ଶନ ବନ୍ଦ (ETV Bharat Odisha)

By ETV Bharat Odisha Team

Published : Nov 25, 2024, 10:40 AM IST

ପୁରୀ:ଆଜି (ସୋମବାର) ମାର୍ଗଶୀର କୃଷ୍ଣପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପଇତା ଲାଗି ନୀତି । ସେଥିପାଇଁ ସଂଧ୍ୟା 5ଟାରୁ ସଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

  • କଣ ଏହି ନୀତିର ବିଶେଷତ୍ବ

ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ପ୍ରସ୍ତୁତ ଏହି ପଇତା ସୁରକ୍ଷା ଦେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟାରୁ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନୀତି ସମ୍ପାଦିତ ହେବ । ପରମ୍ପରା ଅନୁସାରେ, ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତମାନେ ସମ୍ପାଦିତ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକମାନେ ଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପରେ ପ୍ରସ୍ତୁତ ପଇତାକୁ ଦେଉଳ-କରଣଙ୍କୁ ଯୋଗା ଯାଇଥାଏ । ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହିଆସିଛି ।

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ସଂଧ୍ୟା 5ଟାରୁ ଦର୍ଶନ ବନ୍ଦ (ETV Bharat odisha)

ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY

ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର GPR-GPS ସର୍ଭେ ରିପୋର୍ଟ ପ୍ରଦାନ କଲା ASI

ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey

  • ଶ୍ରୀଅଙ୍ଗ ଶୃଙ୍ଗାର ପାଇଁ ଶ୍ରୀମନ୍ଦିରରେ ହୋଇଥାଏ ଏହି ସବୁ ନୀତି:

ତେବେ ବନକ ଲାଗି, ପଇତା ଲାଗି ଓ ଚିତାଲାଗି ଆଦି ନୀତି ବିଶେଷତଃ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀମୁଖ ଓ ଶ୍ରୀଅଙ୍ଗ ଶୃଙ୍ଗାର ନୀତି ହୋଇଥାଏ । ଏହା ବିଶେଷ ତିଥିରେ ଅନୁଷ୍ଠିତ ହୁଏ । ଏହାକୁ ନିର୍ଦ୍ଦିଷ୍ଟ ସେବାୟତ ବର୍ଗ ସମ୍ପାଦନ କରିଥାନ୍ତି । ଏହି ନୀତି ବେଳେ କିଛି ଘଣ୍ଟା ପାଇଁ ସାମୟିକ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯାଏ । ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରଦ୍ଧାଳୁଙ୍କ ଅବଗତ ମଧ୍ୟ କରିଥାଏ ।

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ସଂଧ୍ୟା 5ଟାରୁ ଦର୍ଶନ ବନ୍ଦ (ETV Bharat Odisha)
ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ସଂଧ୍ୟା 5ଟାରୁ ଦର୍ଶନ ବନ୍ଦ (ETV Bharat Odisha)

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details